ପ୍ରୟାଗରାଜ ମହାକୁମ୍ଭମେଳା ଦଳାଚକଟା: ବଢୁଛି ମୃତ୍ୟୁ ସଂଖ୍ୟା, ରିପୋର୍ଟ ମାଗିଲେ ସିଏମ୍

Published By : Prameya-News7 Bureau | January 29, 2025 IST

ଉତ୍ତରପ୍ରଦେଶ ୨୯/୦୧: ମହାକୁମ୍ଭରେ ମହାକୁମ୍ଭରେ ଦଳାଚକଟା । ଏ ଯାଏଁ ୨୦ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା । ମୃତ୍ୟୁ ସଂଖ୍ୟା ଆହୁରି ବି ବଢିପାରେ ବୋଲି ଆଶଙ୍କା କରାଯାଉଛି । ସେପଟେ ଦଳାଚକଟା ପରେ ଆମ୍ବୁଲାନ୍ସରେ ନିଆଁ ଲାଗିଯାଇଛି । ଯାହାର ଭିଡିଓ ସାମ୍ନାକୁ ଆସିଛି । ଦଳାଚକଟା ସମ୍ପର୍କରେ ୯ଟାରେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ ଦେବେ ଅଧିକାରୀ । 

ସେପଟେ ସ୍ଥିତି ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଘଣ୍ଟାଏ ଭିତରେ ଦୁଇ ଥର କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ। ସ୍ଥିତି ଉପରେ ନଜର ରଖିଛନ୍ତି ନରେନ୍ଦ୍ର ମୋଦୀ। 

ଆହତଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଯୋଗୀ ଆଦିତ୍ୟନାଥଙ୍କ ସହ କଥା ହୋଇଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁ ପ୍ରକାର ସହାୟତା ପ୍ରଦାନ କରାଯିବ ବୋଲି ଭରସା ଦେଇଛନ୍ତି ଗୃହମନ୍ତ୍ରୀ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.