ସୂର୍ଯ୍ୟ ପରାଗ ୨୦୨୬: ଏହି ୫ ରାଶି ଉପରେ ମାସେ ଯାଏ ରହିବ ପରାଗର ପ୍ରଭାବ

NEWS7
mahilanku-asada-charan

ନୂଆଦିଲ୍ଲୀ: ଫେବ୍ରୁଆରୀ ୧୭ରେ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ହେବାକୁ ଯାଉଛି। ଏହି ସୂର୍ଯ୍ୟ ପରାଗ ଶନିଙ୍କ କୁମ୍ଭ ରାଶିରେ ଲାଗିବ। ଏହି ସୂର୍ଯ୍ୟ ପରାଗ ଦିନ ୩ଟା ୨୬ରୁ ସନ୍ଧ୍ୟା ୭ଟା ୫୭ ମିନିଟ ପର୍ଯ୍ୟନ୍ତ ରହିବ। ତେବେ ଜ୍ୟୋତିର୍ବିଦଙ୍କ କହିବା ଅନୁସାରେ ଏହି ସୂର୍ଯ୍ୟ ପରାଗର ପ୍ରଭାଗ ପ୍ରାୟ ୧ ମାସ ପର୍ଯ୍ୟନ୍ତ ରହିବ। କିଛି ଜାତକଙ୍କ ଉପରେ ଏହାର ନକାରାତ୍ମକ ପ୍ରଭାବ ମଧ୍ୟ ପଡ଼ିପାରେ। ସେମାନଙ୍କୁ କାର୍ଯ୍ୟ ତଥା ବ୍ୟକ୍ତିଗତ ଜୀବନରେ ଅନେକ ପ୍ରକାରର ଅସୁବିଧାର ସାମ୍ନା କରିବାକୁ ପଡ଼ିପାରେ।

ସିଂହ ରାଶି

ଭଗବାନ ସୂର୍ଯ୍ୟ ସିଂହ ରାଶିର ଅଧିପତି। ବର୍ଷର ପ୍ରଥମ ସୂର୍ଯ୍ୟ ପରାଗର ସିଂହ ରାଶି ଉପରେ ନକାରାତ୍ମକ ପ୍ରଭାବ ପଡ଼ିପାରେ। ଆତ୍ମବିଶ୍ବାସ ହ୍ରାସ ହୋଇପାରେ। କ୍ୟାରିୟର ପ୍ରସଙ୍ଗରେ ହାନି ହୋଇପାରେ। ତରତର କିମ୍ବା କ୍ରୋଧରେ ନିଆଯାଇଥିବା ନିଷ୍ପତ୍ତି ବଡ଼ କ୍ଷତି କରିପାରନ୍ତି। କାର୍ଯ୍ୟସ୍ଥଳରେ ବରିଷ୍ଠଙ୍କ ସହ ମତାନ୍ତର ହୋଇପାରେ।

କନ୍ୟା ରାଶି

ଏହି ସୂର୍ଯ୍ୟ ପରାଗ କନ୍ୟା ରାଶି ବ୍ୟକ୍ତିଙ୍କୁ ପ୍ରଭାବିତ କରିପାରେ। ରାଶିର ବ୍ୟକ୍ତିଙ୍କୁ ଶତ୍ରୁ ଭୟ ରହିଛି। ହେବାକୁ ଥିବା କାର୍ଯ୍ୟ ବିଗିଡ଼ିପାରେ। ଧନ ହାନିର ସମ୍ଭାବନା ରହିଛି। ଖର୍ଚ୍ଚାନ୍ତ ହୋଇପାରନ୍ତି। ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ।

ବିଛା ରାଶି

ବିଛା ରାଶି ପାଇଁ ଏହି ପରାଗ ଚତୁର୍ଥ ଭାବରେ ଲାଗିବ। ଘରେ ବରିଷ୍ଠଙ୍କ ସ୍ବାସ୍ଥ୍ୟାକୁ ନେଇ ଚିନ୍ତା ବଢ଼ିପାରେ। ନିବେଶରୁ ବିରତ ରହିବା ଭଲ ରହିବ। କୁସଙ୍ଗ କୌଣସି ବଡ଼ ଅସୁବିଧାରେ ପକାଇପାରେ। ଜମିବାଡ଼ି ସହ ଜଡ଼ିତ ମାମଲାରେ ଝଟକା ଲାଗିପାରେ।

କୁମ୍ଭ ରାଶି

କୁମ୍ଭ ରାଶି ବ୍ୟକ୍ତି ବିନା କାରଣରେ ଚିନ୍ତିତ ରହିପାରେ। ପାରିବାରିକ ଜୀବନରେ ସନ୍ତୁଳନ ବଜାୟ ରଖିବା ଜରୁରୀ ଅଟେ। ବିବାଦରୁ ଦୂରେଇ ରୁହନ୍ତୁ। ଗାଡ଼ି ସତର୍କତାର ସହ ଚଲାନ୍ତୁ।

ମୀନ ରାଶି

ମୀନ ରାଶି ଜାତକଙ୍କ ପାଇଁ ସୂର୍ଯ୍ୟ ପରାଗ ହାନି ଭାବରେ ଲାଗିବ। ଆର୍ଥିକ ମାମଲାରେ ଅଧିକ ସାବଧାନତା ଅବଲମ୍ବନ କରିବାକୁ ହେବ। ଖର୍ଚ୍ଚ ବଢ଼ିପାରେ। ବ୍ୟବସାୟରେ ହ୍ରାସ- ବୃଦ୍ଧି ହୋଇପାରେ। ସ୍ବାସ୍ଥ୍ୟାବସ୍ଥାରେ ହ୍ରାସ ହୋଇପାରେ। ଥକ୍କାପଣ କିମ୍ବା ଦୁର୍ବଳତା ଅନୁଭବ କରିପାରନ୍ତି।

ବି.ଦ୍ର: ଏହି ତଥ୍ୟ ଇଣ୍ଟରନେଟ୍‌ ଆଧାରିତ। ପ୍ରମେୟ ନ୍ୟୁଜ୍ ସେଭେନ ଏହାର ସତ୍ୟତା ନେଇ କୌଣସି ଦାବି କରୁନାହିଁ।