ଜଳିଗଲା ପୂରା ଫଳ ମାର୍କେଟ, ନିମିଷକେ ଧ୍ବଂସ ହୋଇଗଲା ଏକାଧିକ ଦୋକାନ

NEWS7
know-your-horoscope-for-saturday-7th-june-2025

ବଲାଙ୍ଗୀର: ଚାହୁଁ ଚାହୁଁ ଜଳିଗଲା ପୂରା ଫଳ ମାର୍କେଟ। ନିମିଷକେ ଧ୍ବଂସ ହୋଇଗଲା ଏକାଧିକ ଦୋକାନ। ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ। ସୋମବାର ବଲାଙ୍ଗୀର ସହରର ପୁରୁଣା ସରକାରୀ ବସଷ୍ଟାଣ୍ଡ ଠାରେ ଥିବା ଫଳ ମାର୍କେଟରେ ନିଆଁ ଲାଗି ଜଳିଯାଇଛି ସମସ୍ତ ଦୋକାନ। ଦୀର୍ଘ ସମୟ ପରେ ନିଆଁକୁ ଆୟତ୍ତ କରାଯାଇଥିବାବେଳେ। ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଛି।

ସୂଚନା ଅନୁସାରେ, ସୋମବାର ମଧ୍ୟାହ୍ଣରେ ମାର୍କେଟରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ମାତ୍ର ୫ ମିନିଟ ଭିତରେ ମାର୍କେଟର ସବୁ ଦୋକାନକୁ କବଳିତ କରିନେଇଥିଲା। ଆଉ ନିଆଁରେ ଜଳିପୋଡ଼ି ପ୍ରାୟ ସବୁ ଦୋକାନ ପାଉଁଶ ହୋଇଯାଇଛି। ଦୋକାନୀମାନେ ଦିନରେ ରୋଜଗାର କରିଥିବା ଟଙ୍କା ମଧ୍ୟ ପୋଡ଼ି ନଷ୍ଟ ହୋଇଯାଇଛି। ସେହିଭଳି ଏଠାରେ ଥିବା ଦୁଇଟି ବାଇକ ଜଳି ଛାର ଖାର ହୋଇଯାଇଛି।

ତେବେ ଘଟଣାସ୍ଥଳରେ ଥିବା ଦୋକାନୀ ଏବଂ ଲୋକେ ପ୍ରାଣ ବିକଳରେ ବାହାରକୁ ଧାଇଁ ଆସିଥିଲେ। ଫଳରେ କୌଣସି ଜୀବନ ହାନି ହୋଇନାହିଁ। ଖବର ପାଇଁ ଅଗ୍ନିଶମ ବାହିନୀର ୩ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ବଲାଙ୍ଗୀର ଜିଲ୍ଲାପାଳ ଏସପି ଘଟଣାସ୍ଥଳରେ ପହଞ୍ଚି ତଦାରଖ କରିଥିଲେ। ଏହାପରେ ଫଳ ମାର୍କେଟ ଅଞ୍ଚଳକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ସେପଟେ ଫଳ ଦୋକାନୀ ଜାତୀୟ ରାଜପଥ ଅବରୋଧ କରି କ୍ଷତିପୂରଣ ଦାବି କରିଛନ୍ତି।