ଭୁବନେଶ୍ୱର ୨୦।୦୬ : ରାଜଧାନୀରେ ପୁଣି ଗଡ଼ିଲା ମୁଣ୍ଡ । ମଞ୍ଚେଶ୍ୱର ଥାନା କେଳୁଚରଣ ପାର୍କ ନିକଟରେ ହତ୍ୟାକାଣ୍ଡ ଘଟିଛି । ଯୁବକଙ୍କୁ ହତ୍ୟାକରି ଫିଙ୍ଗି ଦେଲେ ଦୁର୍ବୃତ୍ତ । ଘଟଣାସ୍ଥଳରେ ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଛାନଭିନ୍‌ ଆରମ୍ଭ କରିଛି ।

ଖବର ଅନୁଯାୟୀ, ମୃତକ ହେଲେ ଗାଡ଼କଣ ସାଇ ବିହାର କଲୋନିର ଶୁଶିଲ ସିଂହ ।ମ ମଞ୍ଚେଶ୍ୱର କେଳୁଚରଣ ପାର୍କ ନିକଟରେ ତାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ଯୁବକଙ୍କୁ ହତ୍ୟା କରି ଫିଙ୍ଗି ଦେଇଛନ୍ତି ଦୁର୍ବୃତ୍ତ । ତେବେ କିଏ କାହିଁକି ହତ୍ୟା କରିଛି । ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଏପିରିକି ହତ୍ୟା ପରେ ପ୍ରମାଣ ନଷ୍ଟ ପାଇଁ ମଧ୍ୟ ଉଦ୍ୟମ କରିଥିଲେ ଅଭିଯୁକ୍ତ ।

Also Read:-ଡ୍ରେନ୍ ଉପରେ ନିର୍ମାଣ ହୋଇଥିଲା ଘର, ପ୍ରଶାସନ ବୁଲାଇଲା ବୁଲଡୋଜର

ତେବେ ପରକୀୟା ପ୍ରୀତିରୁ ହତ୍ୟା କରାଯାଇଥିବା ସୂଚନା ମିଳିଛି । ହେଲେ ପୋଲିସର ତଦନ୍ତ ଏବଂ ସାଇଣ୍ଟିଫିକ୍ ଟିମ୍ର ଛାନ୍ଭିନ୍ ପରେ ପ୍ରକୃତ ତଥ୍ୟ ହିଁ ସାମ୍ନା ଆସିବ ବୋଲି ଆଶା କରାଯାଉଛି ।