ମେଷ- ବନ୍ଧୁଙ୍କ ସାହାଯ୍ୟ ସହଯୋଗ ମିଳିବ। କୌଣସି ବ୍ୟବସାୟିକ କାରବାରରୁ ଅର୍ଥ ଉପକୃତ ହେବ | ଅଫିସରେ ସହକର୍ମୀଙ୍କ ସମର୍ଥନ ପାଇବେ। ପାରିବାରିକ ବିବାଦ ସମାପ୍ତ ହେବ । ରୋଗୀମାନେ ସ୍ବାସ୍ଥ୍ୟର ବିଶେଷ ଯତ୍ନ ନେବା ଉଚିତ୍।
ବୃଷ- ମନରେ ଉତ୍ଥାନ-ପତନ ହେବ। ଧର୍ଯ୍ୟ ବଜାୟ ରଖିବାକୁ ଚେଷ୍ଟା କରନ୍ତୁ। ଶିକ୍ଷାଗତ ଏବଂ ଅନୁସନ୍ଧାନ କାର୍ଯ୍ୟ ପାଇଁ ଅନ୍ୟ କିଛି ସ୍ଥାନକୁ ଯାଇପାରନ୍ତି। ପରିବାରଠାରୁ ଦୂରରେ ରହିବାକୁ ପଡ଼ିପାରେ। ପରିଶ୍ରମ ଅଧିକ ହେବ।
ମିଥୁନ- ସମ୍ମାନ ହାନି ଘଟିବ । ଅଜଣା ବ୍ୟକ୍ତିଙ୍କ ପାଇଁ ଠକାମୀର ଶିକାର ହୋଇପାରନ୍ତି। ଧନ ଲାଭର ଯୋଗ ମଧ୍ୟ ରହିଛି। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଆଳସ୍ୟରେ କଟିବ। ଦିନଟି ଉତ୍ତମ ଫଳ ପ୍ରଦାନ କରିବ ନାହିଁ।
କର୍କଟ- ଦିନଟିରେ ଶତ୍ରୁ ଭୟ ରହିବ। ଅଦରକାରୀ କାର୍ଯ୍ୟକଳାପରେ ସମୟ ଏବଂ ଶକ୍ତି ନଷ୍ଟ କରନ୍ତୁ ନାହିଁ। ତୁମର ନିଷ୍ପତ୍ତି ଉପରେ ଉପଯୁକ୍ତ ଧ୍ୟାନ ଦିଅ। ନିବେଶ ପାଇଁ ଦିନଟି ଭଲ ରହିଛି।
ସିଂହ- କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ। ନୂତନ କର୍ମ ସଂସ୍ଥାନ ପାଇଁ ଆଗ୍ରହୀ ହେବେ | ଶିକ୍ଷାଗତ କାର୍ଯ୍ୟ ପାଇଁ ବିଦେଶ ଯିବାର ସମ୍ଭାବନା ଅଛି। ପତି-ପତ୍ନୀଙ୍କଠାରୁ ଅଲଗା ହେବାର ପରିସ୍ଥିତି ସୃଷ୍ଟି ହୋଇପାରେ।
କନ୍ୟା- କର୍ମକ୍ଷେତ୍ରରେ ବିରୋଧାଭାବ ଦେଖା ଦେବ। ନିଜ ବ୍ୟବହାରରେ ସଂଯମତା ରକ୍ଷା କରନ୍ତୁ। ପରିବାର ଲୋକଙ୍କ ଠାରୁ ଖୁସିର ବାର୍ତ୍ତା ମିଳିବ। ବ୍ୟବସାୟରେ ଏତେ ଲାଭ ହେବ ନାହିଁ। ପାରିବାରିକ ସମ୍ପର୍କ ସୁଦୃଢ଼ ହେବ।
ତୁଳା- ଆଶାନୁରୂପ ଅର୍ଥ ପ୍ରାପ୍ତିର ଯୋଗ ରହିଛି। ଲାଗି ରହିଥିବା ସମସ୍ୟାର ସମୂଳ ସମାଧାନ ହେବ । ରାଜନୈତିକ କ୍ଷେତ୍ରଟି ବହୁତ ଶୁଭ ଦାୟକ ରହିଛି। ଜମିବାଡ଼ି ସମ୍ପର୍କିତ କିଛି ଅସୁବିଧା ଦେଖାଯିବ। ନିବେଶ ପାଇଁ ଦିନଟି ଅନୁକୂଳ ରହିଛି। ଛାତ୍ରଛାତ୍ରୀମାନେ ଉପକୃତ ହେବେ।
ବିଛା- ଗୃହରେ ସୁଖ ସମ୍ମାନ ପ୍ରାପ୍ତି ହେବ। ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟରେ ମନୋନିବେଶ କରିବେ। କର୍ମ କ୍ଷେତ୍ରରେ କିଛି ଲାଭଦାୟକ ପ୍ରୟାସ କରିବେ। ବ୍ୟବସାୟୀଙ୍କ ପାଇଁ ରୋଜଗାରର ନୂଆ ପନ୍ଥା ଦେଖାଯିବ।
ଧନୁ- ଭକ୍ତି ଭାବରେ ଦିନଟି କଟିବ। ସେବା ପୂଜାରେ ମନୋନିବେଶ କରିବେ। ବ୍ୟବସାୟୀମାନେ ରିସ୍କ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। ଛାତ୍ରଛାତ୍ରୀମାନଙ୍କ ପାଇଁ ବହୁ ପରିଶ୍ରମ ଲଘୁକ୍ରିୟା। ରୋଜଗାରର ନୂଆ ପନ୍ଥା ମିଳିବ।
ମକର- ମକର ରାଶି ପାଇଁ ଘାତ ଚନ୍ଦ୍ର । ଗୃହରେ ଲାଗି ରହିଥିବା ସମସ୍ୟାର ସମାଧାନ ଖୋଜିବେ। ସନ୍ତାନଙ୍କ ସହ ସମୟ ଅତିବାହିତ କରିବେ। ଯାତ୍ରା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ବ୍ୟବସାୟୀଙ୍କ ପାଇଁ ଦିନଟି ମଧ୍ୟମ ଫଳ ପ୍ରଦାନ କରିବ।
କୁମ୍ଭ- କାର୍ଯ୍ୟ କ୍ଷେତ୍ରରେ ବିଶେଷ ସହାୟତା ମିଳିବ। ବନ୍ଧୁ ମିଳନର ଯୋଗ ରହିଛି। ନିଜ ପରାକ୍ରମ ବଳରେ ଶତ୍ରୁଙ୍କୁ ପରାସ୍ତ କରିବାର କ୍ଷମତା ରଖିବେ। ପରିବାରରେ ସୁଖ ଶାନ୍ତି ଲାଗି ରହିବ। ଛାତ୍ରଛାତ୍ରୀମାନେ ବିଶେଷ ଭାବେ ଉପକୃତ ହେବେ ।
ମୀନ- ଲୁଚି ରହିଥିବା ଦକ୍ଷତାର ପରିପ୍ରକାଶ ହେବ। ଯଶ ହାନି ଘଟିବାର ସମ୍ଭାବନା ରହିଛି। ପଡ଼ୋଶୀଙ୍କ ସହ ମତଭେଦ ହୋଇ ପରେ । ପିତା ମାତାଙ୍କ ସେବାରେ ସମୟ ଅତିବାହିତ ହେବ। ବ୍ୟବସାୟରେ ଅର୍ଥ ଫେରି ପାଇବା ବିଳମ୍ବ ହେବ। ଛାତ୍ରଛାତ୍ରୀମାନେ ଆଶାନୁରୂପ ଫଳ ପ୍ରାପ୍ତି କରିବେ ନାହିଁ ।
ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ
ଯୋଗାଯୋଗ – 8249826682