ପୁଞ୍ଜି ଆଣିବାକୁ ମୁମ୍ବାଇ ଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

Published By : Prameya-News7 Bureau | April 24, 2025 IST

ଭୁବନେଶ୍ଵର: ତିନି ଦିନିଆ ମୁମ୍ବାଇ ଗସ୍ତ ଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁମ୍ବାଇ ଗସ୍ତ ସମୟରେ ରାଜ୍ୟରେ ପୁଞ୍ଜି ନିବେଶ ନେଇ ବିଭିନ୍ନ ଶିଳ୍ପପତି ଓ ନିବେଶକଙ୍କ ସହ କରିବେ ଆଲୋଚନା। ଇଣ୍ଡିଆ ଷ୍ଟିଲ୍ - ୨୦୨୫ କନ୍ଫରେନ୍ସରେ ଯୋଗଦେବେ। ଏହା ପରେ ୨୬ରେ ଭୁବନେଶ୍ବର ଫେରିବେ ମୁଖ୍ୟମନ୍ତ୍ରୀ।

ମୁମ୍ବାଇ ଗସ୍ତ ସମୟରେ ରାଜ୍ୟରେ ପୁଞ୍ଜି ନିବେଶ ନେଇ ବିଭିନ୍ନ ଶିଳ୍ପପତି ଓ ନିବେଶକଙ୍କ ସହ ଆଲୋଚନା କରିବେ ।  କାଲି ପ୍ରଥମେ ଶିଳ୍ପ ସଂଘ ସହ କରିବେ ଆଲୋଚନା । ଏଥି ସହ ଷ୍ଟିଲ୍ ଉତ୍ପାଦନ ବୃଦ୍ଧି ଓ କଞ୍ଚାମାଲ୍ ଯୋଗାଣ ସମ୍ପର୍କରେ ଇଣ୍ଡିଆ ଷ୍ଟିଲ୍ – ୨୦୨୫ କନ୍ଫରେନ୍ସରେ ଯୋଗଦେଇ ଉଦ୍ବୋଧନ ରଖିବେ ମୁଖ୍ୟମନ୍ତ୍ରୀ । 

ଏହା ପରେ ଅପରାହ୍ଣରେ ଓଡ଼ିଶାରେ ପୁଞ୍ଜି ନିବେଶ ନେଇ ନିବେଶକଙ୍କ ସହ କରିବେ ଓ୍ବାନ୍ ଟୁ ଓ୍ବାନ୍ ଆଲୋଚନା । ଓଡ଼ିଶାରେ ଶିଳ୍ପ ପାଇଁ ସୁଯୋଗ, ଭିତ୍ତିଭୂମି ଓ ଶିଳ୍ପନୀତି ନେଇ   ପୁଞ୍ଜିପତିଙ୍କ ସହ ରାଉଣ୍ଡ ଟେବୁଲ ବୈଠକରେ କରିବେ ଆଲୋଚନା । ୨୬ ତାରିଖରେ ଭୁବନେଶ୍ବର ପ୍ରତ୍ୟାବର୍ତ୍ତନ କରିବେ ମୁଖ୍ୟମନ୍ତ୍ରୀ। ସୂଚନାଯୋଗ୍ୟ, ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମାେହନ ମାଝୀ ଦିଲ୍ଲୀ ଗସ୍ତରେ ଯାଇଥିଲେ। ସେଠାରେ ପୁଞ୍ଜି ନିବେଶ ପାଇଁଁ ଅନେକ କମ୍ପାନି ସହ ଚୁକ୍ତି ସ୍ଵାକ୍ଷର କରିଥିଲେ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.