ନୂଆଦିଲ୍ଲୀ ୦୧/୦୨: ବଜେଟ୍ କାଉଣ୍ଟଡାଉନ୍ । ଆଉ କିଛି ଘଣ୍ଟାର ଅପେକ୍ଷା । ଉପସ୍ଥାପିତ ହେବ ଆର୍ଥିକ ବର୍ଷ ୨୦୨୫-୨୬ ବଜେଟ୍ । ପୂର୍ବାହ୍ନ ୧୧ଟାରେ ସଂସଦରେ ବଜେଟ୍ ଉପସ୍ଥାପନା କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ହେଲେ ବଜେଟ୍ ଇତିହାସ ବହୁ ପୁରୁଣା । ଭାରତରେ ବଜେଟ୍ ସହିତ ଜଡିତ ରହିଛି ଅନେକ କାହାଣୀ । ଯାହା ଆଜି ବି ଚିର ସ୍ମରଣୀୟ । କାରଣ ୧୯୯୧ର ସେହି ବଜେଟ୍ ଯାହା ଆଜି ବି ଲିପିବଦ୍ଧ । ମନମୋହନ ସିଂହଙ୍କ ସେହି ବଜେଟ୍ ଯାହା ଟ୍ରାକ୍କୁ ଆଣିଥିଲା ଭାରତର ଅର୍ଥନୀତି ।
ଅର୍ଥନୀତିର ବିନ୍ଧାଣୀ ତଥା ସେବେ ଅର୍ଥମନ୍ତ୍ରୀ ଥିବା ମନମୋହନ ସିଂହ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ପିବି ନରସିଂହ୍ମା ରାଓଙ୍କ ନିଷ୍ପତ୍ତି ଏମିତି ଥିଲା ଯାହା ଦେଶର ଅର୍ଥନୀତିକୁ ବଦଳାଇ ଦେଇଥିଲା । ଆଜ୍ଞା ହଁ ଆମେ କହୁଛୁ ସେହି ବଜେଟ୍ ବିଷୟରେ ଯାହା ଦେଶର ଆର୍ଥିକ ଅବସ୍ଥା ଏବଂ ଦିଗ ଉଭୟକୁ ଦେଇଥିଲା ବଦଳାଇ । ଏହା ବି ଚର୍ଚ୍ଚା ହୁଏ କି, ଯଦି ଏହି ବଜେଟ୍ ଉପସ୍ଥାପନ ହୋଇନଥାନ୍ତା, ତେବେ ହୁଏତ ଆଜି ଆମ ଦେଶର ଅବସ୍ଥା ବର୍ତ୍ତମାନର ପାକିସ୍ତାନ ପରି ହୋଇଥାନ୍ତା ।
ଟ୍ରାକ୍ ବଦଳାଇଥିଲା ଦେଶର ଅର୍ଥନୀତି । ତତ୍କାଳୀନ ଅର୍ଥମନ୍ତ୍ରୀ ମନମୋହନ ସିଂହ ଓ ପ୍ରଧାନମନ୍ତ୍ରୀ ନରସିହ୍ମା ରାଓ ଉପସ୍ଥାପନ କରିଥିଲେ ଯୁଗାନ୍ତକାରୀ ବଜେଟ୍ । ସେ ନାହାଁନ୍ତି ସତ କିନ୍ତୁ ବଜେଟ୍ ପ୍ରସଙ୍ଗ ଯେବେ ବି ଉଠେ ପ୍ରେରଣା ପରି ମନେ ପକାଯିବ । ୧୯୯୧ ମସିହାରେ ଦେଶର ଅର୍ଥନୀତି ସେତେ ସୁଦୃଢ ନଥିଲା । ସ୍ୱଳ୍ପ ଅର୍ଥକୁ ନେଇ ଦେଶ ଚଳାଇବା ଥିଲା କଷ୍ଟକର । ମନମୋହନ ସିଂହ ଓ ପ୍ରଧାନମନ୍ତ୍ରୀ ନରସିହ୍ମା ରାଓଙ୍କ ନିଷ୍ପତ୍ତି ଦେଶର ଆର୍ଥିକ ସ୍ଥିତି ବଦଳାଇଦେଇଥିଲା । ଆଉ ଏହି ଯୁଗାନ୍ତକାରୀ ପଦକ୍ଷେପ ବଳରେ ସ୍ଥିତି ବଦଳିଥିଲା ।
ବଜେଟରେ କଣ ଥିଲା ବଡ଼ ନିଷ୍ପତ୍ତି ?
ମନମୋହନ ସିଂହ ଦେଶରେ ଲାଇସେନ୍ସିଂ ରାଜ୍କୁ କରିଥିଲେ ସମାପ୍ତ । ଫଳରେ ଅର୍ଥନୈତିକ ଉଦାରୀକରଣ ଯୁଗର ହୋଇଥିଲା ଆରମ୍ଭ । ଏହି ବଜେଟ୍ ଏପରି ଏକ ସମୟରେ ଉପସ୍ଥାପିତ ହୋଇଥିଲା ଯେତେବେଳେ ଦେଶ ଆର୍ଥିକ ପତନ ଆଡକୁ ଗତି କରୁଥିଲା । ଏହା ବ୍ୟତୀତ ଏହି ବଜେଟରେ ରପ୍ତାନି ସମ୍ପର୍କରେ ମଧ୍ୟ ଅନେକ ପଦକ୍ଷେପ ନିଆଯାଇଛି।
ସବୁଠାରୁ ବଡ଼ ପଦକ୍ଷେପ ଥିଲା ସୀମା ଶୁଳ୍କକୁ ୨୨୦ ପ୍ରତିଶତରୁ ୧୫୦ ପ୍ରତିଶତକୁ ହ୍ରାସ କରିବା । କିଛି ଏପରି ନିଷ୍ପତ୍ତି ଥିଲା ଯାହା ବିଦେଶୀ ନିବେଶକମାନଙ୍କୁ ଭାରତ ଆସିବା ପାଇଁ ଦ୍ୱାର ଖୋଲି ଦେଇଥିଲା । ତା’ପରେ ଭାରତର ବୈଦେଶିକ ମୁଦ୍ରା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଲା।
ଏହାକୁ କାହିଁକି କୁହାଯାଏ କ୍ରାନ୍ତିକାରୀ ବଜେଟ୍ ?
ଏହି ବଜେଟରେ ବିଦେଶୀ କମ୍ପାନୀଗୁଡ଼ିକର ଆଗମନକୁ ମଧ୍ୟ ଅନୁମତି ଦିଆଯାଇଥିଲା । ଅନେକ ନିୟମ ପରିବର୍ତ୍ତନ କରାଯାଇଥିଲା। ଏହା ବ୍ୟତୀତ ବ୍ୟବସାୟକୁ ପ୍ରୋତ୍ସାହିତ କରିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ମଧ୍ୟ ନିଆଯାଇଥିଲା। ଏହି ପଦକ୍ଷେପ ଦେଶରୁ ରପ୍ତାନି ହେଉଥିବା ଉତ୍ପାଦର ସଂଖ୍ୟା ବୃଦ୍ଧି କରିଥିଲା।
ଏହା ସହିତ ସରକାରୀ ରାଜକୋଷ ମଧ୍ୟ ପୂରଣ ହେବାରେ ଲାଗିଥିଲା । ଧୀରେ ଧୀରେ ଦେଶ ବିକାଶ ଆଡକୁ ଗତି କରିବାକୁ ଲାଗିଲା । ତତ୍କାଳୀନ ଅର୍ଥମନ୍ତ୍ରୀ ଡକ୍ଟର ମନମୋହନ ସିଂହ (FM ଡକ୍ଟର ମନମୋହନ ସିଂହ)ଙ୍କ ଏହି ବଜେଟକୁ 'ବିପ୍ଳବୀ ବଜେଟ୍' ଭାବରେ ଜଣାଶୁଣା।
also read..
ବଜେଟ୍ କାଉଣ୍ଟଡାଉନ୍, ଟିକସ ବୋଝ କମିବ ନା ନିମ୍ନ ଆୟ ବର୍ଗଙ୍କ ପାଇଁ କ'ଣ ରହିବ ବିଶେଷ ?