ନୂଆଦିଲ୍ଲୀ: ମହିନ୍ଦ୍ରା ଏବଂ ମହିନ୍ଦ୍ରା ଏହାର ନୂଆ ଇଲେକ୍ଟ୍ରିକ୍ ସେଭେନ ସିଟର SUV XEV 9Sକୁ ଭାରତରେ ଲଞ୍ଚ କରିଛି। ଏହା ଏକ୍ସ ଶୋ ରୁମ ମୂଲ୍ୟ ୧୯.୯୫ ଲକ୍ଷ ଟଙ୍କା ରୁ ଆରମ୍ଭ ହେଉଛି। BE 6 ଏବଂ XEV 9e ପରି, XEV 9S ମଧ୍ୟ ଇଙ୍ଗ୍ଲୋ ପ୍ଲାଟଫର୍ମରେ ତିଆରି ହୋଇଛି। ଏଥିରେ କ୍ୟାବିନ ଏବଂ ଲଗେଜ୍ ସ୍ଥାନ ଅଧିକା ରହିଛି। ବୁକିଂ ୧୪ ଜାନୁଆରୀ ୨୦୨୬ ରେ ଆରମ୍ବ ହେଉଥିବା ବେଳେ ୨୩ ଜାନୁଆରୀ ୨୦୨୬ ରେ ଏହାର ଡେଲିଭରି ଆରମ୍ଭ ହେବ।

XEV 9S ହେଉଛି ମହିନ୍ଦ୍ରାର ପ୍ରଥମ ଇଲେକ୍ଟ୍ରିକ୍-ଅରିଜିନ୍, ତିନି-ଧାଡି ଶିଟ୍ ଥିବା SUV, ଯାହା ଇଙ୍ଗଲୋ ଆର୍କିଟେକ୍ଚରରେ ନିର୍ମାଣ କରାଯାଇଛି। ଏହା ପୂର୍ବରୁ କମ୍ପାନୀ ଲଞ୍ଚ କରିଥିବା BE 6 ଏବଂ XEV 9e ପାଞ୍ଚ-ସିଟ୍ ମଡେଲ୍ ଥିଲା। ନୂଆ ଇଲେକ୍ଟ୍ରିକ୍ ଏସୟୁଭି ୬ଟି ଭ୍ୟାରିଏଣ୍ଟରେ ଉପଲବ୍ଧ ହେବ। ଭିନ୍ନ ଭିନ୍ନ ଭ୍ୟାରିଏଣ୍ଟ ପାଇଁ ଭିନ୍ନ ମୂଲ୍ୟ ରଖା ଯାଇଛି। ଏହାର 79kWh ରୁ ଅଧିକ ଫୁଲ୍ ଲୋଡେଡ୍ ପ୍ୟାକ୍ ଥ୍ରୀ ମଡେଲ୍ ପାଇଁ ୨୯.୪୫ ଲକ୍ଷ ଟଙ୍କା ରଖାଯାଇଛି।

ମହିନ୍ଦ୍ରା ଏହି SUV କୁ ତିନୋଟି ବ୍ୟାଟେରୀ ପ୍ୟାକ୍ ବିକଳ୍ପ – ୫୯କିଲୋୱାଟ, ୭୯କିଲୋୱାଟ ଏବଂ ୭୯ କିଲୋୱାଟ ଲଞ୍ଚ କରାଯାଇଛି। ଭାରିଆଣ୍ଟ ଆଧାରରେ ୧୭୦କିୱୋଟରୁ ୨୧୦କିଲୋୱାଟ ପର୍ଯ୍ୟନ୍ତ ପାୱାର ଆଉଟପୁଟ୍ ପ୍ରଦାନ କରିବ।

Mahindra XEV 9S:ପ୍ରକାର ଏବଂ ମୂଲ୍ୟ59kWh ରୁ ଅଧିକ ଗୋଟିଏ ବ୍ୟାଟେରୀ ପ୍ୟାକର ମୂଲ୍ୟ - ୧୯.୯୫ ଲକ୍ଷ ଟଙ୍କା୭୯kWh ରୁ ଅଧିକ ଗୋଟିଏ ବ୍ୟାଟେରୀ- ୨୧.୦୫ ଲକ୍ଷ ଟଙ୍କା୭୦kWh ରୁ ଅଧିକ ପ୍ୟାକ୍ ଦୁଇଟି ବ୍ୟାଟେରୀ - ୨୪.୪୫ ଲକ୍ଷ ଟଙ୍କା୭୯kWh ରୁ ଅଧିକ ପ୍ୟାକ୍ ଦୁଇଟି - ୨୫.୪୫ ଲକ୍ଷ ଟଙ୍କାପ୍ୟାକ୍ ତିନି ୭୮kWh - ୨୭.୩୫ ଲକ୍ଷ ଟଙ୍କା୭୯kWh ରୁ ଅଧିକ ତିନି ପ୍ୟାକ୍ ପାଇଁ - ୨୯.୪୫ ଲକ୍ଷ ଟଙ୍କା

ମହିନ୍ଦ୍ରା XEV 9S: ପ୍ଲାଟଫର୍ମ, ପରଫରମାନ୍ସ ଏବଂ ବ୍ୟାଟେରୀ

ଥରେ ଚାର୍ଜ କଲେ ଏହି XEV 9S ଏସ୍‌ୟୁଭି ୫୦୦ କିଲୋମିଟର ପର୍ଯ୍ୟନ୍ତ ମାଇଲେଜ ଦେବ ବୋଲି କମ୍ପାନୀ କହିଛି। ସବୁଠାରୁ ବଡ଼ କଥା ହେଲା SUVରେ ଫାଷ୍ଟ ଚାର୍ଜିଂ ସପୋର୍ଟ ରହିଛି। ଏହା ମାତ୍ର ୨୦ ମିନିଟ୍‌ରେ ୨୦-୮୦% ଚାର୍ଜ ହୋଇପାରିବ। 79kWh ପ୍ୟାକ୍ ପାଇଁ ପାୱାର ଆଉଟପୁଟ୍ ୨୧୦kW, ୭୦kWh ପ୍ୟାକ୍ ପାଇଁ ୧୮୦kW ଏବଂ ୫୯kWh ପ୍ୟାକ୍ ପାଇଁ ୧୭୦kW ରହିଛି। ଅନ୍ୟ ପ୍ରମୁଖ ହାର୍ଡୱେର୍ ମଧ୍ୟରେ i-Link ଇଣ୍ଟେଲିଜେଣ୍ଟ ଆଡାପ୍ଟିଭ୍ ଡ୍ୟାମ୍ପର୍, ଏକ ୫-ଲିଙ୍କ୍ ରୟର ସସପେନସନ୍, IEB ସହିତ ବ୍ରେକ୍-ବାଏ-ୱାୟାର ଏବଂ ଭେରିଏବଲ ଗିଅର୍ ରେସିଓ ସହିତ ଉଚ୍ଚ-ପାୱାର ଷ୍ଟିଅରିଂ ଦିଆଯାଇଛି।

ମହିନ୍ଦ୍ରା XEV 9S: ଡିଜାଇନ୍ ଏବଂ କ୍ୟାବିନ୍

ମହିନ୍ଦ୍ରା ଅନୁଯାୟୀ, ଏସୟୁଭି ସେଗମେଣ୍ଟରେ XEV 9Sରେ ସର୍ବାଧିକ ୪,୦୭୬ ଲିଟର କ୍ୟାବିନ ସ୍ପେସ୍ ଏବଂ ସର୍ବାଧିକ ୫୨୭ ଲିଟର ବୁଟ୍ କାପାସିଟି ଦିଆଯାଇଛି। ଏହା ୧୫୦ ଲିଟର ଫ୍ରଙ୍କ୍ ସ୍ପେସ୍, ୫୦:୫୦ ସ୍ପ୍ଲିଟ୍ ଥାର୍ଡ-ରୋ ସିଟ୍ ଏବଂ ଏହାର ହାୟର ଭାରିଆଣ୍ଟରେ ପ୍ରିମିୟମ୍ ଇଣ୍ଟେରିୟର୍ ସାମଗ୍ରୀ ଲାଗିଛି। ଦ୍ଵିତୀୟ ଧାଡିରେ ପାୱାର୍ଡ ବସ୍ ମୋଡ୍, ଭେଣ୍ଟିଲେଟେଡ୍ ସିଟ୍, ସନସେଡ୍, ସ୍ଲାଇଡିଂ ଏବଂ ରିକ୍ଲାଇନିଂ ସିଟ୍, ଏକ ଆକୋଷ୍ଟିକ୍ ଲାମିନେଟେଡ୍ ଗ୍ଲାସ୍ ଏରିଆ ଏବଂ  ନିର୍ଦ୍ଦିଷ୍ଟ ଭାରିଆଣ୍ଟରେ ଏକ ଲାଉଞ୍ଜ ଡେସ୍କ ଭଳି ଫିଚର୍ସ ଦିଆଯାଇଛି।

Mahindra XEV 9S: ଫିଚର୍ସ ଏବଂ ଟେକ୍ନୋଲୋଜୀ

XEV 9S ତିନୋଟି ୧୨.୩-ଇଞ୍ଚ ଇଣ୍ଟରିୟର ଡିସପ୍ଲେ, 5G କେନେକ୍ଟିଭିଟି ଏବଂ ଡଲବି ଆଟମୋସ୍ (ପ୍ୟାକ୍ ଟୁରୁ ଅଧିକ) ସହିତ ଏକ ୧୬-ସ୍ପିକର୍ ହାରମାନ କାର୍ଡନ୍ ଅଡିଓ ସିଷ୍ଟମ୍ ଦିଆଯାଇଛି। ଏହା କ୍ୱାଲକମ୍ ଚିପସେଟ୍ ଦିଆଯାଇଛି। ଟପ୍-ଏଣ୍ଡ ପ୍ୟାକ୍ ଥ୍ରୀ ମଡେଲ୍‌ରେ ୮୨୯୫ ସ୍ନାପଡ୍ରାଗନ୍ ପ୍ରୋସେସର୍ ରହିଛି।

ଅନ୍ୟ ଫିଚର୍ସଗୁଡ଼ିକ ମଧ୍ୟରେ VisionX AR-HUD, ଲାଇଭ୍ ଭ୍ୟିୁ ଏବଂ ରେକର୍ଡିଂ ସହିତ ସିକ୍ୟୁର୍ ୩୬୦ କ୍ୟାମେରା ସିଷ୍ଟମ୍, ଡୁଆଲ୍ ୱାୟାରଲେସ୍ ଚାର୍ଜିଂ, ୧୬ ମିଲିଅନ ରଙ୍ଗ ସହିତ ଆମ୍ବିଏଣ୍ଟ ଲାଇଟିଂ, ଅଟୋପାର୍କ ଆସିଷ୍ଟ, ଡ୍ରାଇଭର୍ ଡ୍ରାଉଜିନେସ ଡିଟେକ୍ସନ୍ (ଆଇଡେଣ୍ଟିଟି DOMS) ଏବଂ ମହିନ୍ଦ୍ରାର Me4U ଆପ୍ ଭିତରେ କେନେକ୍ଟିଭିଟି ଫିଚର୍ସ ରହିଛି।

​​​​​​​

Mahindra XEV 9S: ADAS ଏବଂ ସୁରକ୍ଷା

ଏହି ଇଲେକ୍ଟ୍ରିକ୍ SUV ପାଞ୍ଚଟି ରାଡାର ଏବଂ ଗୋଟିଏ କ୍ୟାମେରା ବ୍ୟବହାର କରି ଲେବଲ 2+ ADAS ପ୍ରଦାନ କରିଥାଏ। ସୁରକ୍ଷା ଉପକରଣରେ ୭ ଏୟାରବ୍ୟାଗ୍, ଡ୍ରାଇଭର ନୀ ଏୟାରବ୍ୟାଗ୍, ବ୍ଲାଇଣ୍ଡ-ସ୍ପଟ୍ ଡିଟେନସନ, ଫ୍ରଣ୍ଟ ଏବଂ ରିୟର କ୍ରସ୍-ଟ୍ରାଫିକ୍ ଆଲର୍ଟ, ଲେନ୍ ସେଣ୍ଟ୍ରିଂ, ଡ୍ରାଇଭର-ଇନିସିଏଟେଡ୍ ଅଟୋ ଲେନ୍ ଚେଞ୍ଜ, କର୍ଣ୍ଣରିଂ ଲ୍ୟାମ୍ପ ଏବଂ ଅଟୋ ବୁଷ୍ଟର ଲ୍ୟାମ୍ପ ଦିଆଯାଇଛି। ଘଣ୍ଟାପ୍ରତି ୨୦୨ କିଲୋମିଟର ବେଗ ସହିତ ୧୦ ମିଟର ଟର୍ଣ୍ଣିଂ ସାର୍‌କଲ ଦିଆଯାଇଥିବା ବେଳେ ୨୦୫ଏମଏମର ଗ୍ରାଉଣ୍ଡ କ୍ଲିୟରାନ୍ସ, ଓ ବ୍ୟାଟେରୀ ଗ୍ରାଉଣ୍ଡ କ୍ଲିୟରାନ୍ସ ୨୨୨ ଏମଏମ ରହିଛି।