ଲାଗି ରହିଥିବା ସମସ୍ୟାର ସମାଧାନ ହୋଇପାରେ, ନିବେଶ ପାଇଁ ଦିନଟି ରହିଛି ଅନୁକୂଳ

Published By : Prameya-News7 Bureau | April 24, 2024 IST

ମେଷ- ବନ୍ଧୁଙ୍କ ସାହାଯ୍ୟ ସହଯୋଗ ମିଳିବ। କୌଣସିବି ବ୍ୟବସାୟିକ କାରବାରରୁ ଅର୍ଥ ଉପକୃତ ହେବ | ଅଫିସରେ ସହକର୍ମୀଙ୍କ ସମର୍ଥନ ପାଇବେ। ପାରିବାରିକ ବିବାଦ ସମାପ୍ତ ହେବ | ରୋଗୀମାନେ ସେମାନଙ୍କର ବିଶେଷ ଯତ୍ନ ନେବା ଉଚିତ୍ ।

ବୃଷ - ମନରେ ଉତ୍‌ଥାନ-ପତନ ଦେଖାଦେବ। ଧୈର୍ଯ୍ୟ ବଜାୟ ରଖିବାକୁ ଚେଷ୍ଟା କରନ୍ତୁ। ଶିକ୍ଷାଗତ ଏବଂ ଅନୁସନ୍ଧାନ କାର୍ଯ୍ୟ ପାଇଁ ଅନ୍ୟ କିଛି ସ୍ଥାନକୁ ଯାଇପାରନ୍ତି। ପରିବାରଠାରୁ ଦୂରରେ ରହିବାକୁ ପଡିପାରେ । ପରିଶ୍ରମ ଅଧିକ ହେବ ।

ମିଥୁନ- ସମ୍ମାନ ହାନି ଘଟିବ। ଅଜଣା ବ୍ୟକ୍ତିଙ୍କ ପାଇଁ ଠକାମୀର ଶିକାର ହୋଇପାରନ୍ତି । ଧନ ଲାଭର ଯୋଗ ମଧ୍ୟ ରହିଛି । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଆଳସ୍ୟରେ କଟିବ । ଦିନଟିରେ ଉତ୍ତମ ଫଳ ପ୍ରଦାନ କରିବ ନାହିଁ ।

କର୍କଟ-  କାର୍ଯ୍ୟ କ୍ଷେତ୍ରରେ ବିଶେଷ ସହାୟତା ମିଳିବ । ବନ୍ଧୁ ମିଳନର ଯୋଗ ରହିଛି । ନିଜ ପରାକ୍ରମ ବଳରେ ଶତ୍ରୁଙ୍କୁ ପରାସ୍ତ କରିବାର କ୍ଷମତା ରଖିବେ । ପରିବାରରେ ସୁଖ ଶାନ୍ତି ଲାଗି ରହିବ । ଛାତ୍ରଛାତ୍ରୀ ମାନେ ବିଶେଷ ଭାବେ ଉପକୃତ ହେବେ ।

ସିଂହ- କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ। ନୂତନ କର୍ମ ସଂସ୍ଥାନ ପାଇଁ ଆଗ୍ରହୀ ହେବେ | ଶିକ୍ଷାଗତ କାର୍ଯ୍ୟ ପାଇଁ ବିଦେଶ ଯିବାର ସମ୍ଭାବନା ଅଛି । ପତି-ପତ୍ନୀଙ୍କଠାରୁ ଅଲଗା ହେବାର ପରିସ୍ଥିତି ସୃଷ୍ଟି ହୋଇପାରେ ।

କନ୍ୟା- କର୍ମକ୍ଷେତ୍ରରେ ବିରୋଧାଭାବ ଦେଖାଦେବ । ନିଜ ବ୍ୟବହାରରେ ସଂଯମତା ରକ୍ଷା କରନ୍ତୁ । ପରିବାର ଲୋକଙ୍କ ଠାରୁ ଖୁସିର ବାର୍ତ୍ତା ମିଳିବ । ବ୍ୟବସାୟରେ ଏତେ ଲାଭ ହେବ ନାହିଁ । ପାରିବାରିକ ସମ୍ପର୍କ ସୁଦୃଢ ହେବ ।

ତୁଳା - ଆଶାନୁରୂପ ଅର୍ଥ ପ୍ରାପ୍ତିର ଯୋଗ ରହିଛି । ଲାଗି ରହିଥିବା ସମସ୍ୟାର ସମୂଳ ସମାଧାନ ହେବ । ରାଜନୈତିକ କ୍ଷେତ୍ରଟି ଆପଣଙ୍କ ପାଇଁ ବହୁତ୍ ଶୁଭ ଦାୟକ ରହିଛି । ଜମିବାଡ଼ି ସମ୍ପର୍କିତ କିଛି ଅସୁବିଧା ଦେଖା ଯିବ । ନିବେଶ ପାଇଁ ଦିନଟି ଅନୁକୂଳ ରହିଛି । ଛାତ୍ରଛାତ୍ରୀ ମାନେ ଉପକୃତ ହେବେ ।

ବିଛା- ଗୃହରେ ସୁଖ ସମ୍ମାନ ପ୍ରାପ୍ତି ହେବ । ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟରେ ମନୋନିବେଶ କରିବେ । କର୍ମ କ୍ଷେତ୍ରରେ କିଛି ଲାଭଦାୟକ ପ୍ରୟାସ କରିବେ । ବ୍ୟବସାୟୀଙ୍କ ପାଇଁ ରୋଜଗାରର ନୂଆ ପନ୍ଥା ଦେଖାଯିବ ।

ଧନୁ- ଭକ୍ତି ଭାବରେ ଦିନଟି କଟିବ । ସେବା ପୂଜାରେ ମନୋନିବେଶ କରିବେ । ବ୍ୟବସାୟୀମାନେ ରିସ୍କ ନେଇ କାର୍ଯ୍ୟ କଲେ ସଫଳତା ମିଳିବ । ଛାତ୍ର ଛାତ୍ରୀମାନଙ୍କ ପାଇଁ ବହୁ ପରିଶ୍ରମ ଲଘୁ କ୍ରିୟା । ରୋଜଗାରର ନୂଆ ପନ୍ଥା ମିଳିବ। 

ମକର- ଗୃହରେ ଲାଗି ରହିଥିବା ସମସ୍ୟାର ସମାଧାନ ଖୋଜିବେ । ସନ୍ତାନଙ୍କ ସହ ସମୟ ଅତିବାହିତ କରିବେ । ଯାତ୍ରା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ । ବ୍ୟବସାୟୀଙ୍କ ପାଇଁ ଦିନଟି ମଧ୍ୟମ ଫଳ ପ୍ରଦାନ କରିବ । 

କୁମ୍ଭ - ଦିନଟିରେ ଶତ୍ରୁ ଙ୍କ ଭୟ ରହିବ । ଅଦରକାରୀ କାର୍ଯ୍ୟ କଳାପରେ ଆପଣଙ୍କର ସମୟ ଏବଂ ଶକ୍ତି ନଷ୍ଟ କରନ୍ତୁ ନାହିଁ । ତୁମର ନିଷ୍ପତ୍ତି ଉପରେ ଉପଯୁକ୍ତ ଧ୍ୟାନ ଦିଅ । ନିବେଶ ପାଇଁ ଦିନଟି ଭଲ ରହିଛି ।

ମୀନ- ଲୁଚି ରହିଥିବା ଦକ୍ଷତାର ପରିପ୍ରକାଶ ହେବ । ଯଶ ହାନି ଘଟିବାର ସମ୍ଭାବନା ରହିଛି । ପଡୋଶୀଙ୍କ ସହ ମତଭେଦ ହୋଇ ପରେ । ପିତା ମାତାଙ୍କ ସେବା ରେ ସମୟ ଅତିବାହିତ ହେବ । ବ୍ୟବସାୟ ରେ ଅର୍ଥ ଫେରି ପାଇବା ବିଳମ୍ବ ହେବ । ଛାତ୍ରଛାତ୍ରୀ ମାନେ ଆଶାନୁରୂପ ଫଳ ପ୍ରାପ୍ତି କରିବେ ନାହିଁ ।

 

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ 

ଯୋଗାଯୋଗ - ୮୨୪୯୮୨୬୬୮୨

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.