LIVE TV

୧୯ ବର୍ଷ ମଧ୍ୟରେ ୨୩ ଥର ବଦଳି ; ସଚ୍ଚୋଟ IAS ଅଧିକାରୀ ତୁକାରାମ୍ ମୁନ୍ଧେ କିଏ ? Share

NEWS7

ନୂଆଦିଲ୍ଲୀ : ସଚ୍ଚୋଟତା ହେଉଛି ସର୍ବୋତ୍ତମ ନୀତି। କିନ୍ତୁ ଯେତେବେଳେ ସଚ୍ଚୋଟତା ଅନ୍ୟମାନଙ୍କ ପାଇଁ ସମସ୍ୟା ପାଲଟିଯାଏ, ସେତେବେଳେ କ’ଣ ହୁଏ ? ଏହା କେବଳ ଏକ ପ୍ରଶ୍ନ ନୁହେଁ। ଇଏ IAS ଅଧିକାରୀ ତୁକାରାମ ମୁଣ୍ଢେଙ୍କ କ୍ୟାରିୟରର କାହାଣୀ। ମହାରାଷ୍ଟ୍ର ସରକାର ପାଞ୍ଚ ଆଇଏଏସ୍ ଅପିସରଙ୍କୁ ବଦଳି କରିଛନ୍ତି। ସେମାନଙ୍କ ମଧ୍ୟରେ ୨୦୦୫ ବ୍ୟାଚର IAS ଅଧିକାରୀ ତୁକାରାମ ମୁଣ୍ଢେ ମଧ୍ୟ ଅଛନ୍ତି। ତାଙ୍କୁ ମୁମ୍ବାଇର ବିକାଶ କମିଶନର ପଦବୀରୁ ଦିବ୍ୟାଙ୍ଗ କଲ୍ୟାଣ ବିଭାଗର ସଚିବ କରାଯାଇଛି। ଅନ୍ୟ ଅଫିସରଙ୍କ ପାଇଁ ଏହା ନିୟମିତ ସ୍ଥାନାନ୍ତର। କିନ୍ତୁ ମୁଣ୍ଢେଙ୍କ ପାଇଁ, ମାତ୍ର ୧୯ ବର୍ଷର ସେବା ମଧ୍ୟରେ ଏହା ୨୩ ଥର ଥିଲା। ଏମିତି କହିବାକୁ ଗଲେ, ଅଧିକାଂଶ IAS ଅଧିକାରୀ ଅତି କମରେ ଦୁଇରୁ ତିନି ବର୍ଷ ପାଇଁ ଗୋଟିଏ ପୋଷ୍ଟିଂରେ ସେବା କରିବାକୁ ପାଆନ୍ତି। କିନ୍ତୁ ମୁଣ୍ଢେଙ୍କୁ ଏହି ସୁବିଧା ମିଳିନି। କାହିଁକି ନା ତାଙ୍କୁ ସବୁବେଳେ କମ୍ ସମୟ ବ୍ୟବଧାନରରେ ବଦଳି କରାଯାଇଥାଏ। ସେଥିପାଇଁ ତାଙ୍କ ତୁଳନା  ହରିୟାଣାର ଜଣାଶୁଣା ଅଧିକାରୀ ଅଶୋକ ଖେମକାଙ୍କ ସହ କରାଯାଉଛି।

 ୩ ଜୁନ୍ ୧୯୭୫ ମସିହାରେ ମହାରାଷ୍ଟ୍ରର ବୀଡ ଜିଲ୍ଲାର ତାଡସୋନା ଗ୍ରାମରେ ତୁକାରାମଙ୍କ ଜନ୍ମ। ସେ ତାଙ୍କର ପ୍ରାରମ୍ଭିକ ଶିକ୍ଷା ଔରଙ୍ଗାବାଦର ଜିଲ୍ଲା ପରିଷଦ ସ୍କୁଲରେ ଥିଲା।  ମୁଣ୍ଢେ ଇତିହାସରେ ଗ୍ରାଜୁଏସନ୍ ଏବଂ ରାଜନୀତି ବିଜ୍ଞାନରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି। ରିପୋର୍ଟ ଅନୁଯାୟୀ, ସେ ଭଞ୍ଜାରୀ ସମ୍ପ୍ରଦାୟର, ଯାହାକୁ ମହାରାଷ୍ଟ୍ରରେ ଓବିସି ବର୍ଗରେ ବର୍ଗୀକୃତ କରାଯାଇଛି। ୨୦୦୫ ମସିହାରେ ସେ ସିଭିଲ୍ ସେବାରେ ଯୋଗ ଦେଇଥିଲେ। ତାଙ୍କର ପ୍ରଥମ ପୋଷ୍ଟିଂ ସୋଲାପୁରରେ ହୋଇଥିଲା, ଯେଉଁଠାରେ ଅବୈଧ ମଦ ଆଡ୍ଡା ଉପରେ ଚଢାଉ ତାଙ୍କୁ ଷ୍ଟାର କରିଥିଲା। କିନ୍ତୁ ଏଥିପାଇଁ  ମୁଣ୍ଢେ ଅନେକ ଧମକର ସମ୍ମୁଖୀନ ହୋଇଛନ୍ତି । ପରେ ସେ ବାଲି ମାଫିଆମାନଙ୍କ ଉପରେ କଡ଼ା କାର୍ଯ୍ୟନୁଷ୍ଠାନ ନେଇଥିଲେ। ଯେଉଁଥିପାଇଁ ସେ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଥିଲେ। ସେ ଜଣେ ସଚ୍ଚୋଟ ଅଧିକାରୀ ଭାବରେ ଜଣାଶୁଣା। ତାଙ୍କ କାର୍ଯ୍ୟଶୈଳୀକୁ  ଅନେକ ପ୍ରଶଂସା କରନ୍ତି। ଜଣେ ଷ୍ଟ୍ରିକ୍ଟ, ଡିସିପ୍ଲିନ୍, ଅଫିସର ଭାବେ ସେ ନାଁ କରିଛନ୍ତି । 

କୁହାଯାଏ ତାଙ୍କ ସଚ୍ଚୋଟତା ହିଁ ତାଙ୍କର ବାରମ୍ବାର ବଦଳିର କାରଣ। ତୁକାରାମ ମୁଣ୍ଢେଙ୍କ କାହାଣୀ IAS ଅଫିସର ଅଶୋକ ଖେମକାଙ୍କ ସହିତ ତୁଳନା କରାଯାଇଛି। ଯିଏ 34 ବର୍ଷରେ 57ଥର ବଦଳି ହୋଇଛନ୍ତି। ଉଭୟ ଅଧିକାରୀ ସେମାନଙ୍କର ସଚ୍ଚୋଟତା ଏବଂ କଠୋର କାର୍ଯ୍ୟଶୈଳୀ ପାଇଁ ଜଣାଶୁଣା, ଯେଉଁଥିପାଇଁ ସେମାନଙ୍କୁ ବାରମ୍ବାର ବଦଳି ହୋଇଛନ୍ତି।

 

ତେବେ ଏଠି ଏତିକି କହିପାରିବା ଯେ, ମୁନ୍ଧେଙ୍କ କାହାଣୀ ନିହାତି ଭାବରେ ଖୁବ୍ ପ୍ରେରଣାଦାୟୀ। କାହିଁକିନା  ସମସ୍ତ ବାଧାବିଘ୍ନ ସତ୍ତ୍ୱେ, ସେ ନିରନ୍ତର ଭାବରେ ତାଙ୍କର କର୍ତ୍ତବ୍ୟ ପାଳନ କରିଛନ୍ତି। ତାଙ୍କ ମହାନ କାମ ପାଇଁ ତାଙ୍କୁ 'ଶ୍ରେଷ୍ଠ କଲେକ୍ଟର' ସମ୍ମାନରେ ସମ୍ମାନିତ କରାଯାଇଛି। ଏମିତି କି ସେ "ମିଶନ ମ୍ୟାନ୍" ଭାବରେ ଜଣାଶୁଣା । ସେ ଯାହା ବି ହେଉ  ତୁକାରାମ ମୁଣ୍ଡେଙ୍କ ସଚ୍ଚୋଟତାରକୁ ସଲାମ୍ 

Read more in App