ସିଂହ ରାଶି ବ୍ୟକ୍ତି ନୂଆ ଯୋଜନା ଉପରେ କାମ ଆରମ୍ଭ କରିବେ, ରାଜନୈତିକ କିମ୍ବା ସାମାଜିକ କାର୍ଯ୍ୟରେ ଲୋକପ୍ରିୟତା ମିଳିପାରେ

Published By : Prameya-News7 Bureau | August 14, 2025 IST

ମେଷ- କୌଣସି ଗୁପ୍ତ ଖବର ମିଳିପାରେ। ଅନ୍ୟମାନଙ୍କ ସହ ମତଭେଦ ହେବା ସମ୍ଭାବନା ରହିଛି। ଋଣ ଚିନ୍ତା କମିପାରେ। ପୁରୁଣା କାମ ସଫଳ ହେବ। ସ୍ୱାସ୍ଥ୍ୟ ଠିକ ରହିବ। 

ବୃଷ- ପ୍ରେମ ସମ୍ପର୍କରେ ନୂଆ ଆଶା ଜନ୍ମ ନେବ। ବ୍ୟବସାୟରେ ଲାଭ ମିଳିପାରେ। ବନ୍ଧୁଙ୍କ ସହ ସାଥ ରହିବ । ପ୍ରତିଯୋଗିତାରେ ସଫଳତା ମିଳିପାରେ। ମନ ଶାନ୍ତ ରହିବ। ଦିନ ମଧ୍ୟମ ହେବା ସମ୍ଭାବନା ।

ମିଥୁନ- ନିଯୁକ୍ତି ଓ ଚାକିରିରେ ନୂଆ ସୁଯୋଗ ମିଳିପାରେ। ବଡ଼ ଲୋକଙ୍କ ସହ ଯୋଗାଯୋଗ ବଢ଼ିପାରେ । ମନ ଆଳସ୍ୟ ରହିପାରେ। ବଡ଼ ନିଷ୍ପତ୍ତି ନେବାରେ ସତର୍କ ରୁହନ୍ତୁ। ସାବଧାନରେ ଚାଲନ୍ତୁ, ଦୁର୍ଘଟଣା ଯୋଗ ଅଛି।

କର୍କଟ- ଧନ ଲାଭ ଓ ଯାତ୍ରା ଯୋଗ ରହିଛି। ବାହାରେ କାମ କରିଥିବା ଲୋକ ପାଇଁ ଦିନ ଭଲ। ବୃଦ୍ଧି ଓ ସମ୍ମାନ ମିଳିପାରେ। ପିଲାମାନଙ୍କୁ ନେଇ ଚିନ୍ତା କମିପାରେ। ମନ ଖୁସି ରହିବ। ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିପାରେ ।

ସିଂହ- ନୂଆ ଯୋଜନା ଆରମ୍ଭ ହେବାର ସମ୍ଭାବନା ରହିଛି। ରାଜନୈତିକ କିମ୍ବା ସାମାଜିକ କାର୍ଯ୍ୟରେ ଲୋକପ୍ରିୟତା ମିଳିପାରେ । ନିଜ ମନରୁ ଶକ୍ତି ମିଳିବ । ଶତ୍ରୁ ଦୁର୍ବଳ ହେବେ । ଅନ୍ୟମାନଙ୍କୁ ନେଇ ସତର୍କ ରୁହନ୍ତୁ।

କନ୍ୟା- ଧାର୍ମିକ କାର୍ଯ୍ୟରେ ମନ ଲାଗିବ। ପ୍ରେମ ସମ୍ପର୍କରେ ଭୁଲ ବୁଝାମଣା ହେଇପାରେ । ଆର୍ଥିକ ଅବସ୍ଥା ସଧାରଣ ରହିବ। ନିଜ ପାଇଁ ସମୟ ଦିଅନ୍ତୁ। ବୃଦ୍ଧି ପାଇଁ ସହଯୋଗ ମିଳିପାରେ ।

ତୁଳା- ଅଧିକ ଖର୍ଚ୍ଚ ହେବ । ବୃଦ୍ଧି ଓ ସଫଳତା ମିଳିପାରେ । ନିଜ ଲୋକଙ୍କ ଠାରୁ ସାହାଯ୍ୟ ମିଳିପାରେ । ଅନାବଶ୍ୟକ କଥାରୁ ଦୂରେ ରୁହନ୍ତୁ ।

ବିଛା- ଅନାପେକ୍ଷିତ ଲାଭ ହେବାର ସମ୍ଭାବନା । ଜମି ଘର ନିମନ୍ତେ କିଛି ନିଷ୍ପତ୍ତି ହେବ। ବ୍ୟବସାୟରେ ସୁଖଦ ଫଳ ମିଳିପାରେ। ଅଭିଯୋଗ କିମ୍ବା ଅସୁଯୋଗ ହେବା ସମ୍ଭାବନା ରହିଛି । ବିନା କାରଣ ମୁହଁ ଖୋଲିବା ଠିକ୍ ନୁହେଁ ।

ଧନୁ- ଯାତ୍ରା ଓ ଶିକ୍ଷା ସମ୍ବନ୍ଧୀୟ କାମରେ ଗତି ଆସିବ । ଅନ୍ୟମାନଙ୍କୁ ମନ ଖୋଲି କହିବା ଦ୍ୱାରା ସମସ୍ୟା କମିବ। ଅଭିଜ୍ଞତା ବଢ଼ିବ । ବଡ଼ ଲୋକଙ୍କ ସହଯୋଗ ମିଳିବା ଯୋଗ ଅଛି । ନିଜ ଉଦ୍ୟମରେ ଶ୍ରେଷ୍ଠତା ଆସିପାରେ ।

ମକର- କାମରେ ଅଧିକ ଦାୟିତ୍ୱ ମିଳିପାରେ। ସମୟ ଅନୁସାରେ ନିଷ୍ପତ୍ତି ନେବା ଦରକାର। ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ। ନିଜ ମାନସିକ ଶକ୍ତିକୁ ବଢ଼ାନ୍ତୁ ।

କୁମ୍ଭ- ସାମାଜିକ ଓ ବ୍ୟବସାୟ ଜୀବନରେ ସଫଳତା ମିଳିପାରେ। ମନ ଖୁସି ରହିବ। ଶ୍ରମର ସଫଳତା ଦେଖିପାରିବେ। ବଡ଼ କାମରେ ନିଜ ଉଦ୍ୟମ ଫଳ ଦେବ। ବୃଦ୍ଧ ଲୋକଙ୍କ ଶୁଭ ଆଶୀର୍ବାଦ ମିଳିପାରେ।

ମୀନ- ଆର୍ଥିକ ଲାଭ ଓ ମାନସିକ ସମାଧାନ ମିଳିପାରେ। ଅନ୍ୟମାନଙ୍କ ସହ ସମ୍ପର୍କ ଭଲ ହେବ। କିଛି ନୂଆ ଶିଖିବା ଯୋଗ ରହିଛି। ଦିନ ଶୁଭ ରହିବ । ଉତ୍ସାହ ଓ ଧୈର୍ଯ୍ୟରେ କାମ କରନ୍ତୁ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ 

ଯୋଗାଯୋଗ – 8249826682

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.