ପ୍ରେମରେ ମତୁଆଲା ପ୍ରେମୀ ଯୁଗଳ, ବିଚ୍ ରାସ୍ତାରେ ଚାଲିଛି ରୋମାନ୍ସ

Published By : Prameya-News7 Bureau | August 16, 2025 IST

ଭୁବନେଶ୍ୱର ୧୬।୦୮ : ପ୍ରେମରେ ମତୁଆଲା ପ୍ରେମୀ ଯୁଗଳ । ନା ମାନୁଛନ୍ତି ରାସ୍ତା, ନା ଅଛି ଲୋକଲଜ୍ଜାକୁ ଡ଼ର । ବିନା ହେଲ୍‌ମେଟରେ ରାଜଧାନୀର ରାଜରାସ୍ତାରେ ବୁଲୁଛନ୍ତି । ଯୁବତୀ ଜଣଙ୍କ ବାଇକ୍‌ର ପଛ ସିଟ୍‌ରେ ବସିବା ବଦଳରେ ଆଗରେ ବସାଇ ଚାଲିଛି ଡ୍ରାଇଭିଂ। କାନ୍ଧରେ ହାତ ପକାଇ ଚାଲିଛି ରୋମାନ୍ସ । ସୋସିଆଲ୍‌ ମିଡ଼ିଆରେ ଖୁବ ଭାଇରାଲ ହେବାର ଲାଗିଛି ଏହି ଭିଡ଼ିଓ ।

ରାଜଧାନୀର ରାଜରାସ୍ତା । ସମୟ ସଂଧ୍ୟା… ଏକ ଦାମୀ ବାଇକ୍‌ ଚଳାଉଥିଲେ ପୁଅ, ଆଉ ପଛ ସିଟ୍‌ରେ ବସିବା ବଦଳରେ ଝିଅ ମାନେ ଗାର୍ଲଫ୍ରେଣ୍ଡ ବସିଥିଲେ ଆଗ ସିଟ୍‌ରେ । କାନ୍ଧକୁ କାନ୍ଧ ଯୋଡ଼ି ହୋଇ ଚାଲିଛି ପ୍ରେମ ଦିଆନିଆ । ଦୁହିଁଙ୍କ ମୁଣ୍ଡରେ ନଥିଲା କୌଣସି ହେଲମେଟ୍‌। ତଥାପି ନଥିଲା ପୋଲିସକୁ ଡର । ଚଳନ୍ତା ବାଇକ୍‌ରେ ଭରପୁର ଚାଲିଥିଲା ରୋମାନ୍ସ । ପଛରେ କି ପାଖରେ ଯାଉଥିବା ଦେଖଣାହାରୀ ଏହି ଚିତ୍ର ଦେଖି ତାଜୁବ। ତଥାପି ପ୍ରେମୀଯୁଗଳଙ୍କ ନଥିଲା ଭୟ ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.