LIVE TV

ଭାରତର ୯୦ତମ ଗ୍ରାଣ୍ଡମାଷ୍ଟର ହେଲେ ଇଲାମପର୍ଥି, ୧୬ ବର୍ଷ ବୟସରେ ରଚିଲେ ଇତିହାସ

NEWS7
loot-case-in-subarnapur1

ନୂଆଦିଲ୍ଲୀ: ତାମିଲନାଡ଼ୁର ୧୬ ବର୍ଷୀୟ ଇଲାମପର୍ଥି ଏଆର ଦେଶର ୯୦ତମ ଗ୍ରାଣ୍ଡମାଷ୍ଟର ହୋଇଛନ୍ତି । ଗୁରୁବାର ବୋସନିଆ ଓ ହର୍ଜେଗୋଭିନାରେ ବିଜେଲଜିନା ଓପନରେ ତାଙ୍କର ଅନ୍ତିମ GM ନର୍ମ ହାସଲ କରିଥିଲେ । ୨୦୦୯ ମସିହାରେ ଜନ୍ମଗ୍ରହଣ କରିଥିବା ଇଲାମପାର୍ଥି ପୂର୍ବରୁ ଭିଏତନାମରେ ହାନୋଇ ଟୁର୍ଣ୍ଣାମେଣ୍ଟ (ଡିସେମ୍ବର 2023)ରେ ନିଜର ପ୍ରଥମ GM ନର୍ମ ହାସଲ କରିଥିଲେ । ଏହାପରେ ସିଙ୍ଗାପୁର ଇଣ୍ଟରନ୍ୟାସନାଲ୍ ଓପନ୍ (୨୦୨୪)ରେ ତାଙ୍କର ଦ୍ୱିତୀୟ ଜିଏମ୍ ନର୍ମ ହାସଲ କରିଥିଲେ ।

ଇଲାମପର୍ଥି ରିଲଟନ୍ କପ୍ (୨୦୨୪-୨୫) ସମୟରେ ୨୫୦୦ ଏଲୋ ସ୍କୋର ଅତିକ୍ରମ କରିଥିଲେ ଏବଂ ବୋସନିଆରେ ଶେଷ ନର୍ମ ହାସଲ କରି ଗ୍ରାଣ୍ଡମାଷ୍ଟର ଟାଇଟଲକୁ ସିଲ୍ କରିଥିଲେ । ଶ୍ୟାମ ସୁନ୍ଦର ଏମଙ୍କ ଠାରେ ପ୍ରଶିକ୍ଷଣ ନେଉଥିବା ଏହି ଯୁବ ତାରକାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ଡି ଗୁକେଶ ଏବଂ ଆର ପ୍ରଜ୍ଞାନନ୍ଧା ଭଳି ତାରକାଙ୍କ ସ୍କୁଲ ଭେଲାମ୍ମାଲର ଛାତ୍ର ଇଲାମପର୍ଥିଙ୍କୁ ଚେସରେ ଭାରତର ଭବିଷ୍ୟତ ରୂପେ ଦେଖାଯାଉଛି । ଇଲାମପର୍ଥିଙ୍କ ପ୍ରତିଭାରେ ପ୍ରଭାବିତ ହୋଇ ଡଚ୍ ଜିଏମ୍ ଅନିଶ ଗିରି ୨୦୨୨ ମସିହାରେ ତାଙ୍କ ପ୍ରଶିକ୍ଷଣ ପାଇଁ ଡେଥ୍ ମ୍ୟାଚ୍ ପୁରସ୍କାର ଟଙ୍କା ଦାନ କରିଥିଲେ ।

ଯୁବ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇ, AICF ସଭାପତି ନୀତିନ ନାରଙ୍ଗ ଏକ୍ସରେ ପୋଷ୍ଟ କରିଛନ୍ତି, "ଭାରତ ପାଇଁ ଗ୍ରାଣ୍ଡମାଷ୍ଟର ନମ୍ବର ୯୦! ଦେଶର ୯୦ତମ ଗ୍ରାଣ୍ଡମାଷ୍ଟର ହେବା ପାଇଁ ସମସ୍ତ ଆବଶ୍ୟକତା ପୂରଣ କରିଥିବାରୁ ଇଲାମପର୍ଥି ଏଆରକୁ ଅଭିନନ୍ଦନ । ଦେଶକୁ ଗର୍ବିତ କରିବାରେ ଆପଣଙ୍କୁ ଆହୁରି ଅନେକ ଗୌରବ ଏବଂ ନିରନ୍ତର ସଫଳତା କାମନା କରୁଛି।"

ପାଞ୍ଚଥର ବିଶ୍ୱ ଚାମ୍ପିଅନ ବିଶ୍ୱନାଥନ ଆନନ୍ଦ ଲେଖିଛନ୍ତି, "ଇଲାମପର୍ଥିଙ୍କୁ ଜିଏମ ଭାବରେ ଘୋଷଣା କରି ଖୁସି ଲାଗୁଛି ! ସେ କିଛି ଥର ଟାଇଟଲ ହାତଛଡ଼ା କରିଥିଲେ ମଧ୍ୟ ପ୍ରତ୍ୟେକ ଥର ଅଧିକ ଶକ୍ତିଶାଳୀ ହୋଇ ଫେରି ଆସିଥିଲେ । ତାଙ୍କ ପାଖରେ ବହୁତ ସମ୍ଭାବନା ଅଛି, ଏବଂ ଆମେ ଆହୁରି ବଡ଼ ସଫଳତା ପାଇଁ ଏକାଠି କାମ କରିବାକୁ ଆଶା କରୁଛୁ।"