ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ୨୨ ଅଚଳ ଏୟାରଷ୍ଟ୍ରିପ୍, ପୁରୀ ବିମାନବନ୍ଦର ପାଇଁ ଗ୍ରୀନ୍ ସିଗ୍‌ନାଲ

Published By : Prameya-News7 Bureau | August 25, 2025 IST

ଭୁବନେଶ୍ୱର ୨୫।୦୮ : କାର୍ଯ୍ୟକ୍ଷମ ହେବ ୨୨ ଅଚଳ ଏୟାରଷ୍ଟ୍ରିପ୍‌ । ଖୁବଶୀଘ୍ର ଏହାକୁ ଡେଭ୍‌ଲପ କରିବାକୁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର। ଏୟାରଷ୍ଟ୍ରିପ୍‌କୁ ଆଗାମୀ ଭବିଷ୍ୟତରେ ଏୟାରପୋର୍ଟରେ ରୂପାନ୍ତରିତ କରିବାକୁ ମଧ୍ୟ ପ୍ଲାନିଂ ରହିଛି । ଏଥିପାଇଁ ରାଜ୍ୟ ସରକାରଙ୍କ ସହଯୋଗ ଆମର ଦରକାର । ଏଠାରେ ରାଜ୍ୟ ସରକାର ଭଲ କାମ କରୁଛନ୍ତି । ଆଜି ଆମେ ସରକାରଙ୍କ ସହ ଅନେକ ପ୍ରସଙ୍ଗ ନେଇ ଆଲୋଚନା କରିବୁ ବୋଲି କହିଛନ୍ତି  ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ କିଞ୍ଜରପୁ । 

ପୁରୀରେ ବିମାନବନ୍ଦର ନିର୍ମାଣ ନେଇ ମନ୍ତ୍ରୀ କହିଛନ୍ତି ଯେ, ପୁରୀରେ ବିମାନବନ୍ଦର ନିର୍ମାଣ ପାଇଁ ଆମ ତରଫରୁ ଅନୁମତି ଦିଆ ସରିଛି। ବହୁତ ଦିନ ହେବ ପାଇଁ ଇନ-ପ୍ରିନ୍ସିପାଲ ଆପ୍ରୁଭାଲ ଏବଂ ସାଇଟକୁ ନେଇ ସମସ୍ୟା ଥିଲା। ଏସବୁରେ ଟିକେ ବିଳମ୍ବ ହୋଇଛି । ମାତ୍ର ଆମ ତରଫରୁ ସବୁ ଅନୁମତି ଦିଆସରିଛି। ଏବେ ସବୁ ରାଜ୍ୟ ସରକାରଙ୍କ ଉପରେ ନିର୍ଭର କରୁଛି।  ଆମର ବି ଅପେକ୍ଷା ରାଜ୍ୟ ସରକାର ପୁରୀରେ କେବେ ବିମାନବନ୍ଦର କାମ ଆଗକୁ ବଢାଉଛନ୍ତି।

ସେହିପରି ଗତ ୧୦ ବର୍ଷ ମଧ୍ୟରେ ଦେଶରେ ବେସାମରିକ ବିମାନ ଚଳାଚଳର ଅଭିବୃଦ୍ଧି ହୋଇଛି । ଏବେ ଦେଶରେ ଅନେକ ଛୋଟ ଛୋଟ ସହରରେ ମଧ୍ୟ ବିମାନ ବନ୍ଦର ନିର୍ମିତ ହୋଇଛି । ୨୦୪୭ ସୁଦ୍ଧା ବିକଶିତ ଭାରତ ସ୍କିମରେ ଆମେ ଦେଶରେ ୩୫୦ ନୂଆ ଏୟାରପୋର୍ଟ କରିବା ନେଇ ଯୋଜନା ରଖିଛୁ । ଯାହାଦ୍ୱାର ଆସନ୍ତା ୧୦ ବର୍ଷରେ ଦେଶରେ ୧୨୦ଟି ନୂଆ ଗନ୍ତବ୍ୟସ୍ଥଳ ସୃଷ୍ଟି କରିବା ନେଇ ଲକ୍ଷ୍ୟ ରହିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.