ପ୍ରଥମେ ଭେନେଜୁଏଲା ଏବେ ଇରାନ...ପରବର୍ତ୍ତୀ ଟାର୍ଗେଟ୍ କ୍ୟୁବା ; କାହିଁକି 'ଗୁଡ଼ ମାଠିଆ'ର ଦେଶ ଉପରେ ଟ୍ରମ୍ପଙ୍କ ଆଖି ?

NEWS7
mahaprasad-quality-to-be-checked-at-puri-shree-mandir

ନ୍ୟୁୟର୍କ, ୧୬ /୦୩:ପ୍ରଥମେ ଭେନେଜୁଏଲା । ଏବେ ଇରାନ ଉପରେ ଘନ ଘନ ଆକ୍ରମଣ । ଆଇସଲ୍ୟାଣ୍ଡ୍ ଉପରେ ମଧ୍ୟ ରହିଛି ଆଖି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୋଟିଏ ପରେ ଗୋଟିଏ ଦେଶକୁ ନିଜ କବଜାକୁ ନେବାକୁ ଲକ୍ଷ୍ୟ ରଖିଛନ୍ତି । ଏବେ ଟ୍ରମ୍ପଙ୍କ ଟାର୍ଗେଟରେ ରହିଛି ଆଉ ଏକ ଦେଶ । ଯାହାକୁ ଯେନତେନ ପ୍ରକାରେ ଟ୍ରମ୍ପ୍ ହାତେଇବାକୁ ଲକ୍ଷ୍ୟ ରଖିଥିବା କୁହାଯାଉଛି । ଏନେଇ ସେ ନିଜେ ଇଶାରା ଦେଇଛନ୍ତି ।

ଟ୍ରମ୍ପ୍ କହିଛନ୍ତି ଯେ, ଇରାନ ପରେ କ୍ୟୁବାରେ କିଛି ବଡ ଧରଣର ଘଟଣା ଘଟିପାରେ । କ୍ୟୁବା ଆମେରିକା ସହ କିଛି ଡିଲ୍ କରିବ ବୋଲି ଆଶା ରହିଛି । ଡିଲ୍ ନକଲେ ଆମେରିକା ଯାହା ଚାହିଁବ କରିପାରିବ । ଆମେରିକା ଲଗାତାର ଭାବେ କ୍ୟୁବା ସହ ଆଲୋଚନା କରୁଛି । କିନ୍ତୁ କ୍ୟୁବାରେ କିଛି ଘଟାଇବା ଆଗରୁ ଇରାନ କଥା ବୁଝାଯିବ । ଏହାପରେ ଖୁବ୍ ଶୀଘ୍ର କ୍ୟୁବା ସହ କିଛି ଘଟିପାରେ ବୋଲି ଟ୍ରମ୍ପ୍ କହିଛନ୍ତି । ଟ୍ରମ୍ପଙ୍କ ଏହି ବୟାନ କ୍ୟୁବା ରାଷ୍ଟ୍ରପତି ମିଗୁଏଲ୍ ଡିଆଜ୍ କ୍ୟାନେଲଙ୍କ ଆମେରିକା ସହ ଥିବା ବାଣିଜ୍ୟିକ ମତଭେଦ ବୟାନ ପରେ ସାମ୍ନାକୁ ଆସିଛି ।

ଏହି ଖବରଟି ପଢନ୍ତୁ... 'ଦୁଇ ତିନୋଟି ପ୍ଲେଇଂ ଇଲେଭେନ୍ ଗଠନ ହୋଇପାରିବ' : ଟି୨୦ ପ୍ଲେୟାରଙ୍କୁ ନେଇ ଏମିତି କହିଲେ ସୂର୍ଯ୍ୟ

କାହିଁକି କ୍ୟୁବା ଉପରେ ଆଖି

ଗତ ଜାନୁଆରୀରେ ଆମେରିକା ଭେନେଜୁଏଲା ଉପରେ ଆକ୍ରମଣ କରିଥିଲା । ଯାହାର ଉଦ୍ଦେଶ୍ୟ ଥିଲା ଭେନେଜୁଏଲାରେ ଥିବା ବିଶାଳ ତୈଳ ଖଣି । ଏହାପରେଟ୍ରମ୍ପ୍କ୍ୟୁବାକୁ ଆର୍ଥିକ ସହାୟତା କିମ୍ବା ତେଲ ଦିଆଯିବ ନାହିଁ ବୋଲି କହିଥିଲେ । ଏହାସହ କ୍ୟୁବାର ନେତା ଆମେରିକା ସହ ଡିଲ୍ କରନ୍ତୁ ବୋଲି ସୋସିଆଲ ମିଡିଆରେ ୟୁଏସ୍ ପ୍ରେସିଡେଣ୍ଟ୍ ପ୍ରକାଶ କରିଥିଲେ । ଯେଉଁ ଦେଶ କ୍ୟୁବାକୁ ତୈଳ ଦେବ ତା ବିରୋଧରେଟାରିଫ୍ ଓ୍ୱାର୍ ଆରମ୍ଭ ହେବ ବୋଲି ସେ ସତର୍କ କରାଇଦେଇଥିଲେ ।

ବନ୍ଧୁତ୍ୱ ଅକ୍ତିଆର

ଗତ ଫେବ୍ରୁଆରୀ୨୭ରେ ଟ୍ରମ୍ପ୍ କହିଥିଲେ ଯେ, ସେ କ୍ୟୁବାକୁ ବନ୍ଧୁତ୍ୱପୂର୍ଣ୍ଣ ଅକ୍ତିଆର କରିବାକୁ ଚାହାଁନ୍ତି । କ୍ୟୁବା ସରକାର ଆମେରିକା ସହ ଆଲୋଚନା କରୁଛି । କିନ୍ତୁ ଏହି ଦ୍ୱୀପ ଉପରେ ଫୋକସ କରିବା ପୂର୍ବରୁ ପ୍ରଥମେ ଇରାନର କାମ ସାରିବାକୁ ହେବ । ଏହା ହୁଏତ ଏକ ବନ୍ଧୁତ୍ୱପୂର୍ଣ୍ଣ ଅକ୍ତିଆର ହୋଇପାରେ । ଆମେରିକା ସେଠାରେ ନିଜର ଶକ୍ତି ବିସ୍ତାର କରିପାରେ ।

ସୂଚନାଯୋଗ୍ୟ, କାରବ୍ୟାନ ସାଗରେର ଥିବା କ୍ୟୁବା ସବୁଠୁ ବଡ ଦ୍ୱୀପ । ଏହା ଆଟଲାଣ୍ଟିକ୍ ମହାସାଗରରେ ରହିଛି । ଫ୍ଲୋରିଡାରୁ ଏହାର ଦୂରତା୧୫୦କିଲୋମିଟର । ଟ୍ରମ୍ପ୍ ଏଠାରେ ଥିବା କମ୍ୟୁନିଷ୍ଟ୍ ସରକାରକୁ ହଟାଇବା ପାଇଁ ଚାହୁଁଛନ୍ତି । ଅନେକ ସମୟରେ କ୍ୟୁବାକୁ ଏକ ସଙ୍ଘର୍ଷ କରୁଥିବା ଦେଶ କହିଥାନ୍ତି । ଏହା ଚାଇନା ଏବଂ ଋଷ ସହ ଅଧିକ ଘନିଷ୍ଠ । ତେଣୁ ଆମେରିକାର ସୁରକ୍ଷା ଦୃଷ୍ଟିରୁ ଟ୍ରମ୍ପ୍ ଏହାକୁ ହାତେଇବାକୁ ଲକ୍ଷ୍ୟ ରଖୁଛନ୍ତି ।