ଭୁବନେଶ୍ୱର ୧୨।୦୩ : ହଟିଲା ସାମ୍ବାଦିକଙ୍କ ମୋବାଇଲ କଟକଣା । ଯାହାପରେ ଧାରଣାରୁ ହଟିଛନ୍ତି ସାମ୍ବାଦିକ । ବାଚସ୍ପତିଙ୍କ ସହ ଆଲୋଚନା ପରେ ସାମ୍ବାଦିକଙ୍କ ଧାରଣା ପ୍ରତ୍ୟାହୃତ ହୋଇଛି । ପ୍ରେସ୍ ଗ୍ୟାଲେରୀକୁ ମୋବାଇଲ୍ ନେଇପାରିବେ ସାମ୍ବାଦିକ , ହେଲେ କୌଣସି ଫଟୋ କିମ୍ବା ଭିଡ଼ିଓ ଉତ୍ତୋଳନ କରିପାରିବେନାହିଁ ।
ବୁଧବାର ସାମ୍ବାଦିକଙ୍କ ପାଇଁ ଜାରି ହୋଇଥିଲା କଟକଣା । ସାମ୍ବାଦିକମାନେ ବିଧାନସଭାକୁ ଆଉ ମୋବାଇଲ୍ ନେଇପାରିବେନି ବୋଲି ନିର୍ଦ୍ଦେଶ ଦିଆଯାଇଥିଲା । ମଙ୍ଗଳବାର ଦିନ ଗୃହରେ ଦୁଇ ବିଧାୟକ ( ତାରା ବାହିନୀପତି ଓ ଜୟନାରାୟଣ ମିଶ୍ର ) ହାତାହାତି ହୋଇଥିଲା । ଯାହାର ଭିଡ଼ିଓ ଗଣମାଧ୍ୟମରେ ପ୍ରସାରିତ କରାଯାଇଥିଲା । ଏହି ଘଟଣା ପରେ ସାମ୍ବାଦିକଙ୍କ ଉପରେ କଟକଣା ଲାଗୁ କରାଯାଇଥିଲା । ଯାହାକୁ ବିରୋଧ କରିଥିଲେ ସାମ୍ବାଦିକମାନେ । ଏପିରିକି ଗାନ୍ଧିମୂର୍ତ୍ତି ତଳେ ଧାରଣାରେ ବସିଥିଲେ ସାମ୍ବାଦିକ ।
ବିଧାନସଭାକୁ ଆଉ ମୋବାଇଲ୍ ନେଇ ଯାଇପାରିବେନି ସାମ୍ବାଦିକ, ମଙ୍ଗଳବାରର ଘଟଣା ପରେ ଜାରି ହେଲା କଟକଣା