LIVE TV

କୋଚିଂ ସେଣ୍ଟରରେ ବଡ଼ ବିସ୍ଫୋରଣରେ ଦୁଇ ପିଲାଙ୍କ ମୃତ୍ୟୁ , ୬ ଆହତ : ବହୁ ଦୂର ଯାଏ ପଡ଼ିଲା ବିଲ୍ଡିଂର ଭଗ୍ନାବଶେଷ

NEWS7
Explosion at coaching centre

ଫରୁଖାବାଦ – ଉତ୍ତର ପ୍ରଦେଶର ଫରୁଖାବାଦରେ ଶନିବାର ଦ୍ୱିପ୍ରହର ସମୟରେ ଏକ କୋଚିଂ ସେଣ୍ଟରରେ ଭୀଷଣ ବିସ୍ଫୋରଣ ଘଟିଛି। ଧମାକାରେ ଦୁଇ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଛଅ ଜଣ ଲୋକ ଆହତ ହୋଇଛନ୍ତି। ଘଟଣାଟି ଥାନା କାଦରୀ ଗେଟ୍‌ ଅଞ୍ଚଳର ସାତନପୁର ମଣ୍ଡି ନିକଟସ୍ଥ କୋଚିଂ ସେଣ୍ଟରରେ ହୋଇଛି। ବିସ୍ଫୋରଣ ଏତେ ଭୀଷଣ ଥିଲା ଯେ, କୋଚିଂ ସେଣ୍ଟରର ବିଲ୍ଡିଂର ଏକ ଭାଗ ଭାଙ୍ଗି ନଷ୍ଟ ହୋଇ ଯାଇଛି ଏବଂ ଭଗ୍ନାବଶେଷ ୨୦ରୁ ୩୦ ମିଟର ଯାଏ ବିଛାଡ଼ି ହୋଇ ପଡ଼ିଛି। ନିକଟରେ ଥିବା ଅନେକ ଘର ଓ ଯାନବାହନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ବିସ୍ଫୋରଣର କାରଣ ବର୍ତ୍ତମାନ ଅସ୍ପଷ୍ଟ ରହିଛି। ଫୋରେନ୍ସିକ୍‌ ଦଳ ମଧ୍ୟ ତଦନ୍ତ କରୁଛି। ମୁଖ୍ୟମନ୍ତ୍ରୀ ଯୋଗୀ ମଧ୍ୟ ଘଟଣାର ତଦନ୍ତ କରିଛନ୍ତି। ଘଟଣାକୁ ଦୁଃଖଦ କହିବା ସହ ସେ ଅଧିକାରୀମାନଙ୍କୁ ଘଟଣା ସ୍ଥଳରେ ପହଞ୍ଚିବା ଏବଂ ଉଦ୍ଧାର କାର୍ଯ୍ୟର ନିର୍ଦ୍ଦେଶ ଦେଇଛନ୍ତି।

ସାତନପୁର ମଣ୍ଡି ରୋଡ୍‌ ସ୍ଥିତ କାଟିଆର କୋଲ୍ଡ ଷ୍ଟୋରେଜ୍‌ ନିକଟରେ ଦ ସନ୍ କ୍ଲାସେଜ୍‌ ଲାଇବ୍ରେରୀ ଅବସ୍ଥିତ । ଶନିବାର ଅପରାହ୍ନ ପ୍ରାୟ ସାଢେ ୩ଟା ସମୟରେ , କ୍ଲାସ ଭିତରେ ଏକ ବିରାଟ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ଜଣେ ଯୁବକଙ୍କ ଶରୀର ଖଣ୍ଡ ବିଖଣ୍ଡ ହୋଇଯାଇ ଥିଲା। ୨୬ ବର୍ଷିୟ ଆକାଶ ସକ୍ସେନାଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଛି। କୋଚିଂରେ ପଢୁଥିବା ଜଣେ ଛାତ୍ରୀ ଓ ପାଞ୍ଚ ଜଣ ଛାତ୍ର ଗୁରୁତର ହୋଇଛନ୍ତି। ଲୋକେ ଅନ୍ୟ ଆହତଙ୍କୁ ଡା. ରାମମନୋହର ଲୋହିଆ ହସ୍ପିଟାଲ ପଠାଇ ଦେଇଛନ୍ତି।ଯେଉଁଠି ସ୍ଥିତି ଗୁରୁତର ହେବାରୁ ୨୫ ବର୍ଷିୟ ଆକାଶ କଶ୍ୟପ ଓ ୧୧ ବର୍ଷିୟ ରିଦମ ଯାଦବଙ୍କୁ ରେଫର କରିଦିଆ ଯାଇଛି।

କାନପୁର ନେଉଥିବା ବେଳେ ଆକାଶ କଶ୍ୟପଙ୍କ କମାଲଗଞ୍ଜ ନିକଟରେ ମୃତ୍ୟୁ ହୋଇଛି। ଲୋହିଆ ହସ୍ପିଟାଲରେ ଗାଁ ନିନୌଆ ନିବାସୀ ପଞ୍ଚମ ଶ୍ରେଣୀର ଛାତ୍ର ଅଭୟ , ସେଣ୍ଟ୍ରାଲ ଜେଲ୍‌ ନିକଟ ନିବାସୀ ଷଷ୍ଠ ଶ୍ରେଣୀର ଛାତ୍ରୀ ଆଂଶିକା ଗୁପ୍ତା , ଗୁଞ୍ଜନ ବିହାର କଲୋନୀ ନିବାସୀ ପଞ୍ଚମ ଶ୍ରେଣୀର ଛାତ୍ର ପିୟୁଷ ଯାଦବ ଓ ତାଙ୍କର ଭାଇ ତୃତୀୟ ଶ୍ରେଣୀର ଛାତ୍ର ନିଖିଲ ଯାଦବ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।