ଭୁବନେଶ୍ୱର ୨୦/୦୪: ଶନିବାର ଦ୍ୱାଦଶୀ ତିଥିରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ ରାମେଶ୍ୱରରୁ ସ୍ୱଗୃହ ବାହୁଡ଼ିବେ । ପାଞ୍ଚ ଦିନର ଏହି ରଥଯାତ୍ରାରେ ଏଥର ଶ୍ରୀଲିଙ୍ଗରାଜ ମାତ୍ର ୪୧ ଘଣ୍ଟା ମାଉସୀ ମା’ ଘରେ ରହିଛନ୍ତି । ଶୁକ୍ରବାର ରାମେଶ୍ୱର ୨୪ପ୍ରହର କମିଟି ତରଫରୁ ଏଠାରେ ହରିହାଟ କରାଯାଇଥିବା ଅନୁଷ୍ଠାନର ସମ୍ପାଦକ ଭିକାରୀ ଚରଣ ସାହୁ କହିଛନ୍ତି ।
ଶ୍ରୀଜିଉଙ୍କ ବାହୁଡା ଯାତ୍ରା ନିମନ୍ତେ ମନ୍ଦିର ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏଥିସହ ସମସ୍ତ ନୀତି ନିର୍ଘଣ୍ଟ ଚୁଡାନ୍ତ ହୋଇଛି । ସକାଳ ସାଢେ ୬ଟାରେ ମଙ୍ଗଳ ଆଳତୀ ଓ ଅବକାଶ, ସାଢେ ୬ଟାରୁ ସାଢେ ୯ଟା ସାହାଣ ମେଲା ଦର୍ଶନ, ସାଢେ୮ଟା ମଧ୍ୟରେ ରୋଷ ହୋମ ଓ ପାକ କାର୍ଯ୍ୟ, ଛାମୁ ପରିଷ୍କାର ସାଢ଼େ ୯ଟାରୁ ୧୦ଟା, ମହାସ୍ନାନ, ସୂର୍ଯ୍ୟପୂଜା ଓ ଦ୍ୱାରପାଳ ପୂଜା ସକାଳ ୧୦ଟାରୁ ସାଢେ ୧୦ଟା, ଶ୍ରୀଜିଉଙ୍କ ବଲ୍ଲଭ, ଶ୍ରୀଭୁବନେଶ୍ୱରୀଙ୍କ ବଲ୍ଲଭ ଓ ଶ୍ରୀଜିଉଙ୍କ ସକାଳ ଧୂପ ସକାଳ ସାଢେ୧୦ରୁ ସାଢେ୧୧ଟା, ଭୋଗ ମଣ୍ଡପ ସାଢେ୧୧ରୁ ସାଢେ୧୨ଟା, ଅଧର ପଣା ପୂଜା ସାଢେ ୧୨ରୁ ସାଢେ୧ଟା ମଧ୍ୟରେ ହେବ ।
ପହଣ୍ଡି ଦିନ ସାଢେ ୧ଟାରୁ ଅପରାହ୍ଣ ୩ଟା ଏବଂ ଅପରାହ୍ଣ ଠିକ ସାଢେ୩ଟାରେ ରଥଟଣା ଆରମ୍ଭ ହେବ । ବାହୁଡ଼ାରେ ମଧ୍ୟ ସୁରକ୍ଷା ନିମନ୍ତେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯିବ ।