Live Live
LIVE

ବେଆଇନ ଅଫିମ ଚାଷରେ କେବେ ଲାଗିବ ବ୍ରେକ୍ ? ୨୦ହଜାର ଅଫିମ ଗଛ ନଷ୍ଟ, ୧୦କୋଟିରୁ ଅଧିକ ଟଙ୍କାର ଅଫିମ ଫୁଲ ଜବତ

NEWS7
mahavir-residency-declared-containment-zone-in-kantabanjhi

ଉମରକୋଟ ୭।୩: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ ବଡ଼ଧରଣର ଅଫିମ ଚାଷ ଉପରେ ଚଢ଼ାଉ । ରାଇଘର ବ୍ଲକ ତାଳପଦର ଗ୍ରାମରେ ନନ୍ଦ କିଶୋର ସାହୁ ବେଆଇନ ଭାବେ ପ୍ରାୟ ଅଧା ଏକର ଜମିରେ ଅଫିମ ଗଛ ଲଗାଇ ଚାଷ କରିଥିଲେ । ଏ ନେଇ ବିଶେଷ ସୂତ୍ରରୁ ଖବର ପାଇ ଉମରକୋଟ ଅବକାରୀ ବିଭାଗ ଓ ବନ ବିଭାଗ ମିଳିତ ଭାବେ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ୨୦ ହଜାରରୁ ଉର୍ଦ୍ଧ୍ବ ଗଛକୁ ପୋଡି ନଷ୍ଟ କରାଯାଇଛି । ଏହାସହ ବେଆଇନ ଭାବେ ଚାଷ କରୁଥିବା ନନ୍ଦ କିଶୋର ସାହୁକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ତେବେ ୧୪,୩୦୦ ଗ୍ରାମ ଅଫିମ ଫୁଲ ସଂଗ୍ରହ କରାଯାଇଛି । ଏହାର ଆନୁମାନିକ ମୂଲ୍ୟ ୧୦କୋଟି ଟଙ୍କାରୁ ଉର୍ଦ୍ଧ୍ବ ହେବ । ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।

ଏ ଖବର ବି ପଢ଼ନ୍ତୁ:- ଗୁଜବ ନା ସତ, ମାଲକାନଗିରିରେ ମିଳୁନି ପେଟ୍ରୋଲ-ଡିଜେଲ୍ !

ତେବେ ଆଖପାଖ ଅଞ୍ଚଳରେ ଏମିତି ଆହୁରି ଅଫିମ ଚାଷ କରାଯାଉଛି କି ନାହିଁ ତାକୁ ନେଇ ଅବକାରୀ ବିଭାଗ ପକ୍ଷରୁ ଖୋଳତାଡ଼ ଜାରି ରହିଛି । ତେବେ ଏହି ନିଶା କାରବାରର ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି ଏବଂ ଏଥିରେ ଆଉ କିଏ କିଏ ସାମିଲ ଅଛନ୍ତି, ସେ ନେଇ ଅବକାରୀ ବିଭାଗ ଖୋଳତାଡ଼ ଜାରି ରଖିଛି ।