ରତ୍ନ ଅଳଙ୍କାର ଗଣତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ, ପୂର୍ବରୁ ବୈଠକ ଡ଼ାକିଛନ୍ତି ଆଇନମନ୍ତ୍ରୀ

NEWS7
know-how-to-revive-ppf-account

ପୁରୀ ୧୬/୦୨: ଆଜି ରତ୍ନଭଣ୍ଡାର ସମୀକ୍ଷା । ପୂର୍ବାହ୍ନ ୧୧ଟାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ସମୀକ୍ଷା ବୈଠକ ଅନୁଷ୍ଠିତ ହେବ । ପ୍ରଥମେ ଆଇନ ମନ୍ତ୍ରୀଙ୍କ ବୈଠକ, ପରେ ମୁଖ୍ୟମନ୍ତ୍ରୀ କରିବେ ସମୀକ୍ଷା । ତେବେ ରତ୍ନ ଅଳଙ୍କାର ଗଣତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ଦୀର୍ଘ ଦିନ ହେବ ଚର୍ଚ୍ଚା ହେଉଥିବା ରତ୍ନଭଣ୍ଡାରର ଗଣତି, ମଣତିଠୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟାବଳୀ ବାବଦରେ ସ୍ପଷ୍ଟ ନୀତି ଆସିବ । କେତେବେଳେ ଓ କେମିତି ରତ୍ନଭଣ୍ଡାର ପରିଚାଳନା ହେବ, ସେହି ନୀତିରେ ସବୁ ସୂଚନା ରହିବ । ଏ ବାବଦରେ ଏସ୍ଓପି ପ୍ରସ୍ତୁତ ସରିଛି ଯାହାର ଆସନ୍ତାକାଲି(ସୋମବାର) ସମୀକ୍ଷା କରାଯିବ । ସମୀକ୍ଷା ପରେ ଏସ୍ଓପିରେ କ’ଣ କ’ଣ ରହିବ ତାହା ସ୍ପଷ୍ଟ ହେବ । ଦିନ ୧୧ଟା ବେଳେ ରତ୍ନଭଣ୍ଡାରର ସମୀକ୍ଷା ବୈଠକରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଅଧ୍ୟକ୍ଷତା କରିବେ ।

ଅପରାହ୍ନ ୧ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏସ୍ଓପିର ସମୀକ୍ଷା କରିବେ ବୋଲି ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସୂଚନା ଦେଇଛନ୍ତି । ସେହିପରି ୨୦୨୬-୨୭ ଆର୍ଥିକ ବର୍ଷ ଶେଷ ସୁଦ୍ଧା ସରିବ ଏକାମ୍ର ହେରିଟେଜ୍ ପ୍ରକଳ୍ପ । ନୂଆ କରି ଏକ ବ୍ୟାଖ୍ୟାନ କେନ୍ଦ୍ର (ଇଣ୍ଟରପ୍ରିଟେସନ ସେଣ୍ଟର) କରାଯିବାର ପ୍ରସ୍ତାବ ଅଛି ଯାହା ପାର୍କିଂ ସେଣ୍ଟର ଶେଷ ଆଡୁକୁ ହେବ ।

ସେଠାରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଏକ ବିରାଟ ପ୍ରତିମୂର୍ତ୍ତି ନିର୍ମାଣ କରାଯିବ । ସେହିପରି ବିନ୍ଦୁ ସାଗରରେ ଏକ ସୁନ୍ଦର ଐତିହ୍ୟ ହ୍ରଦ କରାଯିବ । ଯେହେତୁ ଏହି ଦୁଇଟି ନୂଆ ପ୍ରକଳ୍ପ ମିଶିଛି, ବଜେଟ ଆହୁରି ବଢିବ । ଅତିରିକ୍ତ କାମ ପାଇଁ ବଜେଟର କିଛି ଅସୁବିଧା ହେବନି । ପୁରୁଣା ଏଜେନ୍ସି କାମ କରିବାକୁ ଚାହିଁଲା ନାହିଁ । ତେଣୁ ନୂଆ ଏଜେନ୍ସି ଏହି କାମ କରିବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି ।

ସେପଟେ ବ୍ୟାଖ୍ୟାନ କେନ୍ଦ୍ର ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଜେଡିର ବରିଷ୍ଠ ନେତା ଅଶୋକ ପଣ୍ଡା । ଶ୍ରୀ ପଣ୍ଡା କହିଛନ୍ତି, ନବୀନ ବାବୁଙ୍କ ସରକାର ବେଳେ ଶ୍ରୀକ୍ଷେତ୍ରରେ ଓ ଲିଙ୍ଗରାଜ ମନ୍ଦିରରେ ବ୍ୟାଖ୍ୟାନ କେନ୍ଦ୍ର ପାଇଁ ଅର୍ଥ ମଞ୍ଜୁର ହୋଇଥିଲା । ଏକାମ୍ର ପ୍ରକଳ୍ପ ବେଳେ ସେହି ପ୍ରକଳ୍ପରେ ବ୍ୟାଖ୍ୟାନ କେନ୍ଦ୍ରକୁ ଯୋଡ଼ା ଯାଇଥିଲା । ଫଟୋ ଦେଖାଇ ବିନ୍ଦୁସାଗର ଉନ୍ନତିକରଣ ବି ପୁରୁଣା ପ୍ରକଳ୍ପ କହିଲେ । ଆଇନ ମନ୍ତ୍ରୀଙ୍କ ବୟାନ ତଥ୍ୟ ସମ୍ୱଳିତ ନୁହେଁ । ଏହା ଅବାସ୍ତବ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

also read..

​​​​​​​ଉପକୂଳ ଓଡ଼ିଶାରେ ପାରଦ ଉପରମୁହାଁ, ରାତି ତାପମାତ୍ରା ଆହୁରି ୩ ଡିଗ୍ରୀ ବଢିବ