LIVE TV

୩୨୫ କୋଟି ଟଙ୍କାର ଠକେଇ ଅଭିଯୋଗ, ମୁମ୍ବାଇରୁ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଗିରଫ

NEWS7
light-rain-and-cloudy-weather-till-3rd-oct-in-odisha

ଭୁବନେଶ୍ବର ୦୮।୧୧ : ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଗିରଫ । ଜିଏସ୍‌ଟି ଫାଙ୍କି ଚାଟାର୍ଡ ଆକାଉଣ୍ଟାଣ୍ଟ ଗିରଫ ହୋଇଛନ୍ତି । ମୁମ୍ବାଇରୁ ନୀଲେଶ ଯୋଗେଶ ଜିଗିଓ୍ୱାଲାଙ୍କୁ ଗିରଫ କରାଯାଇଛି । ମୁମ୍ବାଇରୁ ଗିରଫ କରିଛି ଡାଇରେକ୍ଟର ଜେନେରାଲ ଜିଏସ୍‌ଟି ଇଣ୍ଟିଲିଜେନ୍ସ (DGGI)।

ଖବର ଅନୁଯାୟୀ, ୩୨୫ କୋଟି ଟଙ୍କାର ଜିଏସ୍‌ଟି ଠକେଇ ହୋଇଥିବା ନେଇ ଅଭିଯୋଗ ଆସିଥିଲା । ଏମାନେ ଜିଏସ୍‌ଟି ଫାଙ୍କିବା ସହ ଏକ ରାକେଟ ଅପରେଟ କରୁଥିଲେ । ଯେଉଁଥିରେ ଦଲାଲଙ୍କ ଜରିଆରେ ଛୋଟ ଛୋଟ ବ୍ୟବସାୟୀଙ୍କୁ ଟାର୍ଗେଟ କରୁଥିଲେ । ଛୋଟ ଛୋଟ ବ୍ୟବସାୟୀଙ୍କ ଜିଏସ୍‌ଟି ଭରୁଥିଲେ । ଏହାପରେ ଇନ୍‌ପୁଟ ସବ୍‌ସିଡି ହାତେଇବା ପାଇଁ ସବୁ ଚକ୍ରାନ୍ତ କରିଥିଲେ । ଏହିପରି ଭାବେ ପ୍ରାୟ ୧୦୫ଟି ବଡ଼ ସଂସ୍ଥାର ୩୨୫ କୋଟି ଟଙ୍କାର ଜିଏସ୍‌ଟି ଠକେଇର ଅଭିଯୋଗ ଆସିଥିଲା। ଏହାପରେ ଡାଇରେକ୍ଟର ଜେନେରାଲ ଜିଏସ୍‌ଟି ଇଣ୍ଟିଲିଜେନ୍ସ ପକ୍ଷରୁ ଆରମ୍ଭ ହୋଇଥିଲା ଛାନ୍‌ଭିନ୍‌ । ଶେଷରେ ମୁମ୍ବାଇର ସାନ୍ତାକ୍ରୁଜ୍‌ରୁ  ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ନୀଲେଶ ଯୋଗେଶ ଜିଗିଓ୍ୱାଲାଙ୍କୁ ଗିରଫ କରିଛି DGGI । ଗିରଫ ପରେ ନୀଲେଶଙ୍କୁ ଭୁବନେଶ୍ୱର ଆଣିଛି ଟିମ୍‌ । କିପରି ଭାବେ କାହା କାହା ଠାରୁ ଠକେଇ କରିଛନ୍ତି । ସେନେଇ ଛାନ୍‌ଭିନ୍‌ କରୁଛି DGGI ।