LIVE TV

ହ୍ୟୁମାନଙ୍କ ସମ୍ପର୍କରେ ମୁହଁ ଖୋଲିଲେ ପ୍ରଥମରୁ ଚିକିତ୍ସା କରୁଥିବା ଡାକ୍ତର, ୨୦ ଦିନ ତଳୁ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଅଧିକ ଜଟିଳ ଥିଲା

NEWS7
kiss-is-an-inhuman-institution-said-tribal-leader

କଟକ: ହ୍ୟୁମାନ ସାଗରଙ୍କ ମୃତ୍ୟୁ ପରେ ଆରମ୍ଭ ହୋଇଯାଇଛି ବାଦ ବିବାଦ। ହ୍ୟୁମାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଥିଲା, ହେଲେବି ତାଙ୍କୁ ଜାଣିଶୁଣି କାର୍ଯ୍ୟକ୍ରମରେ ଯିବାକୁ କୁହାଯାଉଥିଲା। ଏମିତିକି ତାଙ୍କୁ ତାଙ୍କ ପତ୍ନୀ ଓ ଝିଅଙ୍କୁ ମଧ୍ୟ ଦେଖା କରିବାକୁ ଦିଆଯାଉନଥିବା ଭଳି ଅନେକ କଥା ସୋସିଆଲ ମିଡିଆରେ ଚର୍ଚ୍ଚାରେ କାରଣ ପାଲଟିଛି।

ଏହାରି ମଧ୍ୟରେ ହ୍ୟୁମାନଙ୍କ ସମ୍ପର୍କରେ ମୁହଁ ଖୋଲିଛନ୍ତି ତାଙ୍କର ପ୍ରଥମରୁ ଚିକିତ୍ସା କରୁଥିବା ଡାକ୍ତର ସଂଜୀବ କୁମାର କର। ଗଣମାଧ୍ୟମ ସାକ୍ଷାତକାରରେ ଡାକ୍ତର କର କହିଛନ୍ତି, ହ୍ୟୁମାନ ବ୍ୟକ୍ତିଗତ ଭାବେ ଜଣେ ଭଲ ମଣିଷ ଥିଲେ। ୨୦୨୪ ସେପ୍ଟେମ୍ବରରେ ସେ ତାଙ୍କ ପାଖକୁ ଆସିଥିଲେ। ପରୀକ୍ଷା ପରେ ହ୍ୟୁମାନ ସାଗର ଲିଭର୍ ସିରୋସିସ୍ ରୋଗରେ ପୀଡ଼ିତ ଥିବା ଜଣାପଡ଼ିଥିଲା। ଏହା ପରେ ତାଙ୍କୁ ଯଥୋଚିତ ଚିକିତ୍ସା ଆରମ୍ଭ ହୋଇଥିଲା। ୧୪ ମାସ ମଧ୍ୟରେ ମୋଟ ୨୫ ଦିନ ମେଡିକାଲରେ ଭର୍ତ୍ତି ହୋଇଥିଲେ। ମଝିରେ ମଝିରେ ପେଟରୁ ପାଣି ବାହାର କରାଯାଉଥିଲା। ଆଉ ଏଥିପାଇଁ ତାଙ୍କୁ ମଦ ପିଇବା ପାଇଁ ମନା କରାଯାଇଥିଲା। ଗତ ୨୦ ଦିନ ତଳୁ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଅଧିକ ଜଟିଳ ଥିଲା, ଏମିତିରେ ତାଙ୍କ ମାଆ ହ୍ୟୁମାନଙ୍କୁ ଏମ୍ସରେ ଚିକିତ୍ସା ପାଇଁ ନେଇଥିଲେ।

ଏହି ସମୟରେ ଡାକ୍ତର ଆହୁରି କହିଛନ୍ତି ‘‘ହ୍ୟୁମାନ ସାଗରଙ୍କ ସହ ତାଙ୍କର ବ୍ୟକ୍ତିଗତ ସହାୟକମାନେ ଆସନ୍ତି।’’