LIVE TV

ବିରାଟଙ୍କ ପରେ ସୂର୍ଯ୍ୟ କୁମାରଙ୍କ ସହ ଭିଡିଓରେ ନଜର ଆସିଲେ ଅବନୀତ, ଫ୍ୟାନ୍ସ ହେଲେ ତାଜୁବ

NEWS7
know-what-is-sickle-cell-disease-and-its-treatment

ନୂଆଦିଲ୍ଲୀ ୨୦।୧୦; ଭାରତୀୟ କ୍ରିକେଟ୍ର ସୂର୍ଯ୍ୟକୁମାର ଯାଦବ। ଏସିଆ କପ୍‌ରେ ସଫଳତା ପରେ ଉଜ୍ଜୟିନୀର ମହାକାଳେଶ୍ୱର ମନ୍ଦିରରେ ପହଞ୍ଚି ସନ୍ଧ୍ୟା ଆଳତୀରେ ଅଂଶଗ୍ରହଣ କରିଥିଲେ। ତାଙ୍କ ସହ ତାଙ୍କ ପତ୍ନୀ ଦେବୀଶା ଶେଟ୍ଟୀ ମଧ୍ୟ ଉପସ୍ଥିତ ଥିଲେ। ଏହି ଘଟଣାର ଏକ ଭିଡିଓ କ୍ରିକେଟର ଇନଷ୍ଟାଗ୍ରାମରେ ପ୍ରଶଂସକମାନଙ୍କ ସହ ସେୟାର କରିଥିଲେ। ଯେଉଁଥିରେ ପ୍ରଶଂସକମାନଙ୍କ ନଜର ଅଭିନେତ୍ରୀ ଅବନୀତ କୌରଙ୍କ ଉପରେ ପଡିଥିଲା। ଅବନୀତ ନିଜ ଜନ୍ମଦିନ ଅବସରରେ ମହାକାଳଙ୍କ ଦର୍ଶନ ପାଇଁ ପହଞ୍ଚିଥିଲେ।

ଏହି ଭିଡିଓ ସୋସିଆଲ ମିଡିଆରେ ପୁଣିଥରେ ଚର୍ଚ୍ଚାରେ ରହିଛି। ଭାଇରାଲ ଭିଡିଓରେ ସୂର୍ଯ୍ୟକୁମାର ଯାଦବ ତାଙ୍କ ପତ୍ନୀ ଦେବୀଶାଙ୍କ ସହ ପୂର୍ଣ୍ଣ ଭକ୍ତିଭାବରେ ଭଗବାନ ଭୋଳେନାଥଙ୍କ ଦର୍ଶନ କରିଥିଲେ ଓ ତାଙ୍କର ଆଶୀର୍ବାଦ ଗ୍ରହଣ କରିଥିଲେ। ସୂର୍ଯ୍ୟକୁମାର ଓ ତାଙ୍କ ପତ୍ନୀ ସନ୍ଧ୍ୟା ଆରତୀ ସମୟରେ ମନ୍ଦିରର ନନ୍ଦୀ ହଲରେ କିଛି ସମୟ ଅତିବାହିତ କରିଥିଲେ ଓ ମହାକାଳଙ୍କର ପୂଜାର୍ଚ୍ଚନା କରିଥିଲେ।

ଏହି ଭିଡିଓ କ୍ରିକେଟର ନିଜେ ଇନଷ୍ଟାଗ୍ରାମରେ ସେୟାର କରିଥିଲେ, ଯେଉଁଥିରେ ଅବନୀତ କୌର ଗୋଲାପୀ ରଙ୍ଗର ସୁଟ୍‌ରେ ବସିଥିବା ନଜର ଆସିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଏହା ପୂର୍ବରୁ କ୍ରିକେଟର ବିରାଟ କୋହଲୀ ଅବନୀତ କୌରଙ୍କର ଏକ ବୋଲ୍ଡ ଫୋଟୋକୁ ଲାଇକ କରିଥିଲେ, ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥିଲା।