ଭୂମି କ୍ରୟ କରିବା ପାଇଁ ଦିନଟି ଅତ୍ୟନ୍ତ ଶୁଭ ରହିଛି, ପୁଞ୍ଜି ନିବେଶରୁ ମଧ୍ୟ ଲାଭ ମିଳିପାରେ ଏହି ରାଶିର ବ୍ୟକ୍ତିଙ୍କୁ

Published By : Prameya-News7 Bureau | May 03, 2024 IST

ମେଷ- କାର୍ଯ୍ୟ କ୍ଷେତ୍ରରେ ସଫଳତା ଅର୍ଜନ କରିବେ । ଜୀବନସାଥୀଙ୍କ  ସହିତ ଏକ ଭଲ ସମୟ ଅତିବାହିତ କରିବେ । ଜୀବିକା କ୍ଷେତ୍ରରେ ଅଗ୍ରଗତି କରିବେ । ନୂତନ ପ୍ରେମରେ ପଡ଼ିପାରନ୍ତି । ସ୍ୱାସ୍ଥ୍ୟ ମଧ୍ୟମ ହେବ, ବ୍ୟବସାୟ ଦୃଷ୍ଟିକୋଣରୁ ଦିନଟି ବହୁତ ଭଲ । 

ବୃଷ- ସୁଖ ସମ୍ମାନ ଲାଭ ହେବ । ଭାବପ୍ରବଣ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । ପିଲାମାନଙ୍କର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଛାତ୍ରମାନଙ୍କ ପାଇଁ ସମୟ ଭଲ ରହିବ । ସ୍ୱାସ୍ଥ୍ୟ ମଧ୍ୟମ ରହିବ । ବ୍ୟବସାୟ ଦୃଷ୍ଟିକୋଣରୁ ସମୟ ବହୁତ ଭଲ ରହିବ ।

ମିଥୁନ- ଆଳସ୍ୟ ଯୋଗୁଁ ଅସୁବିଧାରେ ପଡ଼ିବେ । ଶତ୍ରୁମାନଙ୍କ ଉପରେ ଭାରି ହେବେ । ସାମାନ୍ୟ ଶାରୀରିକ ସମସ୍ୟା ଦେଖାଦେବ । ସ୍ୱାସ୍ଥ୍ୟ ମଧ୍ୟମ ରହିବ । ବ୍ୟବସାୟ ଦୃଷ୍ଟିକୋଣରୁ ସମୟ ଠିକ୍ ରହିବ । ଛାତ୍ର ଛାତ୍ରୀ ମାନେ ଅମନଯୋଗୀ ହେବେ ।

କର୍କଟ- କାର୍ଯ୍ୟ ହାନି ଘଟିବ। ଜମି, ନିର୍ମାଣ, ଯାନ କ୍ରୟ ସମ୍ଭବ ହେବ । ସ୍ୱାସ୍ଥ୍ୟ ଉତ୍କୃଷ୍ଟ ରହିବ । ବ୍ୟବସାୟ ମଧ୍ୟମ ଗତିରେ ଚାଲିବ। ଘରୋଇ ବିବାଦରୁ ଦୂରେଇ ରୁହନ୍ତୁ । ପ୍ରେମ ସମ୍ପର୍କରେ ଦୃଢ଼ତା ଆସିବ । ଚାକିରି କ୍ଷେତ୍ରରେ ମନୋମତାନ୍ତର ହୋଇପାରେ ।

ସିଂହ- ସମ୍ମାନ ପ୍ରାପ୍ତିର ଯୋଗ ରହିଛି । ନିଜେ ଶକ୍ତିଶାଳୀ ରହିବେ।  ବୃତ୍ତିଗତ ଭାବରେ ଏକ ଉତ୍ତମ କାର୍ଯ୍ୟ କରିବାକୁ ଆଗ୍ରହୀ ହେବ । ସ୍ୱାସ୍ଥ୍ୟ ଭଲ ରହିବ । ବ୍ୟବସାୟ ଦୃଷ୍ଟିକୋଣରୁ ସମୟ ଭଲ । ପ୍ରେମ ସମ୍ପର୍କ ଦୃଢ଼ ହେବ । ବିଦ୍ୟାର୍ଥୀ ଲାଭବାନ ହେବେ ।

କନ୍ୟା- ପରିଶ୍ରମ ଅଧିକ ରହିବ । ନିଜ ବକ୍ତବ୍ୟକୁ ନିୟନ୍ତ୍ରଣ କରନ୍ତୁ ।  ସ୍ୱାସ୍ଥ୍ୟବାସ୍ଥା ଉତ୍ତମ ରହିବ । ପ୍ରେମ ସମ୍ପର୍କରେ ଉନ୍ନତି ଆସିବ । ବ୍ୟବସାୟିକ ଦୃଷ୍ଟିକୋଣରୁ ଏହି ସମୟ ବହୁତ୍ ଭଲ । ଭ୍ରମଣର ଯୋଗ ରହିଛି । ବିଦ୍ୟାର୍ଥୀ ମାନେ ପରିଶ୍ରମୀ ହେବେ ।

ତୁଳା- ଶରୀର ପୀଡ଼ା ପରି ସମସ୍ୟା ଦେଖାଦେବ । ଠକାମୀର ଶିକାର ହୋଇପାରନ୍ତି । ପ୍ରାତଃରୁ ଇଶ୍ବରଙ୍କୁ ପ୍ରାର୍ଥନା କରି କାର୍ଯ୍ୟ ଆରମ୍ଭ କରନ୍ତୁ । ଯକୃତ ଜନିତ ସମସ୍ୟା ଦେଖା ଦେଇପାରେ । ବ୍ୟବସାୟରେ ଲାଭ କ୍ଷତି ସମାନ ହେବ ।

ବିଛା- ସେବା ପୂଜାରେ ମନୋନିବେଶ କରିବେ । କିଛି ଧାର୍ମିକ କାର୍ଯ୍ୟରେ ଟଙ୍କା ଖର୍ଚ୍ଚ ହେବ । ଚାକିରିରେ ପଦୋନ୍ନତି ହେବାର ସମ୍ଭାବନା ଅଛି । ଜୀବନସାଥୀଙ୍କ ସହିତ ସମ୍ପର୍କ ଭଲ ହେବ । ଅତ୍ୟଧିକ ପରିଶ୍ରମ ସ୍ୱାସ୍ଥ୍ୟକୁ ନଷ୍ଟ କରିପାରେ ।

ଧନୁ- ଦିନଟି ଅତି ଉତ୍ତମ ଫଳ ପ୍ରଦାନ କରିବ । ଧନଧାନ୍ୟରେ ବୃଦ୍ଧି ଘଟିପାରେ । ବ୍ୟବସାୟୀଙ୍କ ପାଇଁ ଦିନଟି ବିଶେଷ ଶୁଭ ଦାୟକ ରହିଛି । ଚାକିରି ଖୋଜୁଥିବା ବ୍ୟକ୍ତି ଙ୍କୁ ନୂଆ ସ୍ଥାନ ପ୍ରପ୍ତିଭୋଇ ପାରେ  । ବିଦ୍ୟାର୍ଥୀ ମାନେ ଖୁସି ଖବର ପାଇବେ ।

ମକର-  ମାଲିମାକୋଦ୍ଦମରେ ଜୟଯୁକ୍ତ ହେବେ । କିଛି କାର୍ଯ୍ୟ କୁ ହାସଲ   କରିବା ପାଇଁ ପ୍ରତୀକ୍ଷା କରିବାକୁ ପଡ଼ି ପାରେ । ଭୂମି କ୍ରୟ କରିବା ପାଇଁ ଦିନଟି ଅତ୍ୟନ୍ତ ଶୁଭ ରହିଛି । ପୁଞ୍ଜି ନିବେଶ କରିବା ପାଇଁ ମଧ୍ୟ ଶୁଭଦୟକ ସାବ୍ୟସ୍ତ ହେବ । 

କୁମ୍ଭ- ପରିବାର ସହ କିଛି ବିଶେଷ ଆଲୋଚନା କରିବେ ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । କାର୍ଯ୍ୟ କ୍ଷେତ୍ରରେ ଗୁରୁଜନଙ୍କ ସହାୟତା ମିଳିବ । ନିଜ ଆତ୍ମବିଶ୍ୱାସ ଯୋଗୁଁ ନୂତନ କାର୍ଯ୍ୟ ସଫଳ ହେବ । ମନରେ ସାମାନ୍ୟ ଦ୍ୱେଷ ଦେଖା ଦେଇପାରେ ।

ମୀନ- କିଛି ମୂଲ୍ୟବାନ ଜିନିଷ ନଷ୍ଟ ହେବ ସ୍ବାସ୍ଥ୍ୟ ପ୍ରତି ଯତ୍ନ ବାନ ହେବା ଦରକାର । ଚାକିରି କ୍ଷେତ୍ରରେ ସାମାନ୍ୟ ଆରାମ ମିଳିବ । ମନକୁ କଷ୍ଟ ଦେଲା ଭଳି କିଛି କଟୁ କଥା ଶୁଣିପାରନ୍ତି । ଜୀବନସାଥୀଙ୍କ ସହ ଉତ୍ତମ ସମୟ ଅତିବାହିତ ହେବ ।


ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକଯାଜପୁର 

ଯୋଗାଯୋଗ - 8249826682

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.