News7 Logo

ପ୍ରଫୁଲ୍ଲ ମଲ୍ଲିକଙ୍କ ଉପରେ ବର୍ଷିଲେ ବିଧାୟିକା, କହିଲେ କୁଚକ୍ରିଙ୍କୁ ଦିଆଯାଉଛି ଉଚିତ୍ ଜବାବ

NEWS7
pramila

ଭୁବନେଶ୍ୱର ୧୨/୦୯: ବିଜେଡିରୁ ନିଲମ୍ୱିତ ହୋଇଛନ୍ତି ପ୍ରଫୁଲ୍ଲ ମଲ୍ଲିକ । ତେବେ ଦଳରୁ ବାହାର ହେବା ପରେ ମୁହଁ ଖୋଲିଥିଲେ ପ୍ରଫୁଲ୍ଲ । ସେ କହିଥିଲେ ଯେ, ସେ ପୂର୍ବରୁ ଇସ୍ତଫା ଦେଇସାରିଛନ୍ତି । ଆଉ ପ୍ରଫୁଲ୍ଲଙ୍କ ପ୍ରତିକ୍ରିୟା ପରେ ଜଣଙ୍କ ପର ଜଣେ ତୁଙ୍ଗ ନେତା ବୟାନ ରଖିବାରେ ବ୍ୟସ୍ତ ।

ଏବେ ମୁହଁ ଖୋଲିଛନ୍ତି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ । ସେ କହିଛନ୍ତି ଦଳ ଭିତରେ ରହି ଯେଉଁମାନେ କୁଚକ୍ରି କାର୍ଯ୍ୟ କରୁଛନ୍ତି । ସେମାନଙ୍କ ବିରୋଧରେ ଦଳ ଉପଯୁକ୍ତ ପଦକ୍ଷେପ ନେଇଛି । ଦଳ କ୍ଷମତାରେ ଥିବା ବେଳେ ସେ ମନ୍ତ୍ରୀ ହେଉଥିଲେ । ଆଉ କିଏ କାହିଁକି ମନ୍ତ୍ରୀ ହେଲେ ନାହିଁ ବୋଲି ସେତେବେଳେ ସେ କହୁନଥିଲେ । ନେତାଙ୍କର କୌଣସି କଥାକୁ ସେ ବାହାରେ ପ୍ରଚାର କରୁଥିବାରୁ ଦଳ ପଦକ୍ଷେପ ନେଇଛି । ଦଳ ପ୍ରଫୁଲ୍ଲଙ୍କ ଉପରେ ଉପଯୁକ୍ତ ପଦକ୍ଷେପ ନେଇଛି । ଯେତେବେଳେ କ୍ଷମତା ଥିଲା, ସେତେବେଳେ ବିଚାର ଆଦର୍ଶ ଥିଲା । ସେ ମନ୍ତ୍ରୀ ଥିବା ବେଳେ ବିଚାର ଆଦର୍ଶ ଥିଲା ।

​​​​​​​

ଦଳ କ୍ଷମତାରେ ନଥିବାରୁ ଦଳର ବିଚାର ଆଦର୍ଶ ନଥିବା କହୁଛନ୍ତି । ଏମାନେ ଶୀତ ଓ ବସନ୍ତ ୠତୁର ପକ୍ଷୀ । ଖରା ଓ ବର୍ଷା ସହିବାକୁ ପ୍ରସ୍ତୁତ ନୁହେଁ । ଦଳର ଭଲ ସମୟରେ ରହିବେ, ଖରାପ ସମୟରେ ଉଡିକି ପଳେଇବେ । ଏଇଟା ହେଉଛି ସେମାନଙ୍କର ଚରିତ୍ର । ଦଳର ବରିଷ୍ଠ ଦୃଷ୍ଟିରୁ ତାଙ୍କୁ ମନ୍ତ୍ରୀ ପଦ ମିଳୁଥିଲା । ସମ୍ମାନକୁ ସେ ଉପଭୋଗ କରିଛନ୍ତି । ସେ କଥା ଭୁଲି ଯାଇଛନ୍ତି । ପ୍ରଫୁଲ୍ଲ ମଲ୍ଲିକ ନୁହେଁ, ଆଉ ଯିଏ ଏଭଳି କରିବ ଦଳ କାର୍ଯ୍ୟାନୁଷ୍ଠାନ ନେବ । ପୂର୍ବରୁ ସାମ୍ୱାଦିକ ସମ୍ମିଳନୀ କରିଥିଲେ ବିଜେଡିର ଟାଣୁଆ ନେତା ।