ନୂଆଦିଲ୍ଲୀ: ଟାଟା ଟ୍ରଷ୍ଟରୁ ବିଦା ହେବାକୁ ଯାଉଛନ୍ତି ମେହଲି ମିସ୍ତ୍ରୀ। ସାର୍ ଦୋରାବଜୀ ଟାଟା ଟ୍ରଷ୍ଟ ଏବଂ ସାର୍ ରତନ ଟାଟା ଟ୍ରଷ୍ଟର ବୋର୍ଡରେ ମେହଲି ମିସ୍ତ୍ରୀଙ୍କ କାର୍ଯ୍ୟକାଳ ବୃଦ୍ଧି ବିରୋଧରେ ଅଧିକାଂଶ ଟ୍ରଷ୍ଟି ଭୋଟ ଦେଇଛନ୍ତି। ତେଣୁ ବୋର୍ଡରେ ତାଙ୍କର ପୁନଃ ନିଯୁକ୍ତି ହେବ ନାହିଁ ବୋଲି କୁହାଯାଉଛି। ଫଳରେ ଟାଟା ଟ୍ରଷ୍ଟରେ ତାଙ୍କର  ୩ବର୍ଷର କାର୍ଯ୍ୟକାଳ ଅକ୍ଟୋବର ୨୮ ତାରିଖ ଅର୍ଥାତ ଆଜି ଶେଷ ହେଉଛି।

ରିପୋର୍ଟଗୁଡ଼ିକ ସୂଚାଇଛି ଯେ ଗତ ସପ୍ତାହରେ ପ୍ରସାରିତ ଏକ ସର୍କୁଲାର ପ୍ରସ୍ତାବ ଫଳରେ ୬ ଜଣ ଟ୍ରଷ୍ଟିଙ୍କ ମଧ୍ୟରୁ ୩ ଜଣ - ଅଧ୍ୟକ୍ଷ ନୋଏଲ ଟାଟା, ଭେଣୁ ଶ୍ରୀନିବାସନ ଏବଂ ବିଜୟ ସିଂହ - ମିସ୍ତ୍ରୀଙ୍କ ପୁନଃନିଯୁକ୍ତିକୁ ବିରୋଧ କରିଥିଲେ। ବାକି ଟ୍ରଷ୍ଟି, ଡାରିଅସ୍ ଖାମ୍ବାଟା, ପ୍ରମିତ ଝାଭେରୀ ଏବଂ ଜାହାଙ୍ଗିର ଏଚ୍.ସି. ଜାହାଙ୍ଗିର ତାଙ୍କ ଅବ୍ୟାହତକୁ ସମର୍ଥନ କରିଥିଲେ। ବିଭାଜିତ ନିଷ୍ପତ୍ତି ମିସ୍ତ୍ରୀଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ପ୍ରତ୍ୟାଖ୍ୟାନ କରିଥିଲା।

ରିପୋର୍ଟ ଅନୁସାରେ, ଗତ ସପ୍ତାହରେ ଜାରି ହୋଇଥିବା ଏକ ସର୍କୁଲାର ପ୍ରସ୍ତାବ ଛଅ ଜଣ ଟ୍ରଷ୍ଟିଙ୍କ ମଧ୍ୟରୁ ତିନି ଜଣ - ଅଧ୍ୟକ୍ଷ ନୋଏଲ ଟାଟା, ଭେଣୁ ଶ୍ରୀନିବାସନ ଏବଂ ବିଜୟ ସିଂହ – ମେହଲି ମିସ୍ତ୍ରୀଙ୍କ ପୁନଃନିଯୁକ୍ତିକୁ ବିରୋଧ କରିଥିଲେ। ବାକି ଟ୍ରଷ୍ଟି- ଡାରିଅସ୍ ଖାମ୍ବାଟା, ପ୍ରମିତ ଝାଭେରୀ ଏବଂ ଜାହାଙ୍ଗିର ଏଚ୍.ସି. ଜାହାଙ୍ଗିର ତାଙ୍କ ପଦରେ କାଏମ ରଖିବାକୁ ସମର୍ଥନ କରିଥିଲେ। ବୋର୍ଡ ମଧ୍ୟରେ ନିଷ୍ପତ୍ତି ବିଭାଜନ ଥିବାରୁ ମସ୍ତ୍ରୀଙ୍କ ପୁନଃ ନିଯୁକ୍ତି  ଅଟକି ରହିଛି।

୨୦୨୨ ମସିହାରେ ଉଭୟ ଟ୍ରଷ୍ଟରେ ଯୋଗ ଦେଇଥିବା ମିସ୍ତ୍ରୀଙ୍କୁ ସ୍ୱର୍ଗତ ରତନ ଟାଟାଙ୍କ ଜଣେ ଘନିଷ୍ଠ ସହଯୋଗୀ ଭାବରେ ବିବେଚନା କରାଯାଏ। ସାର୍ ଦୋରାବଜୀ ଟାଟା ଟ୍ରଷ୍ଟ ଏବଂ ସାର୍ ରତନ ଟାଟା ଟ୍ରଷ୍ଟ ମିଳିତ ଭାବରେ ଟାଟା ସନ୍ସରେ ସର୍ବାଧିକ ଅଂଶଧନ ରଖନ୍ତି ଏବଂ ଟାଟା ଗ୍ରୁପରେ ବୋର୍ଡ ନାମାଙ୍କନ ଏବଂ ପରିଚାଳନାରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରନ୍ତି।

ଟ୍ରଷ୍ଟଗୁଡ଼ିକ ଗଭର୍ଣ୍ଣିଂ ବୋର୍ଡରେ ମିସ୍ତ୍ରୀଙ୍କ ବଦଳରେ ଅନ୍ୟ ଜଣଙ୍କୁ ନିଯୁକ୍ତ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ କରିବେ ବୋଲି ଆଶା କରାଯାଉଛି। ଟାଟା ସନ୍ସକୁ ବୋର୍ଡ ମନୋନୟନ ସମ୍ପର୍କରେ ପରବର୍ତ୍ତୀ ନିଷ୍ପତ୍ତି ଆଗାମୀ ମାସଗୁଡ଼ିକରେ ନିଆଯିବ ବୋଲି ଜଣାପଡ଼ିଛି।