LIVE TV

ବଡ଼ ଅଜବ ୱାରେନ ବଫେଟ୍‌ଙ୍କ ଦିନଚର୍ଯ୍ୟା : ସକାଳ ୬ଟା୪୫ରେ ଉଠି ଥାନ୍ତି ; ପ୍ରଥମ ପାନୀୟ ଭାବେ ଚା, କଫି କି ପାଣି ପିଅନ୍ତି ନାହିଁ

NEWS7
warren buffett

ନୂଆଦିଲ୍ଲୀ – ନିଜର ମିତବ୍ୟୟୀ ଜୀବନଶୈଳୀ ପାଇଁ ଖୁବ୍ ଜଣାଶୁଣା , ନିବେଶ ଜଗତର ପ୍ରସିଦ୍ଧ ୱାରେନ ବଫେଟ , ଜୀବନର ଦୈନନ୍ଦିନ ଆନନ୍ଦକୁ ଉପଭୋଗ କରିବାରେ ବିଶ୍ୱାସ କରନ୍ତି। ଯେଉଁଠି ବିଶ୍ୱର କୋଟିପତିମାନେ ସକାଳ ୪ଟା ସମୟରେ ଉଠିବାରେ ଜଣାଶୁଣା, ସେଠାରେ ବଫେଟ ତାଙ୍କ ନିଦ ସହ କୌଣସି ପ୍ରକାରର ସାଲିସ କରନ୍ତି ନାହିଁ ଏବଂ ଆଠ ଘଣ୍ଟାରୁ ଅଧିକ ସମୟ ନିଦ୍ରା ଯାଇ ଥାନ୍ତି। ତଥାପି, ବ୍ଲୁମବର୍ଗ ବିଲିୟନିୟର୍ସ ଇଣ୍ଡେକ୍ସ ଅନୁସାରେ, ବର୍କଶାୟାର ହାଥାୱେର ସିଇଓ ୱାରେନ ବଫେଟଙ୍କ ମୋଟ ସମ୍ପତ୍ତି ୧୪୧ ବିଲିୟନ ଡଲାର ରହିଛି। 

୯୪ ବର୍ଷ ବୟସରେ, ବଫେଟଙ୍କ ଅଣପାରମ୍ପରିକ ଜୀବନଶୈଳୀ ଏବଂ ଖାଦ୍ୟ ଅଭ୍ୟାସ ଲୋକଙ୍କୁ ଆଶ୍ଚର୍ଯ୍ୟ କରି ପାରେ। ବିଜନେସ୍ ଇନସାଇଡର ଅନୁସାରେ, ଏହି ବୟସ୍କ ବ୍ୟକ୍ତି ବ୍ରିଜ୍ ଖେଳିବାକୁ ଭଲ ପାଆନ୍ତି, ଅନେକ ସମୟରେ ସପ୍ତାହରେ ସେ ୮ ଘଣ୍ଟାରୁ ଅଧିକ ସମୟ ଖେଳନ୍ତି। ସେ ୫-୬ ଘଣ୍ଟା ପଢ଼ିବାରେ ବିତାଇଥାନ୍ତି, ନିଜକୁ ପୁସ୍ତକ ଦୁନିଆରେ ବୁଡ଼ି ରଖନ୍ତି, ଏହା ଆଉ ଏକ ଅଣପରମ୍ପରାଗତ ଅଭ୍ୟାସ ଯାହାକୁ ତାଙ୍କର ପ୍ରଖର ମସ୍ତିଷ୍କର ଶ୍ରେୟ ଦିଆଯାଏ।
ଏଥିରେ କୌଣସି ସନ୍ଦେହ ନାହିଁ , କାରଣ ବିଜନେସ୍ ଇନସାଇଡର ଅନୁସାରେ, ସେ ୧୧ ବର୍ଷ ବୟସରେ ଷ୍ଟକ୍ ବଜାରରେ ନିବେଶ କରି ନିଜର ସମ୍ପତ୍ତି ଗଢିବା ଆରମ୍ଭ କରି ଦେଇ ଥିଲେ। ସେ ୱାଶିଂଟନ୍ ପୋଷ୍ଟ ଦେଇ ମାସକୁ ୧୭୫ ଡଲାର ରୋଜଗାର କରୁଥିଲେ ଏବଂ ନିଜ ଶିକ୍ଷକମାନଙ୍କ ଠାରୁ ମଧ୍ୟ ଅଧିକ ରୋଜଗାର କରୁଥିଲେ। 

ବଫେଟ୍ ମ୍ୟାକଡୋନାଲ୍ଡସ୍ ଏବଂ କୋକ୍ ଭଳି ଖୁବ୍ କ୍ୟାଲୋରୀଯୁକ୍ତ ଖାଦ୍ୟ ଖାଇବାକୁ ପସନ୍ଦ କରିଥାନ୍ତି , ଯାହା ତାଙ୍କ ଦିନଚର୍ଯ୍ୟାର ଏକ ପ୍ରମୁଖ ଅଂଶ । ଏହି ବୟସରେ ତାଙ୍କର ସୁସ୍ଥ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି, ସେ ଦିନ ମଧ୍ୟରେ କ'ଣ କଣ ଖାଆନ୍ତି , ତାହା ଉପରେ ଗଭୀର ଭାବରେ ନଜର ପକାଇବା କୌଣସି ଆଶ୍ଚର୍ଯ୍ୟ ଠାରୁ କମ୍ ନୁହେଁ।

ବଫେଟଙ୍କ ପସନ୍ଦର ପାନୀୟ ଦୁର୍ବଳ ହୃଦୟର ଲୋକଙ୍କ ପାଇଁ ନୁହେଁ -
ୱାରେନ ବଫେଟ୍ ସକାଳ ୬.୪୫ ସମୟରେ ତାଙ୍କର ଦିନ ଆରମ୍ଭ କରନ୍ତି ଏବଂ ୮ ଘଣ୍ଟାର ସମୟ ନିଶ୍ଚିତ ଶୋଇଥାନ୍ତି । ଖାଲି ପେଟରେ ତାଙ୍କର ପ୍ରଥମ ପାନୀୟ କୌଣସି ମିଶ୍ରିତ ପାନୀୟ କିମ୍ବା ସାଦା ପାଣି ହୋଇ ନଥାଏ , ଯେମିତି କି ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ଦିଅନ୍ତି। ଏହା କଫି କିମ୍ବା ଚା ମଧ୍ୟ ନୁହେଁ। ପ୍ରକୃତରେ, ସକାଳେ ସେ ଶଯ୍ୟା ତ୍ୟାଗ କରିବା କ୍ଷଣି ପ୍ରଥମେ ପିଇବା ପାଇଁ କୋକର ଏକ କ୍ୟାନ ଆବଶ୍ୟକ କରନ୍ତି। ସେ ୨୦୧୫ରେ ଫର୍ଚୁନକୁ ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ- "ଯଦି ମୁଁ ପ୍ରତିଦିନ ୨୭୦୦ କ୍ୟାଲୋରୀ ଖାଏ, ତେବେ ତାହାର ଏକ ଚତୁର୍ଥାଂଶ କୋକା-କୋଲା ଥାଏ । ମୁଁ ଅତି କମରେ ପାଞ୍ଚଟି ୧୨ ଆଉନ୍ସ ସର୍ଭିଂ ପିଏ। ମୁଁ ପ୍ରତିଦିନ ଏହା କରେ,।" 

୯୪ ବର୍ଷ ବୟସରେ ମଧ୍ୟ କୋକ ପ୍ରତି ତାଙ୍କର ଭଲପାଇବା ଜାରି ରହିଛି। ମଇ ୨୦୨୫ରେ ବର୍କଶାୟାର ହାଥାୱେର ବାର୍ଷିକ ସେୟାରହୋଲ୍ଡର ବୈଠକରେ, ଏହି କୋଟିପତି କହିଥିଲେ, ୯୪ ବର୍ଷ ବୟସରେ, ସେ ଯାହା ଚାହିଁବେ ତାହା ପିଇ ପାରିବେ।
ଉଲ୍ଲେଖନୀୟ ଯେ, ୱାରେନ ବଫେଟଙ୍କ ବର୍କଶାୟାର ହାଥାୱେ ପାଖରେ କୋକା-କୋଲାର ୪୦ କୋଟି ସେୟାର ଅଛି, ଯାହାର ମୂଲ୍ୟ ଅଗଷ୍ଟ ୨୦୨୫ ସୁଦ୍ଧା ୨୫ ବିଲିୟନ ଡଲାରରୁ ଅଧିକ ହେବ ।