ରାଜଧାନୀରେ ଦୁର୍ବୃତ୍ତଙ୍କ ଆତଙ୍କ, ଏକାଧିକ କାର୍‌ର ଭାଙ୍ଗିଲେ କାଚ

Published By : Prameya-News7 Bureau | April 29, 2024 IST

ଭୁବନେଶ୍ୱର ୨୯।୦୪ : ରାଜଧାନୀରେ ଦୁର୍ବୃତ୍ତ ଖେଳାଇଲେ ଆତଙ୍କ । ସିରିଜ୍‌ କାର୍‌ କାଚ ଭାଙ୍ଗିଲେ ଦୁର୍ବୃତ୍ତ । ରାତିରେ ଆସିଲେ ଆଉ ଭାଙ୍ଗିଲେ ଏକାଧିକ କାର୍‌ କାଚ । ୪ରୁ ଅଧିକ ଗାଡି କାଚ ଭାଙ୍ଗି ଥିବା ଜଣାପଡିଛି । ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ଘଟଣାସ୍ଥଳରେ ମୈତ୍ରୀ ବିହାର ଥାନା ପୋଲିସ ସିସିଟିଭି ଯାଞ୍ଚ କରୁଛି । 

ଚନ୍ଦ୍ରଶେଖରପୁର ବିଡ଼ିଏ କଲୋନୀରେ ଦୃର୍ବୁତ୍ତ ମାନେ ଆତଙ୍କ ଖେଳାଇଛନ୍ତି। ସ୍ଥାନୀୟ ଲୋକଙ୍କ ଅନୁସାରେ ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଆସି କଲୋନୀରେ ଥିବା ଏକାଧିକ କାର୍ କାଚ ଭାଙ୍ଗି ଦେଇଥିଲେ। ଏନେଇ ସ୍ଥାନୀୟ ଲୋକେ ମିଶି ସକାଳୁ ପିସିଆରକୁ ଖବର ଦେବା ସହ ମୈତ୍ରୀ ବିହାର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତେବେ ଏହା ପୂର୍ବଶତ୍ରୁତା ନା ପତିଆରା ଦେଖାଇବା ପାଇଁ କରାଯାଇଛି । ସେନେଇ ମୈତ୍ରୀ ବିହାର ଥାନା ପୋଲିସ୍ ପହଞ୍ଚି ସ୍ଥାନୀୟ ଅଞ୍ଚଳରେ ଥିବା ସିସିଟିଭି ଯାଞ୍ଚ୍ କରିବା ସହ ତଦନ୍ତ ଆରମ୍ଭ ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.