୭ ଦିନ ପରେ ମିଳିଲା ଡେଲାଙ୍ଗ ଆଶୀର୍ବାଦର ମୃତଦେହ, ନାବାଳକକୁ ହତ୍ୟା ସନ୍ଦେହ

Published By : Prameya-News7 Bureau | April 21, 2025 IST

ପିପିଲି ୨୧/୦୪: ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅଞ୍ଚଳରୁ ନାବାଳକ ଆଶୀର୍ବାଦ ସାହୁ ନିଖୋଜ ଘଟଣା । ୭ ଦିନ ପରେ ମିଳିଲା ମୃତଦେହ । ଡେଲାଙ୍ଗ ଥାନା ରତନପୁର ଗାଁର ଜଣେ ବ୍ୟକ୍ତିଙ୍କ ଘର ପାଇଖାନା ଟାଙ୍କିରୁ ମିଳିଛି ମୃତଦେହ । ପୁଲିସ ସନ୍ଦେହରେ ରତନପୁର ଗାଁର ବାପି ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରିଥିଲା । ପଚରାଉଚରା ପରେ ଅଭିଯୁକ୍ତ ସବୁ ସତ କଥା ପୁଲିସ ଆଗରେ ମାନିଯାଇଥିବା ସୂଚନା ମିଳିଛି । 

ସୂଚନା ଥାଉକି,  ୧୧ ବର୍ଷୀୟ ନାବାଳକ ଆଶୀର୍ବାଦ ସାହୁ ନିଖୋଜ ପରଠୁ ସନ୍ଧାନୀ କୁକୁର ଛାନଭିନ୍ ଚଳାଇଥିଲା । ଦୁଇ-ତିନିଥର ସନ୍ଧାନୀ କୁକୁର ବାପି ସାହୁଙ୍କ ଘରକୁ ଯାଇଥିବାରୁ ପୁଲିସର ସନ୍ଦେହ ଘନୀଭୂତ ହୋଇଥିଲା । ପରେ ପଚରାଉଚରା କରିବାରୁ ସତ ସାମ୍ନାକୁ ଆସିଛି । ୭ ଦିନ ତଳେ ଡେଲାଙ୍ଗ ରତନପୁର ନାବାଳକର ନିଖୋଜ ନେଇ ସନ୍ଧାନୀ କୁକୁର ସମେତ ସ୍ୱତନ୍ତ୍ର ସ୍କ୍ୱାର୍ଡ ଲଗାଇ ତଦନ୍ତ କରୁଥିଲା ପୋଲିସ । 


ତେବେ ରତନପୁର ଗାଁର ପାଇଖାନା ଟାଙ୍କିରୁ ନଗ୍ନ ଓ ଅତି ମୁର୍ମୁଷ ଅବସ୍ଥାରେ ଆଶୀର୍ବାଦର ମୃତଦେହ ଉଦ୍ଧାର କରିଛି ପୋଲିସ । କହିବାକୁ ଗଲେ ଆର୍ଶୀବାଦ ସାହୁଙ୍କ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ରଖି ତାକୁ ହତ୍ୟା କରିଥିବା ଗ୍ରାମବାସୀ ଅନୁମାନ କରିଛନ୍ତି । ପୋଲିସ ପୂର୍ବରୁ ବାପି ସାହୁଙ୍କୁ  ଥାନାରେ ଅଟକ ରଖି ଛାଡିଥିଲା । 

ରବିବାର ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ ପରେ ବିଳମ୍ବିତ ରାତିରେ ଗ୍ରାମରେ ଥିବା ବାପି ସାହୁଙ୍କ ପରିତ୍ୟକ୍ତ ଘର ପଛ ପଟରେ ଥିବା ପାଇଖାନା ଟାଙ୍କିରୁ ଆଶୀର୍ବାଦଙ୍କ ଗଳିତ ଶବ ଉଦ୍ଧାର କରିଛି ପୋଲିସ । ତେବେ ବାପି ସାହୁଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.