LIVE TV

ଘରେ ପଶିଲେ, ବନ୍ଧୁକ ଦେଖାଇ ଲୁଟିନେଲେ ନଗଦ ଟଙ୍କା ଓ ସୁନା ଅଳଙ୍କାର

NEWS7
kaptipada police station

ଉଦଳା ୧୩।୧୦ : ଘରେ ପଶିଲେ, ଭୁଜାଲିରେ ହାଣିଲେ । ଆଉ ବନ୍ଧୁକ ଦେଖାଇ ଲୁଟିନେଲେ ଟଙ୍କା ଓ ସୁନା ଅଳଙ୍କାର । ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଝିଙ୍କପଦା ଗାଁରୁ ଆସିଛି ଏପରି ଲୁଟ୍‌ ଘଟଣା । ଯାହାସଂପର୍କରେ ଖବର ପାଇ ପୋଲିସ ଆରମ୍ଭ କରିଛି ତଦନ୍ତ ।

ଖବର ଅନୁଯାୟୀ, ଝିଙ୍କପଦା ଗାଁର କାର୍ତ୍ତିକେଶ୍ୱର ସାହୁଙ୍କ ଘରେ ଭୁଜାଲି ଓ ବନ୍ଧୁକ ଧରି ଘରେ ପଶିଥିଲେ ୪ ମୁଖା ପିନ୍ଧା ଦୁର୍ବୃତ୍ତ । ଘରେ ଉପସ୍ଥିତ ଥିବା ଲୋକଙ୍କୁ ଭୁଜାଲିରେ ହାଣିଲେ ଓ ପରେ ବନ୍ଧୁକ ଦେଖାଇ ଲୁଟ କରିଛନ୍ତି । ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ନଗଦ ୧୫ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ପରେ ଲୁଟ୍‌ ଘଟଣା ପରେ ସମସ୍ତଙ୍କୁ ତାଲା ମାରି ପଳାଇଥିଲେ । ଶେଷରେ ଦୀର୍ଘ ୩ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଘର ଭିତରୁ ସମସ୍ତଙ୍କୁ ଉଦ୍ଧାର କରାଯାଇଛି । କପ୍ତିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାସହ ଗୁରୁତର ଦମ୍ପତ୍ତିଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ​​​​​​​