ମୋକିମ୍‌ଙ୍କ ମହିଳା ସମାବେଶ : ସୋଫିଆଙ୍କ ନଗର କଂଗ୍ରେସ ସଭାପତିଙ୍କ ଉପସ୍ଥିତିକୁ ନେଇ ଚର୍ଚ୍ଚା ଜୋର

NEWS7
massive-fire-at-iocl-refinery-in-gujarat-vadora

ଭୁବନେଶ୍ବର ୩୦।୧: ମୋକିମ୍‌ଙ୍କ ମହିଳା ସମାବେଶକୁ ନେଇ ପୁଣି ଚର୍ଚ୍ଚା ଜୋର। ମୋକିମ୍‌ଙ୍କ ସମାବେଶରେ ପୁଣି ଅତିଥି ହେଲେ ଝିଅ ତଥା କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋଶ । ସୋଫିଆଙ୍କ ସହ ନଗର କଂଗ୍ରେସ ସଭାପତି ଗିରିବାଳା ବେହେରା ଓ ୩ କଂଗ୍ରେସ କର୍ପୋରେଟର ଲିଜାରାଣୀ ରାଉତ, ସ୍ବର୍ଣ୍ଣପ୍ରଭା ପଶାୟତ, ଭାନୁ ସେନାପତି ଉପସ୍ଥିତିକୁ ନେଇ ଅଧିକ ଚର୍ଚ୍ଚା ।

ଓଡ଼ିଶା ଜନତା କଂଗ୍ରେସ ନାମରେ ନୂଆ ଦଳ ଗଢ଼ିବାକୁ ଯାଉଛନ୍ତି ମହମ୍ମଦ ମୋକିମ୍ । ଗତ କିଛି ଦିନ ତଳେ ମୋକିମ୍ ଯୁବ ସମାବେଶ କରିଥିବା ବେଳେ ଶୁକ୍ରବାର କରିଥିଲେ ମହିଳା ସମାବେଶ । ତେବେ ଏହା ରାଜନୈତିକ ସମାବେଶ ନୁହେଁ କହି କଥା ଏଡାଇଥିବା ବେଳେ କଟକ ନଗର କଂଗ୍ରେସ ସଭାପତି ଗିରିବାଳା ବେହେରା କହିଛନ୍ତି, ଦଳ ତାଙ୍କ ପ୍ରତି ଅନ୍ୟାୟ କରିଛି । ଆଲୋଚନାକୁ ନ ଡାକି ତାଙ୍କ ସହ ଅବିଚାର କରାଗଲା । ମୋକିମ୍ ବାବୁ ଗଲା ପରେ କଟକ କଂଗ୍ରେସ ଦୁର୍ବଳ ହେବ । ନିଜେ ପରିଶ୍ରମ କରି କଟକରେ କଂଗ୍ରେସକୁ ଉଠେଇ ଥିଲେ ମୋକିମ୍ ବାବୁ ଯେଉଁମାନେ ଭଲ ପାଆନ୍ତି ସେଇମାନେ ତାଙ୍କ ସହ ଯାଉଛନ୍ତି। ସେ ଅଛୁଆଁ ନୁହଁ,ତାଙ୍କ ସହ ଆମେ ସବୁ ଅଛୁ । ତେବେ ଆଜିର ସମାବେଶ ଦଳୀୟ ମିଟିଂ ନଥିଲା କହି ସ୍ପଷ୍ଟୀକରଣ ଦେଇଛନ୍ତି ।

ସେପଟେ କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋଶ ଆଜିର ବୈଠକରେ ଶିକ୍ଷିତ ମହିଳାଙ୍କୁ ରାଜନୀତିକୁ ଆସିବାକୁ ଦେଇଛନ୍ତି ଖୋଲା ଆହ୍ୱାନ । ତେବେ ବାପାଙ୍କ ସ୍ୱପ୍ନକୁ ଆଗକୁ ସାକାର କରିବି ବୋଲି ପ୍ରତିକ୍ରିୟା ଦେବା ସହ ଦଳ ଛାଡି ବାପାଙ୍କ ସହ ଯାଉଥିବା ନେତାଙ୍କୁ ଦଳରେ ରହିବାକୁ ବୁଝାଇବା ପାଇଁ ପ୍ରୟାଶ କରୁଛୁ ସୋଫିଆ କହିଛନ୍ତି ।