ପାଟନା, ୧୪|୧୧: ବିହାରରେ କିଏ ଗଢିବ ସରକାର ତାହା ଏକ ପ୍ରକାର ନିଶ୍ଚିତ ହୋଇ ସାରିଲାଣି । ପ୍ରାରମ୍ଭିକ ପର୍ଯ୍ୟାୟରେ ଏନଡିଏ ଖୁବ୍ ଆଗରେ ରହିଛି । ଏନଡିଏ ୧୬୦ରୁ ଅଧିକ ଆସନରେ ଆଗୁଆ ଥିବା ବେଳେ ମହାଗଠବନ୍ଧନ ମାତ୍ର ୭୦ ଆସନରେ ଆଗୁଆ ରହିଛି । ଯେଉଁଥିରୁ ପୁଣି ନୀତିଶ କୁମାର ସରକାର ଗଠନ କରିବେ ବୋଲି ସ୍ପଷ୍ଟ ଚିତ୍ର ମିଳୁଛି ।

ସେପଟେ ସମସ୍ତଙ୍କ ନଜର ଥିଲା ମୋକମା ସିଟ୍ ଉପରେ । ଏଠାରେ ନିର୍ବାଚନ ପୂର୍ବରୁ ଜେଡିୟୁ ପ୍ରାର୍ଥୀ ଅନନ୍ତ ସିଂ ଙ୍କୁ ଗିରଫ କରାଯାଇଥିଲା । କିନ୍ତୁ ଭୋଟରେ ଏହାର କିଛି ପ୍ରଭାବ ପଡିନଥିବା ଦେଖିବାକୁ ମିଳିଛି । କାରଣ ଏବେସୁଦ୍ଧା ଅନନ୍ତ ୪ ହଜାରରୁ ଅଧିକ ବୋଟରେ ଆଗୁଆ ରହିଛନ୍ତି ।

ଜେଲରେ ଥିବା ଅନନ୍ଦ ମୋକାମାରୁ ଲଗାତାର ଭାବେ ଆଗରେ ରହି ଆସିଛନ୍ତି । ସକାଳୁ ଏହି ଟ୍ରେଣ୍ଡ୍ ଜାରି ରହିଛି । ସେହିପରି ଆରଜେଡି ନେତ୍ରୀ ବୀଣା ଦେବୀ ପଛୁଆ ରହିଛନ୍ତି ।

ତେବେ ଏହି ଆସନର ଫଳାଫଳ କେବଳ ବିହାର ନୁହେଁ ବରଂ ଜିଲ୍ଲା ରାଜନୀତିରେ ପ୍ରଭାବ ପକାଇଥାଏ । ତେଣୁ ସାରା ଦେଶର ନଜର ମୋକମା ଉପରେ ରହିଛି ।