ମେଷ - ଆସନ୍ତାକାଲି ଆପଣଙ୍କୁ ଅପ୍ରତ୍ୟାଶିତ ଅର୍ଥ ଲାଭ ହେବାର ସମ୍ଭାବନା ଅଛି। ପୁରୁଣା ରୋଗରୁ ମୁକ୍ତି ମିଳିବା ସହିତ ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। କାର୍ଯ୍ୟ କ୍ଷେତ୍ରରେ ନୂତନ କର୍ମ ଯୋଗ ସୃଷ୍ଟି ହେବ। ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ବୃଦ୍ଧି ପାଇବ। ପରିବାରରେ ଶାନ୍ତି ଏବଂ ସୁଖର ପରିବେଶ ରହିବ।

ବୃଷ - ଅନ୍ୟମାନଙ୍କ ଯୋଗୁଁ ଆପଣଙ୍କୁ ଅପବାଦର ଶିକାର ହେବାକୁ ପଡ଼ିପାରେ। ଅଯଥା ଖର୍ଚ୍ଚ ଯୋଗୁଁ କିଛି ପରିମାଣରେ ଅର୍ଥ ହାନି ହେବ। ଚାକିରୀ ସନ୍ଧାନ କରୁଥିଲେ ନୂତନ କର୍ମ ଯୋଗ ମିଳିବାର ସମ୍ଭାବନା ଅଛି। ସମ୍ପତ୍ତି କ୍ରୟ-ବିକ୍ରୟରେ ବିଶେଷ ଲାଭ ମିଳିବ। ଯାତ୍ରା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।

ମିଥୁନ - ଜମି, ଗୃହ କିମ୍ବା ସମ୍ପର୍କୀୟ କୌଣସି ସମ୍ପଦ ଚିନ୍ତା ମନକୁ ବିଚଳିତ କରିବ। ଅପ୍ରତ୍ୟାଶିତ ଭାବରେ ଆପଣଙ୍କର ଅର୍ଥ ହାନି ହେବାର ଆଶଙ୍କା ଅଛି। ପୂର୍ବ ଅପେକ୍ଷା ଆପଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେବ। ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ହେବାର ଯୋଗ ରହିଛି। ଶିକ୍ଷା ଓ ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ପାଇବେ।

କର୍କଟ - ଆପଣଙ୍କୁ ଅଚାନକ ଧନ ଲାଭ ହେବାର ସମ୍ଭାବନା ରହିଛି। ନିବେଶ କରିଥିବା ଅର୍ଥରୁ ଆପଣଙ୍କୁ ଅର୍ଥ ଲାଭ ହେବ। କିନ୍ତୁ, ଆପଣ ସନ୍ତାନ ଦୁଃଖ କିମ୍ବା ସନ୍ତାନଙ୍କ ସମ୍ବନ୍ଧରେ ଚିନ୍ତାରେ ରହିବେ। ବିବାଦୀୟ ପରିସ୍ଥିତିରୁ ଦୂରେଇ ରହିବା ଆପଣଙ୍କ ପାଇଁ ଉଚିତ୍। ଆଧ୍ୟାତ୍ମିକତା ପ୍ରତି ମନ ବଳିବ ଏବଂ ଶାନ୍ତି ମିଳିବ।

ସିଂହ - ପାରିବାରିକ କିମ୍ବା କର୍ମକ୍ଷେତ୍ରରେ କଳହ ଯୋଗ ଯୋଗୁଁ ମାନସିକ ଚାପ ବଢ଼ିବ। ବ୍ୟକ୍ତିଗତ କାରଣରୁ ଆପଣଙ୍କୁ ଅପବାଦ ମିଳିବାର ସମ୍ଭାବନା ଅଛି। ଅଚାନକ ଆପଣଙ୍କୁ ଅନ୍ୟ କୌଣସି ସୂତ୍ରରୁ ଅର୍ଥ ଲାଭ ହେବ। ଶତ୍ରୁମାନେ ପରାଜିତ ହେବେ ଏବଂ କାର୍ଯ୍ୟରେ ସଫଳତା ମିଳିବ। ସାଙ୍ଗସାଥୀଙ୍କ ସହ ସମୟ ବିତାଇବାକୁ ସୁଯୋଗ ମିଳିବ।

କନ୍ୟା - ବ୍ୟବସାୟ କ୍ଷେତ୍ରରେ ଉଲ୍ଲେଖନୀୟ ଅର୍ଥ ଲାଭ ହେବ। ଆର୍ଥିକ ସ୍ଥିତି ସୁଦୃଢ଼ ହେବା ସହିତ ଅଚାନକ ଧନ ଲାଭ ହେବ। ରୋଗରୁ ମୁକ୍ତି ମିଳିବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେବ। ନୂଆ ଯୋଜନା କରିବା ପାଇଁ ଆଜି ଦିନଟି ଶୁଭ ରହିବ। ସାମାଜିକ କାର୍ଯ୍ୟରେ ଯୋଗ ଦେବେ ଏବଂ ପ୍ରଶଂସିତ ହେବେ।

ତୁଳା - ଯାତ୍ରା କିମ୍ବା କୌଣସି କାର୍ଯ୍ୟରେ ଦୁର୍ଘଟଣା ପ୍ରତି ବିଶେଷ ସାବଧାନତା ଅବଲମ୍ବନ କରନ୍ତୁ। ଆପଣଙ୍କୁ ଚାକିରୀ କ୍ଷେତ୍ରରେ ନୂତନ କର୍ମ ଯୋଗ ମିଳିବ। ଆକସ୍ମିକ ଭାବରେ ଆପଣଙ୍କୁ ଅର୍ଥ ଲାଭ ହେବ। ସମ୍ପଦ ସମ୍ବନ୍ଧୀୟ ଚିନ୍ତା ଆଜି ଦୂର ହେବାର ସମ୍ଭାବନା ଅଛି। ପ୍ରିୟଜନଙ୍କ ସହ ସମ୍ପର୍କ ମଧୁର ହେବ ଏବଂ ସମର୍ଥନ ମିଳିବ।

ବିଛାରବିବାର ଆପଣ ସନ୍ତାନ ଦୁଃଖ ହେତୁ ମାନସିକ ଭାବରେ ବିବ୍ରତ ରହିବେ। କୌଣସି ଭୁଲ୍ ନିଷ୍ପତ୍ତି ଯୋଗୁଁ ଆପଣଙ୍କୁ ଅର୍ଥ ହାନି ଭୋଗିବାକୁ ପଡ଼ିବ। କିନ୍ତୁ ଆପଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେବ ଏବଂ ଶାରୀରିକ ସୁସ୍ଥତା ଲାଭ କରିବେ। କୌଣସି ପୁରୁଣା ସମସ୍ୟାର ସମାଧାନ ଆଜି ହୋଇଯିବ। ଅଟକି ରହିଥିବା କାର୍ଯ୍ୟଗୁଡ଼ିକ ଶୀଘ୍ର ସମ୍ପୂର୍ଣ୍ଣ ହେବ।

ଧନୁ - ବ୍ୟବସାୟ କ୍ଷେତ୍ରରେ ଭଲ ଲାଭ ମିଳିବା ଦ୍ୱାରା ଅର୍ଥ ଲାଭ ହେବ। କର୍ମ କ୍ଷେତ୍ରରେ ପରିବର୍ତ୍ତନ ସହିତ ନୂତନ କର୍ମ ଯୋଗ ମିଳିବ। ପରିବାରରେ କୌଣସି କାରଣରୁ କଳହ ଯୋଗ ସୃଷ୍ଟି ହୋଇପାରେ। ସାମାଜିକ ପ୍ରତିଷ୍ଠା ଏବଂ ପ୍ରଶଂସା ମିଳିବ। କୋର୍ଟ-କଚେରୀ ମାମଲାରେ ସଫଳତା ମିଳିବାର ସମ୍ଭାବନା ଅଛି।

ମକର - ଅନ୍ୟର ଦୋଷ ଯୋଗୁଁ ଆପଣଙ୍କୁ ଅପବାଦ ମିଳିବାର ଆଶଙ୍କା ଅଛି। ସମ୍ପଦ ଚିନ୍ତା ମନରେ ଅଶାନ୍ତି ସୃଷ୍ଟି କରିବ। କୌଣସି କ୍ଷେତ୍ରରେ ଅଯଥା ଖର୍ଚ୍ଚ ଯୋଗୁଁ ଅର୍ଥ ହାନି ହେବ। ଅନେକ ଦିନରୁ ଅଟକି ରହିଥିବା କାର୍ଯ୍ୟ ଶେଷ ହେବ। ଶିକ୍ଷା କ୍ଷେତ୍ରରେ କିଛିଟା ଅସୁବିଧା ଦେଖାଦେଇପାରେ।

କୁମ୍ଭ - ଭାଗ୍ୟ ଆପଣଙ୍କ ସାଥ୍ ଦେବ ଏବଂ ଆକସ୍ମିକ ଧନ ଲାଭ ହେବ। ଆପଣଙ୍କ ବ୍ୟବସାୟରୁ ମୋଟା ଅଙ୍କର ଅର୍ଥ ଲାଭ ହେବ। ଯାତ୍ରା ସମୟରେ ଦୁର୍ଘଟଣା ପ୍ରତି ବିଶେଷ ସାବଧାନତା ଅବଲମ୍ବନ କରନ୍ତୁ। ପୁରୁଣା ବନ୍ଧୁଙ୍କ ସହ ସମ୍ପର୍କ ସୁଧୁରିବ। ସମସ୍ତ କାର୍ଯ୍ୟରେ ଜୀବନସାଥୀଙ୍କ ସହଯୋଗ ମିଳିବ।

ମୀନ - ପଡ଼ୋଶୀ କିମ୍ବା ପରିବାରରେ କୌଣସି କାରଣରୁ କଳହ ଯୋଗ ରହିଛି। କୌଣସି ସନ୍ତାନ ଦୁଃଖ ଆପଣଙ୍କୁ ବିବ୍ରତ କରିପାରେ। ପୁରୁଣା ରୋଗରୁ ମୁକ୍ତି ମିଳିବା ସହିତ ସ୍ୱାସ୍ଥ୍ୟରେ ଉନ୍ନତି ହେବ। ନୂତନ ଭାବରେ କୌଣସି ସମ୍ପତ୍ତି କିଣିବାର ଯୋଜନା କରିପାରନ୍ତି। ନିଜ କର୍ମ କ୍ଷେତ୍ରରେ ସମ୍ମାନ ଏବଂ ପ୍ରତିଷ୍ଠା ଲାଭ କରିବେ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

 ଯୋଗାଯୋଗ - 8249826682