ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ : ବିଧାନସଭାରେ ଉପସ୍ଥାପନ କର ରତ୍ନଭଣ୍ଡାର ଚାବି ହଜିବା ରିପୋର୍ଟ, ୩ ମାସରେ ସାର ଗଣତି ମଣତି

NEWS7
know-your-horoscope-for-wednesday-7th-may-2025

କଟକ ୧୨।୨: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ତଦନ୍ତ କମିଶନଙ୍କ ରିପୋର୍ଟ ସାର୍ବଜନୀନ କରିବା ପ୍ରସଙ୍ଗରେ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ । ଆସନ୍ତା ବିଧାନସଭା ଅଧିବେଶନରେ ରିପୋର୍ଟ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଜଷ୍ଟିସ୍ ରଘୁବୀର ଦାସ କମିଶନଙ୍କ ରିପୋର୍ଟ ଉପସ୍ଥାପନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଏ ଖବର ବି ପଢ଼ନ୍ତୁ:- ସାଇ- ନାଣ୍ଡୁ ବିବାଦରେ ପଡ଼ିଲା ପୂର୍ଣ୍ଣଚ୍ଛେଦ, ମଞ୍ଚ ଚଢ଼ିବେ ସାଇ

ସେପଟେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି ପ୍ରସଙ୍ଗରେ ମଧ୍ୟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଆସନ୍ତା ୩ ମାସ ମଧ୍ୟରେ ଗଣତି ମଣତି କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ କୋର୍ଟ କହିଛନ୍ତି ।