ପାକିସ୍ତାନ ବିପକ୍ଷରେ ଖେଳିବେ ନା ନାହିଁ ? ଅଭିଷେକ ହସ୍ପିଟାଲରେ ଭର୍ତ୍ତି ପରେ ଦଳକୁ ଝଟକା

NEWS7
modi-cabinet-approves-rs-16300-crore-national-critical-minerals-mission

ନୂଆଦିଲ୍ଲୀ, ୧୧|୦୨: ଭାରତୀୟ ଦଳକୁ ଝଟକା । ଅଭିଷେକ ଶର୍ମା ଅସୁସ୍ଥ । ନାମିବ୍ୟା ବିପକ୍ଷ ଟି୨୦ ମୁକାବିଲା ପୂର୍ବରୁ ଭାରତୀୟ ଦଳର ଓପନର ଅଭିଷେକ ଅସୁସ୍ଥ ହୋଇ ପଡିଛନ୍ତି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ଏହା ମଧ୍ୟରେ ସେ ପାକିସ୍ତାନ ବିପକ୍ଷ ମୁକାବିଲା ଖେଳିବେ ନା ନାହିଁ ତାକୁ ନେଇ ଲାଗି ରହିଛି ସସପେନ୍ସ ।

ରିପୋର୍ଟ ଅନୁସାରେ, ପେଟ ଜନତି ସମସ୍ୟା ପାଇଁ ଅଭିଷେକଙ୍କୁ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଡାକ୍ତରଙ୍କ ତତ୍ୱାବଧାନରେ ତାଙ୍କର ଚିକିତ୍ସା ଜାରି ରହିଛି । ତେବେ ଗତ ଦୁଇ ଦିନ ଧରି ତାଙ୍କ ପେଟରେ କିଛି ସମସ୍ୟା ଥିଲା । ଯେଉଁଥି ପାଇଁ ପ୍ରାକ୍ଟିସ ସେସନରେ ମଧ୍ୟ ସେ ସାମିଲ ହେବେ ନାହିଁ ବୋଲି ଖବର ଆସିଥିଲା । ଏବେ କିନ୍ତୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ଖବର ପରେ ଫ୍ୟାନ୍ସମାନଙ୍କୁ ଝଟକା ଲାଗିଛି ।

୧୨ରେ ନାମିବ୍ୟା, ୧୫ରେ ପାକିସ୍ତାନ

ଭାରତ ଏବେ ଟି୨୦ ବିଶ୍ୱକପ୍ ଖେଳୁଛି । ପ୍ରଥମ ମୁକାବିଲାରେ ଦଳ ଆମେରିକାକୁ ପରାସ୍ତ କରି ନିଜର ଅଭିଯାନ ଆରମ୍ଭ କରିଛି । ଆଗାମୀ ଦିନରେ ଅର୍ଥାତ ଫେବ୍ରୁଆରୀ ୧୨ ତାରିଖରେ ନାମିବ୍ୟା ବିପକ୍ଷରେ ମ୍ୟାଚ୍ ଅଛି । ସେହିପରି ୧୫ ତାରିଖରେ ଦଳ ପାକିସ୍ତାନକୁ ଭେଟିବ ।

ଏହି ଦୁଇଟି ମୁକାବିଲାରେ ଅଭିଷେକ ଖେଳିବେ ନା ନାହିଁ ତାକୁ ନେଇ ସସପେନ୍ସ ଜାରି ରହିଛି । ଆଶଙ୍କା କରାଯାଉଛି ଯେ, ଅଭିଷେକ ନାମିବ୍ୟା ବିପକ୍ଷରେ ମ୍ୟାଚ୍ ଖେଳିବେ ନାହିଁ । ସେ ହସ୍ପିଟାଲରେ ଥିବାରୁ ତାଙ୍କୁ ତୁରନ୍ତ ମୁକାବିଲା ଖେଳିବାକୁ ଅନୁମତି ମିଳିବାର ସମ୍ଭାବନା କମ୍ ରହିଛି । ଅନ୍ୟ ଦିଗରେ ପାକିସ୍ତାନ ବିପକ୍ଷ ମ୍ୟାଚ୍ ପାଇଁ ଆଉ ତିନି ଦିନ ବାକି ରହିଛି । ତେଣୁ ଅଭିଷେକ ପିଟ୍ ହେବେ ବୋଲି ଅନୁମାନ କରାଯାଉଛି ।

ଏହି ଖବରଟି ପଢନ୍ତୁ... କାନାଡାର ସ୍କୁଲ୍‌ରେ ଫାୟାରିଂ ; ୯ ମୃତ, ୨୭ରୁ ଅଧିକ ଆହତ

ଯଦି ସେ ଫିଟ୍ ନ ହୁଅନ୍ତି ତାହାଲେ ନାମିବ୍ୟା ବିପକ୍ଷରେ ସଞ୍ଜୁ ସାମସନଙ୍କୁ ସୁଯୋଗ ମିଲିପାରେ । ସେହିପରି ପାକିସ୍ତାନ ବିପକ୍ଷ ମୁକାବିଲାରେ ଅଭିଷେକ ନଖିଳିଲେ ଦଳକୁ ବଡ ଝଟକା ଲାଗିବ । କାରଣ ଓପନିଂରେ ବିସ୍ଫୋରକ ବ୍ୟାଟିଂ କରନ୍ତି ସେ । ଦଳର ସ୍କୋରକୁ ଦ୍ରୁତ ଗତିରେ ଆଗକୁ ନିଅନ୍ତି । ତେଣୁ ପାକ୍ ବିପକ୍ଷ ହାଇଭୋଲଟେଜ୍ ମୁକାବିଲା ସେ ଖେଳିବା ନିହାତି ଜରୁରୀ । ତାଙ୍କ ଜାଗାରେ ସଞ୍ଜୁଙ୍କ ଭଳି ବିକଳ୍ପ ରହିଥିଲେ ବି ଅଭିଷେକଙ୍କ ଭୂମିକା ଅଧିକ ଗୁରୁତ୍ୱପୂର୍ଣ୍ଣ ।

ରିପୋର୍ଟ ଅନୁସାରେ, ସୋମବାର ରାତିରେ ଅଭିଷେକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ନେଇ କୌଣସି ଅପଡେଟ୍ ନାହିଁ । ତଥାପି ସେ ପ୍ରାକ୍ଟିସରୁ ଦୂରରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା କେତେ ସୁଧୁରିଛି ସେନେଇ ମଧ୍ୟ କୌଣସି ସ୍ପଷ୍ଟତା ଆସିନାହିଁ । ତେବେ ସେ ଶୀଘ୍ର ସୁସ୍ଥ ହୋଇ ପଡିଆକୁ ଫେରିବେ ବୋଲି ଆଶା କରାଯାଉଛି ।