LIVE TV

ପୁରା ପରିବାରର ଆଶ୍ରା ଥିଲେ ବୈଜନ୍ତୀ, ଭଡ଼ା ଘରୁ ମିଳିଲା ଝୁଲନ୍ତା ମୃତଦେହ

NEWS7
bdk

ଭଦ୍ରକ ୨୨।୦୯ : ମହିଳା ପୋଷ୍ଟ ପିଅନଙ୍କ ଆତ୍ମହତ୍ୟା । ବେକରେ ଆପ୍ରୋନ୍‌ ଲଗାଇ କାର୍ଯ୍ୟରତ ମହିଳା ପୋଷ୍ଟ ପିଅନଙ୍କ ଆତ୍ମହତ୍ୟା । ଭଦ୍ରକ ଗ୍ରାମାଞ୍ଚଳ ଥାନା ରାଣୀତାଲ ତଗିରା ଗାଁରେ ଘଟିଛି ଅଘଟଣ । ମୃତ ପୋଷ୍ଟ ପିଅନ ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ବଇଞ୍ଚା ଅଞ୍ଚଳର ବୈଜୟନ୍ତି ହେମ୍ବ୍ରମ୍‌ ବୋଲି ଜଣାପଡିଛି।  

ଖବର ଅନୁଯାୟୀ, ଦୀର୍ଘ ହେବ ରାଣୀତାଲ ଗୋବରଗଦି ପୋଷ୍ଟ ଅଫିସରେ ପିଅନ ଭାବେ କାର୍ଯ୍ୟରତ ଥିଲେ ବୈଜନ୍ତି । ତିନି ବର୍ଷ ହେବ ସେ ଭଦ୍ରକର ତଗିରା ଗାଁରେ ଭଡ଼ାରେ ରହୁଥିଲେ । ସୋମବାର ଦିନ ଅନେକ ସମୟ ଧରି କବାଟ ଖୋଲିନଥିଲେ । ଯାହାଫଳରେ ପଡୋଶୀ ଯାଇ ତାଙ୍କ କବାଟ ବାଡ଼େଇଥିଲେ । ପରେ ଘର ମାଲିକଙ୍କ ସୂଚନା ପରେ ଗ୍ରାମାଞ୍ଚଳ ପୋଲିସ ପହଞ୍ଚି କବାଟ ଭାଙ୍ଗିଥିଲେ । ବୈଜୟନ୍ତିଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଠାବ କରିଥିଲା ପୋଲିସ । ଏହାପରେ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଏହାସହ ବିଧବା ମାଙ୍କ ସହିତ ୪ ଭଉଣୀଙ୍କ ସୁଖଦୁଃଖ ବୁଝୁଥିଲେ ବୈଜୟନ୍ତି । ଏବେ ତାଙ୍କ ମୃତ୍ୟୁ ପରେ ଚିନ୍ତାରେ ପୁରା ପରିବାର ।