ଉତ୍ତର ପ୍ରଦେଶରେ ମର୍ମନ୍ତୁଦ ଦୁର୍ଘଟଣା; ଟ୍ରାକ୍ଟରକୁ ଧକ୍କା ଦେଲା ଟ୍ରକ, ୮ ଶ୍ରଦ୍ଧାଳୁ ମୃତ

Published By : Prameya-News7 Bureau | August 25, 2025 IST

ନୂଆଦିଲ୍ଲୀ ୨୫।୦୮; ଉତ୍ତର ପ୍ରଦେଶର ବୁଲନ୍ଦସହରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଅତି କମରେ ଆଠ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ରିପୋର୍ଟ ଅନୁଯାୟୀ, ବୁଲନ୍ଦସହରର ଜାତୀୟ ରାଜପଥ ୩୪ର ଘଟାଲ ଗାଁ ନିକଟରେ ଶ୍ରଦ୍ଧାଳୁ ଭର୍ତ୍ତି ଟ୍ରାକଟର ଏକ କଣ୍ଟେନର ଟ୍ରକ ଧକ୍କା ଦେଇଥିଲା। ଟ୍ରାକ୍ଟରରେ ଥିବା ୮ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୪୩ ଜଣ ଆହତ ହୋଇଥିଲେ।

କୁହାଯାଉଛି ଯେ ସମସ୍ତେ କାସଗଞ୍ଜରୁ ରାଜସ୍ଥାନର ଗୋଗାମେଡିକୁ ଯାଉଥିଲେ। ବୁଲନ୍ଦସହର ଏସଏସପି ଦିନେଶ କୁମାର ସିଂହଙ୍କ ଅନୁଯାୟୀ, ଟ୍ରାକ୍ଟରରେ ୫୦ ରୁ ୬୦ ଜଣ ଭକ୍ତ ଥିଲେ। ସେମାନେ ସମସ୍ତେ କାସଗଞ୍ଜର ବାସିନ୍ଦା ଥିଲେ । ଜହରବୀର ଗୋଗାଜୀଙ୍କ ଦର୍ଶନ ପାଇଁ ରାଜସ୍ଥାନର ଗୋଗାମେଡି ଯାଉଥିଲେ।

ଘଟଣା ସମ୍ପର୍କରେ ଏସପି ଗ୍ରାମାଞ୍ଚଳ କହିଛନ୍ତି ଯେ ଭକ୍ତମାନେ କାସଗଞ୍ଜର ସୋରୋ ଅଞ୍ଚଳର ରଫୈଦପୁର ଗାଁର ବାସିନ୍ଦା ଥିଲେ। ରବିବାର ସନ୍ଧ୍ୟା ପ୍ରାୟ ୬ଟାରେ ରାଜସ୍ଥାନର ହନୁମାନଗଡ଼ର ଗୋଗାମେଡି ମନ୍ଦିରକୁ ଯିବା ପାଇଁ ପ୍ରାୟ ୬୦ ଜଣ ଭକ୍ତ ଏକ ଟ୍ରାକ୍ଟରରେ ବାହାରିଥିଲେ, କିନ୍ତୁ ବୁଲନ୍ଦସହରର ଆର୍ନିଆ ଥାନା ଅଞ୍ଚଳରେ, ପଛରୁ ଆସୁଥିବା ଏକ ଦ୍ରୁତ ଗତିର କଣ୍ଟେନର ଟ୍ରକ୍ ଟ୍ରାକ୍ଟରକୁ ଧକ୍କା ଦେଇଥିଲା।  ଯାହା ପରେ ଏହି ବଡ଼ ଦୁର୍ଘଟଣା ଘଟିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.