ପୁରୀ ୦୯।୦୯ : ପୁରୀ ନରେନ୍ଦ୍ର କୋଣରେ ଥିବା ଏକ ଗେଷ୍ଟ ହାଉସରୁ ନାବାଳକ ଉଦ୍ଧାର। ଅପହରଣ କରି ପୁରୀ ନରେନ୍ଦ୍ର କୋଣର ଏକ ଗେଷ୍ଟ ହାଉସରେ ନାବାଳକକୁ ରଖିଥିଲେ। ଯାହାକୁ ଉଦ୍ଧାର କରିଛି ପୁରୀ ପୋଲିସ।

ଖବର ଅନୁଯାୟୀ, ତିନିଜଣ ଦୁର୍ବୃତ୍ତ ନାବାଳକକୁ ଅପହରଣ କରି ପୁରୀ ନେଇ ଆସିଥିଲେ। ନରେନ୍ଦ୍ର କୋଣରେ ଏକ ଗେଷ୍ଟ ହାଉସରେ ନାବାଳକ ଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲା ପୋଲିସ। ଗେଷ୍ଟ ହାଉସରେ ଚଢାଉ ସମୟରେ ଉଦ୍ଧାର ହୋଇଛି ନାବାଳକ। ପୋଲିସକୁ ଦେଖି ଚମ୍ପଟ ମାରିଥିଲେ ତିନିଜଣ ଅପହରଣକାରୀ। ପୁରୀ ଏସପି ପ୍ରତୀକ ସିଂଙ୍କ ସହ ଅନ୍ୟାନ୍ୟ ଅଧିକାରୀ ଚଢ଼ାଉରେ ଥିଲେ ସାମିଲ୍। ଅପହରଣରେ ବ୍ୟବହୃତ କାରକୁ ଜଗନ୍ନାଥ ବଲ୍ଲଭ ପାର୍କିଂରୁ ଜବତ କରିଛି ପୋଲିସ।

​​​​​​​

​​​​​​​ତେବେ ବର୍ତ୍ତମାନ ଯାଏଁ ଘଟଣାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି। ମୁଣ୍ଡ ଜାମିନ ରଖି ନାବାଳକକୁ ଅପହରଣ କରାଯାଇଥିବା ନେଇ ଚର୍ଚ୍ଚା। ନାବାଳକ ଜଣକ କେଉଁ ଅଞ୍ଚଳର ସେନେଇ ପୋଲିସ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ​​​​