ଦିନଟି ଉତ୍ତମ ଫଳ ପ୍ରଦାନ କରିବ, ଧନଧାନ୍ୟରେ ବୃଦ୍ଧି ଘଟିପାରେ

Published By : Prameya-News7 Bureau | May 02, 2024 IST

ମେଷ- ଟଙ୍କା ସମ୍ବନ୍ଧୀୟ ଚିନ୍ତା ଦୂର ହେବ,  ଅଟକି ରହିଥିବା ଅର୍ଥ ମିଳିବ । କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ ରହିବ । ପରିବାରରେ ବିଚ୍ଛିନ୍ନତା ପରିସ୍ଥିତି ସୃଷ୍ଟି ହୋଇପାରେ । ପୈତୃକ ସମ୍ପତ୍ତି ସମ୍ବର୍ଦ୍ଧିତ ବିବାଦ ହୋଇପାରେ । ବ୍ୟବସାୟ ମଧ୍ୟମ ରହିବ। 

ବୃଷ- ଦଶମ ଚନ୍ଦ୍ର ଯୋଗୁଁ କର୍ମ ଫଳ ପ୍ରାପ୍ତି ହେବ । ଅନାବଶ୍ୟକ ଖର୍ଚ୍ଚକୁ  ନିୟନ୍ତ୍ରଣ କରନ୍ତୁ ।  ଭ୍ରମଣ ନିଶ୍ଚିନ୍ତ ଶୁଭ ଦାୟକ ହେବ । ନିଜ କଥା ଉପରେ ସଂଯମତା ରଖନ୍ତୁ । ପରିବାରର ସମର୍ଥନ ପାଇବେ । ଭାଇଭଉଣୀଙ୍କ ସମ୍ପର୍କ ନିବିଡ଼ ହେବ ।

ମିଥୁନ- ମିଥୁନ ରାଶିର ଘାତ ଚନ୍ଦ୍ର ଉଧାର ଦିଅନ୍ତୁ ନାହିଁ । ବନ୍ଧୁମାନଙ୍କ ସହ ମନୋମାଳିନ୍ୟ ଘଟିପାରେ । ନୂତନ ସ୍ଥାନକୁ ଯାଇପାରନ୍ତି। ବାଦୀୟ ପରିସ୍ଥିତି ଉପୁଜିପାରେ । ବୈବାହିକ ଜୀବନ ଜଂଜାଳମୟ ହେବ ।

କର୍କଟ- ଅଷ୍ଟମ ଚନ୍ଦ୍ର ଯୋଗୁଁ ଆର୍ଥିକ ବ୍ୟୟ ହେବ । କର୍ମ କ୍ଷେତ୍ରରେ ଏତେ ଭଲ ପ୍ରଦର୍ଶନ କରିବେ ନାହିଁ । ଶାରୀରିକ ପୀଡା ଅନୁଭବ କରିବେ  । କ୍ୟାରିୟରକୁ ନେଇ ଛାତ୍ରଛାତ୍ରୀମାନେ ଚିନ୍ତାରେ ରହିବେ। ବ୍ୟବସାୟୀ ମାନେ ଦୂର ଯାତ୍ରା କରିପାରନ୍ତି ।  

ସିଂହ- ପରିବାରରେ ସୁଖ ସମ୍ମାନ ଲାଗି ରହିବ । ଲାଗି ରହିଥିବା କାର୍ଯ୍ୟ ସମ୍ପୂର୍ଣ ହେବ । ଶାରୀରିକ ଓ ମାନସିକ ଖୁସି ମିଳିବ । ନୂତନ କାର୍ଯ୍ୟର ଆରମ୍ଭ ମଧ୍ୟ କରିବେ । ସ୍ବାସ୍ଥ୍ୟରେ କିଞ୍ଚିତ ସମସ୍ୟା ଦେଖାଦେବ । ପତ୍ନୀଙ୍କ ସହ ମନୋମାଳିନ୍ୟ ହେବାର ସମ୍ଭାବନା ରହିଛି ।

କନ୍ୟା- ହଠାତ୍ ଆର୍ଥିକ ଲାଭ ହୋଇପାରେ । ନିବେଶ ପାଇଁ ଦିନଟି ଉତ୍ତମ ରହିବ । କୌଣସି ପୁରୁଣା ସମସ୍ୟାର ସମାଧାନ ହେବ । ବ୍ୟବସାୟରେ ଏକ ବଡ ଅଫର୍ ମିଳିପାରେ । ପରିବାର ସହିତ ସୁଖ ଏବଂ ଶାନ୍ତି ଅନୁଭବ କରିବେ ।

ତୁଳା- କର୍ମରେ ଆପଣଙ୍କୁ ମଧ୍ୟମ ଫଳ ପ୍ରାପ୍ତି ଯୋଗ ରହିଛି । ଅଯଥା ଖର୍ଚ୍ଚାନ୍ତ ହୋଇ ପାରନ୍ତି । ଶତ୍ରୁଙ୍କ ଠାରୁ ଦୂରତା ରକ୍ଷା କରନ୍ତୁ ।  ନିବେଶ ପାଇଁ ଦିନଟି ଉତ୍ତମ ରହିଛି । ବିଦ୍ୟାର୍ଥୀମାନଙ୍କୁ ପ୍ରଶଂସା ମିଳିପାରେ । ଆଲୋଚନା ଓ ପର୍ଯ୍ୟଲୋଚନାର ଶିକାର ମଧ୍ୟ ହୋଇପାରନ୍ତି।

ବିଛା-  କୃଷ ପକ୍ଷରେ ଚତୁର୍ଥ ଚନ୍ଦ୍ର ଶୁଭ ଫଳ ପ୍ରଦାନ କରନ୍ତୁ । ଦିନଟି ବ୍ୟସ୍ତତା ଭିତରେ କାଟିବେ  । କର୍ମ ଚଞ୍ଚଳ ରହିବେ। ଜୀବନସାଥୀଙ୍କ ସଂପୂର୍ଣ୍ଣ ସହଯୋଗ ମିଳିବ । ସ୍ଵାସ୍ଥ୍ୟଗତ ସମସ୍ୟା କିଛି ଦେଖା ଦେଇପାରେ । ବ୍ୟବସାୟରେ ଉନ୍ନତି ହେବ । ବିଦ୍ୟାର୍ଥୀମାନେ ସଙ୍କୋଚରେ ରହିବେ । 

ଧନୁ- ସର୍ବକର୍ଯ୍ୟରେ ସିଦ୍ଧି ଘଟିବ । ଉଚ୍ଚ ସମ୍ମାନ ପ୍ରାପ୍ତ କରିବେ । ଦିନଟି ଆପଣଙ୍କୁ ଉତ୍ତମ ଫଳ ପ୍ରଦାନ କରିବ । ଧନଧାନ୍ୟରେ ବୃଦ୍ଧି ଘଟି ପାରେ । ବ୍ୟବସାୟୀଙ୍କ ପାଇଁ ଦିନଟି ବିଶେଷ ଶୁଭ ଦାୟକ ରହିଛି । ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ନୂଆ ସ୍ଥାନ ପ୍ରାପ୍ତି ହୋଇପାରେ  ।

ମକର- ଦିନଟି ଏତେ ଭଲ ଫଳ ପ୍ରଦାନ କରିବ ନାହିଁ । ମନ ବ୍ୟକୁଳିତ ରହିବ । ସନ୍ତାନର ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତାରେ ରହିବେ । ଦୁରସ୍ଥାନକୁ ଯାତ୍ରା କରିବେ । ଖର୍ଚ୍ଚ ଭାର ଅଧିକ ହୋଇପାରେ । କାର୍ଯ୍ୟ ବିଳମ୍ବରେ ସମ୍ପାଦିତ ହେବ ।

କୁମ୍ଭ- ସର୍ବକାର୍ଯ୍ୟରେ ସିଦ୍ଧି ଘଟିବ । ଦିନଟି ଆପଣଙ୍କୁ ଉତ୍ତମ ଫଳ ପ୍ରଦାନ କରିବ । ଧନଧାନ୍ୟରେ ବୃଦ୍ଧି ଘଟି ପାରେ । ବ୍ୟବସାୟୀଙ୍କ ପାଇଁ ଦିନଟି ବିଶେଷ ଶୁଭ ଦାୟକ ରହିଛି । ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ନୂଆ ସ୍ଥାନ ପ୍ରାପ୍ତି ହୋଇପାରେ  ।

ମୀନ- ଘାତ ଚନ୍ଦ୍ର ଯୋଗୁଁ ହଠାତ୍ କ୍ଷତିରେ ପଡ଼ିପାରନ୍ତି । ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଦରକାର । ଚାକିରି କ୍ଷେତ୍ରରେ ସାମାନ୍ୟ ଆରାମ ମିଳିବ । ମନକୁ କଷ୍ଟ ଦେଲା ଭଳି କିଛି କଟୁ କଥା ଶୁଣିପାରନ୍ତି । ଜୀବନ ସାଥିଙ୍କ ସହ ଉତ୍ତମ ସମୟ ଅତିବାହିତ ହେବ ।

 

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ 

ଯୋଗାଯୋଗ – ୮୨୪୯୮୨୬୬୮୨

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.