News7 Logo

ଶରଧାବାଲି ଦଳାଚକଟା ଘଟଣା : ଆଇନ ମନ୍ତ୍ରୀ କହିଲେ- ଆମେ କୌଣସି ରିପୋର୍ଟ ଚାପିବୁ ନାହିଁ

NEWS7
Law Minister

ଭୁବନେଶ୍ବର ୩୯: ଶରଧାବାଲି ଦଳାଚକଟା ଘଟଣାର ରିପୋର୍ଟ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି । ମନ୍ତ୍ରୀ କହିଛନ୍ତି, ଆମେ କୌଣସି ରିପୋର୍ଟ ଚାପିବୁ ନାହିଁ । ଖୁବ୍ ଶୀଘ୍ର ଏହି ରିପୋର୍ଟ ପ୍ରକାଶ କରାଯିବ । ଉନ୍ନୟନ କମିଶନର ଅନୁ ଗର୍ଗ ଏନେଇ ରିପୋର୍ଟ ଦାଖଲ କରିଛନ୍ତି । ମୁଖ୍ୟମନ୍ତ୍ରୀ ଖୁବଶୀଘ୍ର ପଦକ୍ଷେପ ନେବେ । ସେହି ଅନୁସାରେ କାର୍ଯ୍ୟାନ୍ବୟନ ଆରମ୍ଭ ହୋଇଛି । ଆମେ କୌଣସି ରିପୋର୍ଟ ଚାପିବୁ ନାହିଁ ବୋଲି ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଶ୍ରୀମନ୍ଦିର ହୁଣ୍ଡି ସ୍ଥାନାନ୍ତର ପରେ ଆରମ୍ଭ ହେବ ଧାଡି ଦର୍ଶନ । ବୁଧବାର ବସିଥିବା ଶ୍ରୀମନ୍ଦିର ପରିଚାଳନା ବୈଠକରେ ଆଲୋଚନା ହୋଇଛି । ଏନେଇ ପରିଚାଳନା କମିଟି ସରକାରଙ୍କୁ ପ୍ରସ୍ତାବ ଦେବେ । ଏହା ପରେ ମୁଖ୍ୟମନ୍ତ୍ରୀ ଙ୍କ ଅନୁମୋଦନ ପରେ ହୁଣ୍ଡି ସ୍ଥାନାନ୍ତର ହେବ । ସେପ୍ଟେମ୍ବର ୧୫ ତାରିଖ ସୁଦ୍ଧା ସବୁ ପ୍ରକ୍ରିୟା ସାରି ଧାଡି ଦର୍ଶନ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।

ସେପଟେ ମନ୍ତ୍ରୀ କହିଛନ୍ତି, ପୂଜା ପୂର୍ବରୁ ସରିବ ରାସ୍ତାଘାଟ ମରାମତି କାମ । ଆସନ୍ତା ୬ ତାରିଖରେ ବସିବ ବଡ଼ ବୈଠକ । କଟକ, ଭୁବନେଶ୍ୱରର ସମସ୍ତ ବିଧାୟକ, ମେୟର, କମିଶନରଙ୍କ ସହ ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ । ସେପ୍ଟେମ୍ବର ୨୦ ତାରିଖ ସୁଦ୍ଧା ସବୁ ରାସ୍ତାର ମରାମତି କାମ ସରିବ । ଏନେଇ ୬ ତାରିଖ ବୈଠକରେ ରୋଡ୍ ମ୍ୟାପ୍ ପ୍ରସ୍ତୁତ ହେବ ବୋଲି ମନ୍ତ୍ରୀ କହିଛନ୍ତି ।