ଭାରତ ପାଇଁ 'କର ବା ମର' ମୁକାବିଲା : ତିଲକ୍ ଆଉଟ୍, ଜିମ୍ବାଓ୍ୱେ ବିପକ୍ଷରେ ଖେଳିବେ ସଞ୍ଜୁ !

NEWS7
lucy-guo-becomes-youngest-self-made-woman-billionaire-in-the-world-overtakes-taylor-swift-

ଚେନ୍ନାଇ, ୨୬/୦୨: କର ବା ମର ମ୍ୟାଚ୍ । ଭାରତ ସାମ୍ନାରେ ଜିମ୍ବାଓ୍ୱେ । ଜିତିବାକୁ ହେବ ମ୍ୟାଚ୍ । ଖାଲି ଜିତିଲେ ହେବନି ଦରକାର ବଡ ବିଜୟ । ନହଲେ ଟି୨୦ ବିଶ୍ୱକପରୁ ଏକ ପ୍ରକାର ବିଦା ହୋଇଯିବ ଟିମ୍ ଇଣ୍ଡିଆ ।

ଗୁରୁବାର ମୁହାଁମୁହିଁ ହେବେ ଭାରତ ଏବଂ ଜିମ୍ବାଓ୍ୱେ । ସେମି ଫାଇନାଲ ରେସରେ ଜୀବିତ ରହିବାକୁ ହେଲେ ଭାରତ ପାଇଁ ଏହି ମ୍ୟାଚ୍ ଜିତିବା ଜରୁରୀ । ଜିମ୍ବାଓ୍ୱେ ପାଇଁ ମଧ୍ୟ ସମାନ ଭାବେ ଏହି ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ । ଗୋଟିଏ ଦିଗରେ ଭାରତ ଦକ୍ଷିଣ ଆଫ୍ରିକାଠୁ ଶୋଚନୀୟ ଭାବେ ପରାସ୍ତ ହୋଇଛି । ଅନ୍ୟ ଦିଗରେ ଓ୍ୱେଷ୍ଟ୍ ଇଣ୍ଡିଜଠୁ ମାତ୍ ଖାଇଛି ଜିମ୍ବାଓ୍ୱେ । ତେଣୁ ଚେନ୍ନାଇର ଏମ୍ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଆଜିର ମ୍ୟାଚ୍ ରୋମାଞ୍ଚକର ହେବାକୁ ଯାଉଛି ।

ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଟିମ୍ ଇଣ୍ଡିଆକୁ ଟୁର୍ଣ୍ଣାମେଣ୍ଟରେ ଆଗକୁ ବଢିବାକୁ ହେଲେ ପ୍ରଥମେ ବ୍ୟାଟିଂ କରିବାକୁ ହେବ । ଏହାସହ ଜିମ୍ବାଓ୍ୱେକୁ ୧୦୦ରୁ ଅଧିକ ରନରେ ପରାସ୍ତ କରିବାକୁ ପଡିବ । ଯାହା ଦ୍ୱାରା ଦଳର ବିଗିଡିଥିବା ରନ୍ ରେଟରେ ସୁଧାର ଆସିବ । ଉଭୟ ଦେଶ ମଧ୍ୟରେ ମ୍ୟାଚ୍ ଇତିହାସକୁ ଦେଖିଲେ ୧୩ ଥର ଦୁହେଁ ମୁହାଁମୁହିଁ ହୋଇଛନ୍ତି । ଏଥିରେ ଭାରତ ୧୦ଟି ମ୍ୟାଚ୍ ଜିତିଥିବା ବେଳେ ଜିମ୍ବାଓ୍ୱେ ମାତ୍ର ତିନୋଟି ବିଜୟ ପାଇଛି ।

ଚୂଡାନ୍ତ ଏକାଦଶରେ ପରିବର୍ତ୍ତନ

ଅଭିଷେକ ଶର୍ମା ଲଗାତାର ଭାବେ ତିନୋଟି ପାଳିରେ ଖାତା ଖୋଲି ପାରି ନାହାଁନ୍ତି । ସେହିପରି ତିଲକ ବର୍ମାଙ୍କ ଷ୍ଟ୍ରାଇକ୍ ରେଟ୍ ଚିନ୍ତାର କାରଣ ପାଲଟିଛି । ତେଣୁ ସଞ୍ଜୁ ସାମସନଙ୍କୁ ପ୍ଲେଇଂ ଇଲେଭେନରେ ସାମିଲ କରାଯାଇପାରେ । ଏନେଇ ବ୍ୟାଟିଂ କୋଚ୍ ସିତାଂଶୁ କୋଟାକ ପୂର୍ବରୁ ସୂଚନା ଦେଇ ସାରିଛନ୍ତି । ଭାରତର ଟପ୍ ଥ୍ରୀ ବ୍ୟାଟର ବାମହାତୀ ହୋଇଯାଉଛନ୍ତି । ବିପକ୍ଷ ଦଳ ଲଗାତାର ସ୍ପିନରଙ୍କୁ ବ୍ୟବହାର କରୁଛି । ତେଣୁ ଦଳରେ ପରିବର୍ତ୍ତନ ହୋଇପାରେ ବୋଲି କୁହାଯାଉଛି ।

ଯଦି ସଞ୍ଜୁ ମ୍ୟାଚ୍ ଖେଳନ୍ତି ତେବେ ସେ ଅଭିଷେକ ଶର୍ମାଙ୍କ ସହ ଓପନିଂ କରିବେ । ଇଶାନ କିଷାନ ତିନି ନମ୍ବରରେ ଖେଳିବେ । ତିଲକ ବର୍ମାଙ୍କୁ ବାଦ୍ ଦିଆଯାଇପାରେ ।ଅର୍ଥାତ ଶୀର୍ଷ ତିନୋଟି ସ୍ଥାନରେ ପରିବର୍ତ୍ତନ ହେବା ନିଶ୍ଚିତ ।