LIVE TV

ବ୍ୟୟ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ, ସମ୍ପର୍କରେ ମଧୁରତା ବଜାୟ ରହିବ

NEWS7
rashiphala

ମେଷ - କର୍ମକ୍ଷେତ୍ରରେ ଆପଣଙ୍କର ଦକ୍ଷତା ପ୍ରମାଣିତ ହେବ ଏବଂ ଉଚ୍ଚାଧିକାରୀଙ୍କ ପ୍ରଶଂସା ପାଇବେ। ମାତ୍ର, ପାରିବାରିକ ସମସ୍ୟାକୁ ନେଇ ସାମାନ୍ୟ ଚିନ୍ତିତ ରହିବେ। ଅପରାହ୍ନରେ ଚନ୍ଦ୍ରମାଙ୍କ ଗତି ପରିବର୍ତ୍ତନ ହେତୁ ସିଂହ ରାଶିର ଚନ୍ଦ୍ରଙ୍କ ପ୍ରଭାବରେ ସୃଜନାତ୍ମକ କାର୍ଯ୍ୟରେ ମନ ଲାଗିବ।

ବୃଷ - ଧନପ୍ରାପ୍ତିର ଯୋଗ ରହିଛି, କିନ୍ତୁ ବ୍ୟୟ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। ନୂତନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ। ଯାତ୍ରା ଯୋଗ ଅଛି, ଯାହା ଶୁଭଫଳଦାୟକ ହେବ।

ମିଥୁନ - ଦିନଟି ଆପଣଙ୍କ ପାଇଁ ଶୁଭଙ୍କର ରହିବ, ସମ୍ପର୍କରେ ମଧୁରତା ବଜାୟ ରହିବ। ଭାଇ ଭଉଣୀଙ୍କ ସହଯୋଗ ମିଳିବ ଏବଂ ଅଟକି ଥିବା କାର୍ଯ୍ୟ ସମାପ୍ତ ହେବ। ସାମାଜିକ ପ୍ରତିଷ୍ଠା ବଢ଼ିବ ଓ ମାନସିକ ଶାନ୍ତି ମିଳିବ।

କର୍କଟ  - ଚନ୍ଦ୍ରମା ଦିନ ୧୨:୪୨ ପର୍ଯ୍ୟନ୍ତ ଆପଣଙ୍କ ରାଶିରେ ରହିବା ହେତୁ ମାନସିକ ସ୍ଥିରତା ବଜାୟ ରହିବ। ପରେ ସିଂହ ରାଶିକୁ ଚନ୍ଦ୍ରଙ୍କ ଗମନ ଯୋଗୁଁ ଆର୍ଥିକ କ୍ଷେତ୍ରରେ ସୁଧାର ଆସିବାର ସମ୍ଭାବନା ଅଛି। ମାତାଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ।

ସିଂହ - ଦିନ ୧୨:୪୨ ପରେ ଚନ୍ଦ୍ରମା ଆପଣଙ୍କ ରାଶିକୁ ଆସିବା ହେତୁ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ, ନଚେତ୍ ଅଯଥା ବିବାଦରେ ଫସିପାରନ୍ତି। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ଶୁଭ ରହିବ।

କନ୍ୟା - ଅଯଥା ଖର୍ଚ୍ଚ ଏଡାଇବା ପାଇଁ ଆପଣଙ୍କୁ ଚେଷ୍ଟା କରିବାକୁ ପଡିବ, ନଚେତ୍ ଆର୍ଥିକ ସମସ୍ୟା ଦେଖାଦେଇପାରେ। ଶତ୍ରୁମାନେ ପରାଜିତ ହେବେ ଏବଂ ଆପଣଙ୍କ କାର୍ଯ୍ୟରେ ସଫଳତା ପାଇବେ। ସ୍ୱାସ୍ଥ୍ୟ ସାମାନ୍ୟ କୋହଳ ରହିପାରେ।

ତୁଳା - ଆୟରେ ବୃଦ୍ଧି ଘଟିବାର ଯୋଗ ରହିଛି ଏବଂ ପୁରୁଣା ମିତ୍ରଙ୍କ ସହ ଭେଟ ହୋଇପାରେ। ପ୍ରେମ ଜୀବନରେ ସୁଖ-ଶାନ୍ତି ଫେରିଆସିବ ଓ ପରିବାରରେ ହସଖୁସିର ପରିବେଶ ରହିବ। କୌଣସି ଦୀର୍ଘ ଯୋଜନା ଆରମ୍ଭ କରିବା ପାଇଁ ଏହା ଏକ ଉତ୍ତମ ଦିନ।

ବିଛା  - କର୍ମକ୍ଷେତ୍ରରେ ନିଜର ଦାୟିତ୍ୱକୁ ନିଷ୍ଠାର ସହ ସମ୍ପାଦନ କଲେ ଉନ୍ନତିର ସୁଯୋଗ ମିଳିବ। ପିତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି। ଜମିଜମା ସମ୍ବନ୍ଧୀୟ କାର୍ଯ୍ୟରେ ସଫଳତା ମିଳିବ।

ଧନୁ - ଭାଗ୍ୟର ସହଯୋଗ ମିଳିବାରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାତ୍ରା କରିବାର ସୁଯୋଗ ଆସିପାରେ। ଧାର୍ମିକ କାର୍ଯ୍ୟରେ ମନ ଲାଗିବ।

ମକର - କୌଣସି ବିପଦପୂର୍ଣ୍ଣ କାର୍ଯ୍ୟ କରିବାରୁ ନିବୃତ୍ତ ରୁହନ୍ତୁ ଏବଂ ନିଜ ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ ହୁଅନ୍ତୁ। ବାଣୀ ଉପରେ ନିୟନ୍ତ୍ରଣ ରଖିବା ଦ୍ଵାରା କଳହରୁ ଦୂରେଇ ରହିବେ। ପୂର୍ବରୁ ଲାଗିରହିଥିବା ସମସ୍ୟାର ସମାଧାନ ହୋଇପାରେ।

କୁମ୍ଭ - ବ୍ୟବସାୟରେ ଭାଗିଦାରୀଙ୍କ ସହ ସମ୍ପର୍କ ମଜଭୁତ ହେବ ଓ ନୂତନ ବ୍ୟବସାୟ ଆରମ୍ଭ କରିବାର ଯୋଗ ରହିଛି। ବିବାହିତ ଜୀବନ ସୁଖମୟ ହେବ ଏବଂ ଜୀବନସାଥୀଙ୍କ ସହଯୋଗ ମିଳିବ। ସାମାନ୍ୟ ଅଳସୁଆ ଅନୁଭବ କରିପାରନ୍ତି।

ମୀନ - କର୍ମକ୍ଷେତ୍ରରେ କଠିନ ପରିଶ୍ରମର ଉଚିତ୍ ମୂଲ୍ୟାଙ୍କନ ହେବ, ମାତ୍ର ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ। ଋଣ ଦେବା ନେବା କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ପୁରୁଣା ରୋଗରୁ ମୁକ୍ତି ମିଳିବାର ସମ୍ଭାବନା ରହିଛି।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

 ଯୋଗାଯୋଗ - 8249826682