ମୁମ୍ବାଇ ୧୨।୦୪: ଆଉ ନାହାନ୍ତି ଆଶା ଭୋସଲେ । ବଲିଉଡର ପ୍ରସିଦ୍ଧ ଗାୟିକା ଏବଂ ଲତା ମଙ୍ଗେସକରଙ୍କ ସାନ ଭଉଣୀ ଆଶା ଭୋସଲେଙ୍କର ୯୨ ବର୍ଷ ବୟସରେ ଦେହାନ୍ତ ହୋଇଛି। ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଆଶାଙ୍କ ଦେହାନ୍ତ ହୋଇଛି । ଆଶାଙ୍କ ଦେହାନ୍ତ ଖବର ପୁରା ଦେଶରେ ଖେଳାଯାଇଛି ଶୋକର ଛାୟା ।

କେତେ ସଂପତ୍ତିର ମାଲିକ ଆଶା ?

୨୦୦ ରୁ ୨୫୦ କୋଟି ମଧ୍ୟରେ ଆଶା ଭୋସଲେଙ୍କ ମୋଟ ସମ୍ପତ୍ତି ହେବ ବୋଲି ଅନୁମାନ କରାଯାଇଛି। କେବଳ ଆଶାଙ୍କ ସ୍ଥାବର ସମ୍ପତ୍ତି ମୂଲ୍ୟ ପ୍ରାୟ ୮୦ ରୁ ୧୦୦କୋଟି ହେବ ବୋଲି ସୂଚନା ରହିଛି। ଯଦିଓ ଆଶା ଭୋସଲେ ପୂର୍ବରୁ ଗୀତ ଗାଉଥିଲେ । ସେଥିରୁ ଆୟ ହେଉଥିଲେ । ଏହାପରେ ସେ ବିଭିନ୍ନ ଷ୍ଟେଜ୍ ସୋ, ଆଲବମ୍, ଗୀତର ରୟାଲିଟିରୁ ରୋଜଗାର କରୁଥିଲେ । ସେହିପରି ଆଶା’ ସ ରେଷ୍ଟୁରାଣ୍ଟ ଏକ ଆନ୍ତର୍ଜାତୀୟ ଫାଇନ୍-ଡାଇନିଂ ରେଷ୍ଟୁରାଣ୍ଟ ବ୍ରାଣ୍ଡ ରହିଛି । ଯାହା ୨୦୦୨ ମସିହାରେ ଲଞ୍ଚ୍ ହୋଇଥିଲା। ଏହି ଚେନ୍‌ରେ ଦୁବାଇ, କୁଏତ ଏବଂ ୟୁକେ ସମେତ ବିଶ୍ୱର ୧୪ରୁ ଅଧିକ ସ୍ଥାନ ଅଛି । ଏହି ରେଷ୍ଟୁରାଣ୍ଟ ନିଜର ପ୍ରାମାଣିକ ଉତ୍ତର-ପଶ୍ଚିମ ଭାରତୀୟ ଖାଦ୍ୟ ପାଇଁ ଜଣାଶୁଣା।

Also Read:-Asha Bhosle Death: ଆରପାରିରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ, ସଙ୍ଗୀତ ଜଗତରେ ଗୋଟିଏ ଯୁଗର ଅବସାନ

ଆଶା ଭୋସଲେ ତାଙ୍କ କ୍ୟାରିୟରରେ ୧୨,୦୦୦ ରୁ ଅଧିକ ଗୀତ ରେକର୍ଡ କରିଛନ୍ତି । ଯାହା ତାଙ୍କୁ ବିଶ୍ୱର ସବୁଠାରୁ ସଫଳ ରେକର୍ଡିଂ କଳାକାରମାନଙ୍କ ମଧ୍ୟରୁ ଜଣେ କରିଛି। ସେ ୨୦୦୦ ମସିହା ଦାଦା ସାହେବ ଫାଲକେ ପୁରସ୍କାର, ୨୦୦୮ ପଦ୍ମ ବିଭୂଷଣ, ୨୦୧୮ରେ ବଙ୍ଗ ବିଭୂଷଣ, ୨୦୨୧ରେ ମହାରାଷ୍ଟ୍ର ଭୂଷଣ ପରି ଅନେକ ଜାତୀୟ ଏବଂ ଅନ୍ତଃଜାତୀୟ ଫିଲ୍ମ ପୁରସ୍କାର ହାତେଇଛନ୍ତି । ୧୯୯୭ ମସିହାରେ ତାଙ୍କ ଆଲବମ୍ ‘ଲିଗାସି’ ପାଇଁ ସେ ଗ୍ରାମୀ ପୁରସ୍କାର ପାଇଁ ମନୋନୀତ ମଧ୍ୟ ହୋଇଥିଲେ ।