‘ଖଦି’ ଓଡ଼ିଆ ଅସ୍ମିତା ସହ ଜଡିତ, ଖଦି ବୋର୍ଡ଼କୁ ଆମ ସରକାର ଦେଉଛନ୍ତି ସ୍ୱତନ୍ତ୍ର ଗୁରୁତ୍ୱ

NEWS7
lamheyalal-news-today

ଭୁବନେଶ୍ବର ୪।୧: ଖଦିକୁ ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦିଆଯାଇଛି । ଖଦି ହେଉଛି ଓଡ଼ିଶାର ଅସ୍ମିତା । ଓଡ଼ିଆ ଅସ୍ମିତା ସହ ଜଡିତ ବୋଲି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି । ମନ୍ତ୍ରୀ କହିଛନ୍ତି, ଆମ ସରକାର ଆସିଲା ପରେ ଖଦି ବୋର୍ଡ଼କୁ ଆମେ ସ୍ୱତନ୍ତ୍ର ଗୁରୁତ୍ୱ ଦେଉଛୁ ।

ବୁଣାକାର ମାନଙ୍କୁ ସ୍ୱତନ୍ତ୍ର ପ୍ୟାକେଜ ଦିଆଯାଇଛି । ବୁଣାକାର ମାନଙ୍କୁ ମାଟେରିଆଲ ଓ ସବସିଡ଼ି ଦେବାର ବ୍ୟବସ୍ଥା କରାଯାଇଛି । ବିଭିନ୍ନ ୟୁନିଟ୍ ଯାହା ଅଚଳ ହୋଇଥିଲା, ସେହି ୟୁନିଟ୍କୁ ପୁନରୁଦ୍ଧାର କରିବାର ବ୍ୟବସ୍ଥା ହେଉଛି । ଖଦିରେ ଅଧିକ ରିବେଟ୍ ଦିଆଯାଉଛି ।

ଖଦି ଦିବସରେ ମୁଖ୍ୟମନ୍ତ୍ରୀ ସପ୍ତାହରେ ଗୋଟିଏ ଦିନ ଖଦି ବ୍ୟବହାର ପାଇଁ ଅପିଲ୍ କରିଛନ୍ତି । ବିଭିନ୍ନ ସ୍ଥାନରେ ବୁଣାକାର ମାନେ କୌଳିକ ବୃତ୍ତି ଭାବେ କାମ କରୁଥିଲେ । ହେଲେ ସେଥିରୁ ସେମାନେ ଛାଡି ଦେଉଥିଲେ । ତାଙ୍କୁ ଆମେ ଏବେ ଯୋଡିବାର ବ୍ୟବସ୍ଥା କରାଯାଇଛି । ଅନେକ ଜାଗାରେ ବୁଣାକାର ଥିଲେ ତାଙ୍କୁ ଅଧିକ ଭାଲ୍ୟୁ ଆଡିସନ ହୋଇପାରିବ । ଅଧିକ ରୋଜଗାର କରିପାରିବେ ସେହି ଦିଗରେ ନୂଆ ଟେକ୍ନୋଲୋଜି ମଧ୍ୟ ଅଣାଯିବ ବୋଲି ମନ୍ତ୍ରୀ କହିଛନ୍ତି ।