ଅଲିଗଡ଼ ମୁସ୍ଲିମ ୟୁନିଭର୍ସିଟି କ୍ୟାମ୍ପସ ଭିତରେ ପଶି ଶିକ୍ଷକଙ୍କୁ ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ

NEWS7
mahilanku-asada-charan

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଅଲିଗଡ଼ ମୁସ୍ଲିମ ୟୁନିଭର୍ସିଟି(ଏମ୍ୟୁ) ଶିକ୍ଷକଙ୍କୁ କ୍ୟାମ୍ପସ ଭିତରେ ଗୁଳି କରି ହତ୍ୟା କରାଯାଇଛି। ବୁଧବାର ଦୁଇ ଅଭିଯୁକ୍ତ ବାଇକ୍‌ରେ ଆସି କ୍ୟାମ୍ପସ ଭିତରେ ପଶି ତାଙ୍କୁ ଗୁଳି କରି ଫେରାର ହୋଇଯାଇଛନ୍ତି। ଘଟଣାରେ କ୍ୟାମ୍ପସ ପରିସରରେ ଭୟରେ ବାତାବରଣ ଖେଳିଯାଇଛି।

ମୃତ ଶିକ୍ଷକ ହେଲେ ରାଓ ଦାନିଶ। ସେ ଏଏମୟୁର ଏବିକେ ୟୁନିୟନ ହାଇସ୍କୁଲର ଶିକ୍ଷକ। ମଙ୍ଗଳବାର ରାତି ୯ଟା ବେଳେ ଲାଇବ୍ରେରୀ କ୍ୟାଣ୍ଟିନ ନିକଟରେ ଏହି ଘଟଣା ଘଟିଛି। ଏହି ଅଞ୍ଚଳ ସିଭିଲ ଲାଇନ୍ସ ପୁଲିସ ଷ୍ଟେସନ ଏରିଆରେ ଘଟିଥିବା ପୁଲିସ ସୂଚନା ଦେଇଛି।

ଦାନିଶ ତାଙ୍କ ବନ୍ଧୁମାନଙ୍କ ସହିତ ବସିଥିବା ବେଳେ ଅଜ୍ଞାତ ଆକ୍ରମଣକାରୀମାନେ ଏକ ସ୍କୁଟରରେ ଆସି ତାଙ୍କୁ ଗୁଳି କରିଥିଲେ। ତାଙ୍କ ମୁଣ୍ଡରେ ଦୁଇଟି ଗୁଳି ବାଜିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ଗୁଳି ଚଳାଇବା ପୂର୍ବରୁ କହିଥିଲେ, "ଦାନିଶ, ଏବେ ତୁମେ ମୋତେ ଠିକ୍ ଚିହ୍ନିବ।"

ଏହାପରେ ଦାନିଶଙ୍କୁ ସଂଗେ ସଂଗେ ଜେଏନ୍ ମେଡିକାଲ କେଲଜ୍ ନିଆଯାଇଥିଲା। ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଘଟଣା ସମ୍ପର୍କରେ ସୂଚନା ଦେଇ ଏଏମ୍ୟୁ ପ୍ରଫେଶର ମହମ୍ମଦ ୱାସିମ ଅଲ କହିଛନ୍ତି ଯେ ଲାଇବ୍ରେରି ନିକଟରେ ଗୁଳିକାଣ୍ଡ ସମ୍ପର୍କରେ ସୂଚନା ପାଇବା ପରେ ତୁରନ୍ତ ଆହତ ଶିକ୍ଷକଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ଏମଏମୟୁ କୁଳପତି ନାଇମା ଖାତୁନ ମଧ୍ୟ ମେଡିକାଲ ଯାଇ ସ୍ଥିତି ପରଖିଥିଲେ। ଏବଂ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

ଘଟଣା ନେଇ ଏସ୍ପି ମୟଙ୍କ ପାଠକ କହିଛନ୍ତି ଯେ ମାମଲାରେ ଏକାଧିକ ପୋଲିସ ଟିମ୍ ଗଠନ କରି ତଦନ୍ତ କରାଯାଉଛି। ସିସିଟିଭି ଫୁଟେଜ୍ ସ୍କାନିଂ ଚାଲିଛି ଏବଂ ବ୍ୟକ୍ତିଗତ ଶତ୍ରୁତା ସମେତ ସମସ୍ତ ସମ୍ଭାବ୍ୟ ଦିଗକୁ ନେଇ ତଦନ୍ତ କରାଯାଉଛି। ପରିବାର ଠାରୁ ମଧ୍ୟ ତଥ୍ୟ ନେଇଛି ପୁଲିସ। ଏବଂ ଦୋଷୀକୁ ଯଥାଶୀଘ୍ର ଧରି ଦଣ୍ଡ ଦେବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି।