ମହାକୁମ୍ଭ ମେଳାରେ ଭୟଙ୍କର ଅଗ୍ନିକାଣ୍ଡ, ସିଲିଣ୍ଡର ଫାଟି ଲାଗିଲା ନିଆଁ

Published By : Prameya-News7 Bureau | January 19, 2025 IST

ନୂଆଦିଲ୍ଲୀ: ପ୍ରୟାଗରାଜ ମହାକୁମ୍ଭ କ୍ଷେତ୍ରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ପ୍ରୟାଗରାଜର ମହାକୁମ୍ଭ ମେଳାର ସେକ୍ଟର ୫ରେ ଅଗ୍ନିକାଣ୍ଡ ନେଇ ଖବର ସାମନାକୁ ଆସିଛି । ନିଆଁ ଲାଗିବା ଯୋଗୁ ଟେଣ୍ଟ ଭିତରେ ରଖାଯାଇଥିବା ସିଲିଣ୍ଡର ବ୍ଲାଷ୍ଟ ହୋଇଛି । ଅଖି ପିଛୁଳାକେ ୨୦-୨୫ ଟେଣ୍ଟ ଜଳିପୋଡ଼ି ପାଉଁଶ ହୋଇଛି । ନିଆଁ ଲିଭା କାର୍ଯ୍ୟରେ ଦମକଳର ୧୦ ଗାଡ଼ି ନିୟୋଜିତ କରାଯାଇଛି । ପୋଲିସ ଏବଂ ଏନ୍‌ଡିଆରଏଫ୍ ଟିମ୍ ନିଆଁକୁ କାବୁ କରିବା ପାଇଁ ଆଖପାଖ ଅଞ୍ଚଳକୁ ଖାଲି କରିଛନ୍ତି । ନିଆଁ ଶାସ୍ତ୍ରୀ ପୋଲ ଏବଂ ରେଲୱେ ପୋଲ ମଧ୍ୟରେ ଲାଗିଛି । ଏହି ପୂରା ଅଞ୍ଚଳର ମହାକୁମ୍ଭ ମେଳା କ୍ଷେତ୍ରରେ ଆସୁଛି । 

ମିଳିଥିବା ସୂଚନା ଅନୁସାରେ ସିଲିଣ୍ଡର ଲିକ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଛି । ଟେଣ୍ଟ ଭିତରେ ଥିବା ଅନ୍ୟ ସିଲିଣ୍ଡର ଗୁଡ଼ିକୁ ବାହାର କରାଯାଉଥିବା ଦେଖିବାକୁ ମିଳୁଛି । ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍ ପହଞ୍ଚି କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି । ଶିବିର ଭିତରେ ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଛି । ଘଟଣାସ୍ଥଳରେ ଆମ୍ୱୁଲାନ୍ସ ମୁତୟନ କରାଯାଇଛି । ମୁଖ୍ୟ ଅଗ୍ନଶମ ଶିବିରୁ ଚାରି ବଡ଼ ଫାୟର ବ୍ରିଗେଡ୍ ଏବଂ ଆଠ ବୁଲେଟ୍ ପଠାଯାଇଛି । ସେହିପରି ମିଡିଆ ସେଣ୍ଟରରୁ ଦୁଇ ଫାୟାର ବ୍ରିଗେଡ୍ ଗାଡ଼ିକୁ ପଠାଯାଇଛି । ଖବର ଅନୁସାରେ ନିଆଁ ସେକ୍ଟର ୧୯ରୁ ୨୦ ଆଡ଼କୁ ବ୍ୟାପୁଛି । ଏଥିରେ ଗୀତା ପ୍ରେସ୍ ଗୋରଖପୁରର ଶିବିର ମଧ୍ୟ ପ୍ରଭାବିତ ହୋଇଛି । ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଡିଆଇଜି ବୈଭବ କୃଷ୍ଣା ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟର ତଦାରଖ କରୁଛନ୍ତି ।

ମିଡିଆ ରିପୋର୍ଟ ଅନୁସାରେ ସେକ୍ଟର ୧୦ରେ ଗୀତା ପ୍ରେସ, ନିର୍ମଳ ବାବା ଏବଂ ହନୁମାନ ସେବା ସମିତିର ଶିବିର ରହିଥିଲା । ଗୀତା ପ୍ରେସ୍ ଶିବିରରେ ପ୍ରଥମେ ନିଆଁ ଲାଗିଥିଲା । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଗ୍ନିକାଣ୍ଡ ଉପରେ ରିପୋର୍ଟ ମାଗିଛନ୍ତି ଏବଂ ଅଧିକାରୀଙ୍କୁ ତତ୍କାଳ ଉଦ୍ଧାରକାର୍ଯ୍ୟ ଶେଷ କରିବା ପାଇଁ କହିଛନ୍ତି । ବର୍ତ୍ତମାନ ସୁଦ୍ଧା କୌଣସି ଜନଜୀବନ ହାନି ନେଇ ସୂଚନା ସାମନାକୁ ଆସି ନାହିଁ । ନିଆଁକୁ ଆୟତ୍ତ କରାଯାଇଛି ଏବଂ କୌଣସି ଗୁଜବ ଉପରେ ଧ୍ୟାନ ନଦେବା ପାଇଁ ଡିଆଇଜି ବୈଭବ କୃଷ୍ଣା କହିଛନ୍ତି । ଏହାରି ଭିତରେ କେନ୍ଦ୍ରୀୟ ହସ୍ପିଟାଲ୍ ଏବଂ ଏସଆରଏନ ହସ୍ପିଟାଲକୁ ଆଲର୍ଟ କରାଯାଇଛି । କେନ୍ଦ୍ରୀୟ ହସ୍ପିଟାଲରେ ୮ଟି ବର୍ଣ୍ଣ ବେଡ୍ ବଢାଯାଇଛି । କେନ୍ଦ୍ରୀୟ ହସ୍ପିଟାଲରୁ ୧୦ ସ୍ୱତନ୍ତ୍ର ଡାକ୍ତରଙ୍କୁ ନିୟୋଜିତ କରାଯାଇଛି। 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.