ଜୟପୁର ଓ କୋଟପାଡ଼ରେ ପୋଷ୍ଟାଲ ବାଲଟ୍ ମତଦାନ ଆରମ୍ଭ

Published By : Prameya-News7 Bureau | May 04, 2024 IST

ବୋରିଗୁମ୍ମା ୪।୫: ଚଳିତ ସାଧାରଣ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ଆସନ୍ତା ୧୩ ତାରିଖରେ ମତଦାନ ହେବ । ଏଥିପାଇଁ ଶନିବାର ଜୟପୁର ନିର୍ବାଚନ ମଣ୍ଡଳୀ ଏବଂ କୋଟପାଡ଼ ନିର୍ବାଚନ ମଣ୍ଡଳୀରେ ହୋମ୍ ଭୋଟିଂ ବା ପୋଷ୍ଟାଲ ବାଲଟ୍ ମତଦାନ ଆରମ୍ଭ ହୋଇଛି । ବିଧାନସଭା ଏବଂ ଲୋକସଭା ଆସନ ପାଇଁ ୮୫ ବର୍ଷ ବୟସରୁ ଉର୍ଦ୍ଧ୍ବ ବୃଦ୍ଧବୃଦ୍ଧା, ଭିନ୍ନକ୍ଷମ ବା ଶଯ୍ୟାଶାୟୀଙ୍କ ପାଇଁ ହୋମ୍ ଭୋଟିଂ ବା ପୋଷ୍ଟାଲ ବାଲଟ୍ ମତଦାନ ଆରମ୍ଭ ହୋଇଛି । 

କୋଟପାଡ଼ ନିର୍ବାଚନ ମଣ୍ଡଳୀର ୧୨ ଗୋଟି ପଞ୍ଚାୟତ ଏବଂ ବୋରିଗୁମ୍ମାର ୧୯ ଗୋଟି ପଞ୍ଚାୟତର ମୋଟ୍ ୪୫ ଜଣ ଭିନ୍ନକ୍ଷମ ନିଜ ମତଦାନ କରିଛନ୍ତି । ଶନିବାର ସକାଳୁ ୮ ଘଣ୍ଟା ଠାରୁ ଆରମ୍ଭ କରି ଦିନ ୧ ଘଣ୍ଟା ପର୍ଯ୍ୟନ୍ତ ୭ ଗୋଟି ଟିମ୍ ପୋଲିଂ ଅଫିସର, ପ୍ରିଜାଇଡିଂ ଅଫିସର, ପୋଲିସ ବିଭିନ୍ନ ପଞ୍ଚାୟତକୁ ଯାଇ ଭିନ୍ନକ୍ଷମଙ୍କ ଘରୁ ମତଦାନ କରାଇଥିଲେ । ସରକାରଙ୍କ ଏଭଳି ହାତ ପାଆନ୍ତାରେ ହୋମ୍ ଭୋଟିଂ ପାଇଁ ଭିନ୍ନକ୍ଷମ ବୃଦ୍ଧବୃଦ୍ଧା ଖୁବ୍ ଖୁସି ହୋଇଛନ୍ତି ।

You Can Read :

ଆସନ୍ତା ସପ୍ତାହରେ ଆସିବେ ପ୍ରଧାନମନ୍ତ୍ରୀ, ୧୦ରେ ଭୁବନେଶ୍ବରରେ ରୋଡ୍ ଶୋ’

  • odisha
  • OdishaNews
  • Lok Sabha Election 2024
  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.