LIVE TV

ଆର୍ଥିକ ଚାପ ବଢ଼ିବ, କାହାରିକୁ ବିଶ୍ଵାସ କରି ବଡ଼ ନିଷ୍ପତ୍ତି ନିଅନ୍ତୁ ନାହିଁ

NEWS7
rashiphala

​​​​​​​ମେଷ - ଅଜଣା କାରଣରୁ ମନରେ ଅସ୍ଥିରତା ରହିପାରେ। ଶୁକ୍ରବାର ବ୍ୟୟ ଅଧିକ ହେବା କାରଣରୁ ଆର୍ଥିକ ଚାପ ବଢ଼ିବ। ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଗୁଡ଼ିକରେ ବିଳମ୍ବ ହେବାର ସମ୍ଭାବନା ଅଛି। ଶରୀରରେ ସାମାନ୍ୟ କ୍ଳାନ୍ତି ଅନୁଭବ କରିବେ। କୌଣସି ବିବାଦରେ ପଡ଼ିବାରୁ ନିଜକୁ ରକ୍ଷା କରନ୍ତୁ।

ବୃଷ - ଆଜି ଦିନଟି ଶୁଭ ଓ ଆନନ୍ଦମୟ ହେବ। ଆର୍ଥିକ ଦିଗରୁ ସମୃଦ୍ଧି ପ୍ରାପ୍ତ ହେବ। ପରିବାର ଓ ଜୀବନସାଥୀଙ୍କ ସମ୍ପୂର୍ଣ୍ଣ ସହଯୋଗ ମିଳିବ। କର୍ମ କ୍ଷେତ୍ରରେ ସଫଳତା ପାଇବେ। ମନ ପ୍ରଫୁଲ୍ଲ ଓ ଶାନ୍ତ ରହିବ।

ମିଥୁନ - କର୍ମକ୍ଷେତ୍ରରେ କାମର ବୋଝ ଅଧିକ ରହିପାରେ। ସହକର୍ମୀଙ୍କ ସହ ସମ୍ପର୍କରେ ମତଭେଦ ହେବାର ସମ୍ଭାବନା ଅଛି। ମାନସିକ ଅବସାଦ ଓ ଶାରୀରିକ କ୍ଳାନ୍ତି ଅନୁଭବ କରିବେ। କାହାରିକୁ ବିଶ୍ୱାସ କରି ବଡ଼ ନିଷ୍ପତ୍ତି ନିଅନ୍ତୁ ନାହିଁ। ଯାତ୍ରା ସମୟରେ ବିଶେଷ ସାବଧାନ ରୁହନ୍ତୁ।

କର୍କଟ - ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। କର୍ମ କ୍ଷେତ୍ରରେ ଉଚ୍ଚ ସମ୍ମାନ ମିଳିବାର ଯୋଗ ଅଛି। ନୂଆ ଯୋଜନା ଓ ଚୁକ୍ତିଗୁଡ଼ିକ ସଫଳ ହେବ। ଆର୍ଥିକ ଅବସ୍ଥା ଅତ୍ୟନ୍ତ ମଜବୁତ ହେବ। ପରିବାରରେ ଶୁଭ ଖବର ମିଳିପାରେ।

ସିଂହ - ଆପଣଙ୍କ ଆତ୍ମବିଶ୍ୱାସ ଚରମ ସୀମାରେ ରହିବ। ଅର୍ଥ ପ୍ରାପ୍ତିର ନୂତନ ଉତ୍ସ ଖୋଲିବ। ଦାମ୍ପତ୍ୟ ଜୀବନରେ ଥିବା ସମସ୍ୟା ଦୂର ହେବ। କୌଣସି ଗୁରୁତ୍ୱପୂର୍ଣ୍ଣ ନିବେଶ ଲାଭଦାୟକ ହେବ। ସାମାଜିକ ପ୍ରତିଷ୍ଠା ଓ ପ୍ରଭାବ ବୃଦ୍ଧି ପାଇବ।

କନ୍ୟା - ଦାମ୍ପତ୍ୟ ଜୀବନ  ସୁଖମୟ ହେବାର ଯୋଗ ଅଛି। ଅଂଶୀଦାରୀ ବ୍ୟବସାୟରେ ବଡ଼ ଲାଭ ମିଳିବ। ସ୍ୱାସ୍ଥ୍ୟ ଭଲ ରହିବ ଓ ମନ ପ୍ରସନ୍ନ ରହିବ। କୌଣସି ଅଟକି ରହିଥିବା ସରକାରୀ କାର୍ଯ୍ୟ ସମ୍ପନ୍ନ ହେବ। ସାମାଜିକ ସ୍ତରରେ ପ୍ରଶଂସା ପାଇବେ।

ତୁଳା -  ସ୍ଵାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ ହେବାକୁ ପଡ଼ିବ। ଅଚାନକ କିଛି ଅନାବଶ୍ୟକ ଖର୍ଚ୍ଚ ହେବା କାରଣରୁ ଆର୍ଥିକ ଚାପ ବଢ଼ିବ। ଶତ୍ରୁମାନେ ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିପାରନ୍ତି। କୌଣସି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରରେ ସାବଧାନ ରୁହନ୍ତୁ। ମାନସିକ ଶାନ୍ତି ପାଇଁ ଈଶ୍ୱରଙ୍କୁ ସ୍ମରଣ କରନ୍ତୁ।

ବିଛା - ଆସନ୍ତାକାଲି ଆପଣଙ୍କୁ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବାକୁ ପଡ଼ିବ। ଦାମ୍ପତ୍ୟ ଜୀବନରେ ସାମାନ୍ୟ ଅଶାନ୍ତି ଦେଖାଦେଇପାରେ। କର୍ମ କ୍ଷେତ୍ରରେ ଶୀଘ୍ରତା କାରଣରୁ କ୍ଷତି ହେବାର ଯୋଗ ଅଛି। ନିଜର ଗୁପ୍ତ କଥା କାହାରିକୁ କୁହନ୍ତୁ ନାହିଁ। ବ୍ୟବସାୟରେ ନିବେଶ ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ।

ଧନୁ - କାର୍ଯ୍ୟକ୍ଷେତ୍ରରେ ବଡ଼ ସଫଳତା ମିଳିବାର ଯୋଗ ଅଛି। ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ। ବ୍ୟବସାୟରେ ଆୟ ବୃଦ୍ଧି ହେବ ଓ ଲାଭ ମିଳିବ। ପରିବାରରେ ଶାନ୍ତି ଓ ସୁଖର ବାତାବରଣ ରହିବ। ଉଚ୍ଚ ଶିକ୍ଷା ପାଇଁ ଭଲ ସମୟ ଅଟେ।

ମକର - ପାରିବାରିକ ମାମଲାରେ କିଛି ଅସୁବିଧା ଓ ବିବାଦ ସୃଷ୍ଟି ହୋଇପାରେ। ମାତାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମାନ୍ୟ ଚିନ୍ତା ରହିବ। ସ୍ଥାବର ସମ୍ପତ୍ତି କ୍ରୟ ବିକ୍ରୟରେ କ୍ଷତିର ସମ୍ଭାବନା ଅଛି। କର୍ମ କ୍ଷେତ୍ରରେ କଠିନ ପରିଶ୍ରମ କରିବାକୁ ପଡ଼ିବ। ମାନସିକ ଶାନ୍ତି ପାଇଁ ଧ୍ୟାନ କରନ୍ତୁ।

କୁମ୍ଭ - ଆର୍ଥିକ ସ୍ଥିତି ଅତ୍ୟନ୍ତ ମଜବୁତ ରହିବ। ବଡ଼ ଭାଇ ଓ ବନ୍ଧୁମାନଙ୍କ ସହଯୋଗ ମିଳିବ। ସାମାଜିକ କ୍ଷେତ୍ରରେ ଆପଣଙ୍କର ମାନ ସମ୍ମାନ ବଢ଼ିବ। ନୂତନ ଆୟର ପଥ ଖୋଲିବ। ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇଁ ଦିନଟି ଶୁଭ ଅଟେ।

ମୀନ - ଦାମ୍ପତ୍ୟ ଜୀବନ ସୁଖମୟ ହେବ ଓ ପ୍ରେମ ସମ୍ବନ୍ଧରେ ଘନିଷ୍ଠତା ବଢ଼ିବ। ଆପଣଙ୍କ ବ୍ୟକ୍ତିତ୍ୱ ଆଜି ଅନ୍ୟମାନଙ୍କୁ ଆକର୍ଷିତ କରିବ। ମନ ଶାନ୍ତ ଓ ପ୍ରସନ୍ନ ରହିବ। କୌଣସି ନୂତନ କାର୍ଯ୍ୟ ଆରମ୍ଭ ପାଇଁ ସମୟ ଶୁଭ ଅଟେ। ଶାରୀରିକ ସୁସ୍ଥତା ଅକ୍ଷୁର୍ଣ୍ଣ ରହିବ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ - ୮୨୪୯୮୨୬୬୮୨