LIVE TV

ଖାଦ୍ୟ ବିଲ୍‌କୁ ନେଇ ବିବାଦ , ୨୦ ଟଙ୍କା ପାଇଁ କଂଗ୍ରେସ ନେତାଙ୍କ ଭାଇଙ୍କୁ ଗୁଳି କରି କଲେ ହତ୍ୟା

NEWS7
ludhiana food bill dispute

ଲୁଧିଆନା- ପଞ୍ଜାବର ଲୁଧିଆନାରୁ ଏକ ଆଶ୍ଚର୍ଯ୍ୟକର ମାମଲା ସାମ୍ନାକୁ ଆସିଛି। ହଲକା ସାହନେୱାଲର ନନ୍ଦପୁର ସୁଏ ଅଞ୍ଚଳରେ ଭୋଜନ ବିଲ୍‌କୁ ନେଇ ହୋଇଥିବା ବିବାଦରେ କଂଗ୍ରେସ ନେତା ଅନୁଜ କୁମାରଙ୍କ ଭାଇ ଅମିତ କୁମାରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଆକ୍ରମଣକାରୀ ବାଇକ୍‌ରେ ଆସି ଘର ଅଗଣାରେ ଘେରି ଯାଇ ଅମିତଙ୍କ ଉପରେ ଗୁଳି କରିଥିଲେ।

ଘଟଣା ପରେ ରକ୍ତରେ ଜୁଡୁବୁଡୁ ଅମିତଙ୍କୁ ହସ୍ପିଟାଲ ନିଆଯାଇ ଥିଲା। ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ଜଣଙ୍କ ହେଉଛନ୍ତି ୟୁଥ୍‌ କଂଗ୍ରେସ ନେତା ଅନୁଜ କୁମାରଙ୍କ ଭାଇ ଅମିତ କୁମାର। ଉକ୍ତ ଘଟଣା ପରେ ସଂପୃକ୍ତ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ଘଟଣାର ସୂଚନା ମିଳିବା କ୍ଷଣି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛନ୍ତି ଏବଂ ମାମଲାର ତଦନ୍ତ ଆରମ୍ଭ କରିଛନ୍ତି।

ପୁଲିସ ଘଟଣାସ୍ଥଳର ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ଆରମ୍ଭ କରି ଦେଇଛି। ଏସିପି ହରଜିନ୍ଦର ସିଂହ ଗିଲ୍‌ କହିଛନ୍ତି ଯେ, ରାତିରେ ସୂଚନା ମିଳିଥିଲା ଯେ, ଘର ଅଗଣାରେ ଗୁଳିକାଣ୍ଡ ଘଟିଛି। ମାମଲାଟି ଖାଦ୍ୟ ବିଲ୍‌କୁ ନେଇ ହୋଇଥିବା ବିବାଦ ସାମ୍ନାକୁ ଆସିଛି। ତିନି ଜଣ ଯୁବକ ବାଇକ୍‌ରେ ଆସିଥିଲେ ଏବଂ ସେମାନେ କିଛି ଖାଇବାକୁ ନେଲେ। ବିଲ୍‌କୁ ନେଇ ଅମିତ ଓ ଯୁବକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଅମିତ ଟଙ୍କା ମାଗୁ ଥିଲେ , ହେଲେ ଯୁବକମାନେ କହୁଥିଲେ ବିଲ୍‌ ଶହେ ଟଙ୍କାର। ୨୦ ଟଙ୍କାକୁ ନେଇ ବିବାଦ ଉପୁଜି ଥିଲା ଏବଂ ନିଶାସକ୍ତ ଯୁବକମାନେ ଗୁଳି କରିଥିଲେ। ହସ୍ପିଟାଲ ନେଉଥିବା ରାସ୍ତାରେ ଅମିତଙ୍କ ମୃତ୍ୟୁ ହୋଇଥିଲା। ୱେଟର କହିଛନ୍ତି ଯେ,ଯୁବକମାନେ ଗୋଟିଏ ଗୁଳି ମୋ ଉପରେ ମଧ୍ୟ ଚଲାଇ ଥିଲେ , କିନ୍ତୁ ମୁଁ ବଞ୍ଚି ଗଲି।

ଅନ୍ୟପଟେ ଅନୁଜ କୁମାର କହିଛନ୍ତି ଯେ, ୱାର୍କର ଅସୁସ୍ଥ ଥିବାରୁ ତାଙ୍କର ଭାଇ ଏନକ୍ଲୋଜର ନିଜେ ପରିଚାଳନା କରୁଥିଲେ। ଅମିତଙ୍କର କାହା ସହ କୌଣସି ଝଗଡ଼ା ନଥିଲା । ପୁଲିସ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରି ଦେଇଛି ଏବଂ ଖୁବ୍‌ ଶୀଘ୍ର ଦୋଷୀଙ୍କୁ ଗିରଫ କରାଯିବା ନେଇ ସୂଚନା ଦେଇଛି।