Iran nuclear deal: ପ୍ରତିବନ୍ଧକ ହଟାଇଲେ ପରମାଣୁ କାର୍ଯ୍ୟକ୍ରମ ବନ୍ଦ କରିବୁ, ଆମେରିକାକୁ ଇରାନ ପ୍ରସ୍ତାବ

NEWS7
mi-vs-lsg-bcci-imposed-a-fine-of-24-lakhs-on-rishabh-pant-fine-imposed-on-t

ତେହରାନ: ସାମରିକ ଧମକ ଏବଂ ଆଞ୍ଚଳିକ ଉତ୍ତେଜନାରେ ଚାପଗ୍ରସ୍ତ ଥିବା ଇରାନ ଏହାର ପରମାଣୁ କାର୍ଯ୍ୟକ୍ରମ ନେଇ ଆମେରିକା ସହ ବୁଝାମଣା କରିବାକୁ ରାଜି ଅଛି। ଏବଂ କହିଛି ଯେ ଯଦି ୱାଶିଂଟନ ପ୍ରତିବନ୍ଧକ ହଟାଇବାକୁ ପ୍ରସ୍ତୁତ ହୁଏ ତେବେ ଆମେ ଆମେରିକା ସହ ଚୁକ୍ତି କରିବାକୁ ପ୍ରସ୍ତୁତ ଅଛୁ। ବିବିସି ସହିତ ଏକ ସାକ୍ଷାତକାରରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ମାଜିଦ ତଖ୍ତ-ରାଭାଞ୍ଚି କହିଛନ୍ତି "ଆମେରିକା ଯେଉଁ ଚୁକ୍ତି କରିବାକୁ ଚାହୁଁଛି ତାହା ପ୍ରମାଣ କରିବା ପାଇଁ ବଲ ସେମାନଙ୍କ କୋର୍ଟରେ ଅଛି। ଯଦି ସେମାନେ ସଚ୍ଚୋଟ ଥିବେ ତେବେ ମୁଁ ନିଶ୍ଚିତ ଯେ ଆମେ ଏକ ଚୁକ୍ତି କରି ପାରିବୁ।"।

ନ୍ୟୁକ୍ଲିୟର ଡିଲ୍ ନେଇ ଦୀର୍ଘ ସମୟ ଧରି ଚାଲିଥିବା ଆଲୋଚନାକୁ ଇରାନ ବିଳମ୍ବ କରୁଛି ବୋଲି ଆମେରିକୀୟ ଅଧିକାରୀମାନେ ଅଭିଯୋଗ କରିଛନ୍ତି। ଶନିବାର ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ କହିଥିଲେ ଯେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯେଉଁ ଚୁକ୍ତି ପସନ୍ଦ କରୁଛନ୍ତି ଇରାନ ପାଇଁ ଏହା କରିବା ବହୁତ କଷ୍ଟକର। ରୁବିଓଙ୍କ ଏହି ବୟାନ ପରେ ଇରାନର ଉପ-ବୈଦେଶିକ ମନ୍ତ୍ରୀ ମାଜିଦ ତଖ୍‌ତ-ରାଭାଞ୍ଚି ବିବିସିକୁ ଏହି ପ୍ରତିକ୍ରିୟା ଦେଇଛନ୍ତି।

ସେପଟେ ଟ୍ରମ୍ପ ଇରାନକୁ ଖୋଲାଖୋଲି ଧମକ ଦେଇଛନ୍ତି। ଯଦି ଇରାନର ପରମାଣୁ ମହତ୍ତ୍ୱାକାଂକ୍ଷାକୁ ରୋକିବା ପାଇଁ ଏକ ଚୁକ୍ତି ନହୁଏ, ତେବେ ଆମେରିକା ଏହି ଅଞ୍ଚଳରେ ନିଜର ସାମରିକ ଉପସ୍ଥିତି ବୃଦ୍ଧି କରିବା ସହିତ ସମ୍ଭାବ୍ୟ ଆକ୍ରମଣ ବିପଦକୁ ଏଡ଼ାଇ ଦିଆଯାଇପାରିବ ନାହିଁ ବୋଲି ଟ୍ରମ୍ପ କହିଛନ୍ତି।

ଓମାନ ଆଲୋଚନା ପରେ ଦ୍ୱିତୀୟ ଆଲୋଚନା ଖୁବ୍‌ଶୀଘ୍ର

ଫେବୃଆରୀ ପୂର୍ବରୁ ଆମେରିକା ଏବଂ ଇରାନ ମଧ୍ୟରେ ଓମାନରେ ପରୋକ୍ଷରେ ଏକ ଆଲୋଚନା ହୋଇଥିଲା। ଆସନ୍ତା ମଙ୍ଗଳବାର ଜେନେଭାରେ ଏହାର ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ହେବ ବୋଲି ତଖ୍‌ତ-ରାଭାଞ୍ଚି ସ୍ପଷ୍ଟ କରିଛନ୍ତି। ତେବେ ଓମାନରେ ହୋଇଥିବା ପ୍ରାରମ୍ଭିକ ଆଲୋଚନା ସକାରାତ୍ମକ ଥିଲା ବୋଲି ଉଭୟ ଟ୍ରମ୍ପ ଓ ତେହରାନ କହିଥିଲେ।