LIVE TV

ଆସନ୍ତା ୨୧ରେ ଲଘୁଚାପ, ୨୩ରେ ଅବପାତ, ଓଡ଼ିଶା ଉପରେ ନାହିଁ ପ୍ରଭାବ

NEWS7
weather

ଭୁବନେଶ୍ୱର ୧୬/୧୦: ଆସନ୍ତା ୨୧ ତାରିଖରେ ଦକ୍ଷିଣ ବଙ୍ଗୋପସାଗରରେ ଏକ ଲଘୁଚାପ  ସୃଷ୍ଟି ହୋଇପାରେ । ଲଘୁଚାପ ପରେ ଏହା ଉତ୍ତର  ପଶ୍ଚିମ ଦିଗରେ ମୁହାଁଇବ । ପରେ ଏହା ତାମିଲନାଡୁ  ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଆଡ଼କୁ ଗତି କରିବ । ୨୩  ତାରିଖ ବେଳକୁ ଏହା ଅଧିକ ଘନୀଭୂତ ହୋଇ  ଅବପାତ ରୂପ ନେବ ବୋଲି କିଛି ପାଣିପାଗ ମଡେଲ  ଆକଳନ କରିଛନ୍ତି । କିନ୍ତୁ ଓଡ଼ିଶା ଉପରେ ଏହାର  କୌଣସି ପ୍ରଭାବ ରହିବନି ବୋଲି ବରିଷ୍ଠ କୃଷି  ପାଣିପାଗବିତ୍‌ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ  ପୂର୍ବାନୁମାନ କରିଛନ୍ତି ।

ସେ କହିଛନ୍ତି , ଏହି ଲଘୁଚାପ  କେତେ ଘନୀଭୂତ ହେବ ଓ ଏହା ନିର୍ଦ୍ଦିଷ୍ଟ ଭାବେ  କେଉଁ ଆଡ଼କୁ ଯିବ, ତାହା ଏବେଠାରୁ କହିହେବନି ।  ଲଘୁଚାପ ସୃଷ୍ଟି ହେବା ପରେ ଏହାର ସ୍ପଷ୍ଟ ଚିତ୍ର  ଆସିବ । କିନ୍ତୁ ମଡେଲ ଅନୁସାରେ ଏହା ଅବପାତରେ  ପରିଣତ ହେଲେ ବି ଓଡ଼ିଶା ଉପରେ କୌଣସି  ପ୍ରଭାବ ରହିବନି ।

ଜିଏଫ୍‌ଏସ ମଡେଲ ଦର୍ଶାଇଛି,  ୨୩ ତାରିଖ ବେଳକୁ ଏହା ଅବପାତରେ ପରିଣତ  ହୋଇ ଉତ୍ତର ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ  ପାଖରେ ପହଞ୍ଚିବ । କିନ୍ତୁ ଅନ୍ୟ କୌଣସି ମଡେଲ ଏହି ଅବପାତ ନେଇ ପୂର୍ବାନୁମାନ ଦେଇନାହାନ୍ତି ।  ଆସନ୍ତା ସପ୍ତାହେ ଯାଏ ରାଜ୍ୟରେ ପାଗ ଶୁଖିଲା ରହିବ  ଓ କୌଣସି ସ୍ଥାନରେ ବର୍ଷା ସମ୍ଭାବନା ନାହିଁ ବୋଲି  ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।