LIVE TV

୨୦୨୪ର ରେକର୍ଡ ଭାଙ୍ଗିଲା ଚଳିତ ବର୍ଷର କେଦାରନାଥ ଯାତ୍ରା, ୧୬.୫୬ ଲକ୍ଷରୁ ଅଧିକ ଭକ୍ତ କରିସାରିଲେନି ଦର୍ଶନ

NEWS7
kedarnath

ନୂଆଦିଲ୍ଲୀ: ଚଳିତ ବର୍ଷର କେଦାରନାଥ ଯାତ୍ରା ୨୦୨୪ର ପୂରା ଯାତ୍ରା ଅବଧି ସଂଖ୍ୟାକୁ ଅତିକ୍ରମ କରି ନୂଆ ରେକର୍ଡ କରିଛଇ । ପ୍ରବଳ ବର୍ଷା, ଭୂସ୍ଖଳନ ଓ ଅତ୍ୟଧିକ ତୁଷାରପାତ ସତ୍ତ୍ୱେ ଯାତ୍ରୀଙ୍କ ମଧ୍ୟରେ ଅଧିକ ଉତ୍ସାହ ଦେଖିବାକୁ ମିଲିଛି । ବୁଧବାର ସୁଦ୍ଧା ୧୬ ଲକ୍ଷ ୫୨ ହଜାରରୁ ଅଧିକ ଶ୍ରଦ୍ଧାଳୁ ଦର୍ଶନ କରିସାରିଛନ୍ତି । କେଦାରନାଥ ଧାମର କପାଟ ବନ୍ଦ ହେବା ପାଇଁ ଏବେ ବି ୧୫ ଦିନ ବାକି ରହିଛି । ଗତ ବର୍ଷ ପୂରା ସିରିଜନରେ କେବଳ ୧୬ ଲକ୍ଷ ୫୨ ହଜାର ୭୬ ଯାତ୍ରୀ ଓ ଶ୍ରଦ୍ଧାଳୁ କେଦାରନାଥଙ୍କ ଦର୍ଶନ କରିଥିଲେ ।

ସୂଚନା ଅନୁସାରେ ବୁଧବାର ସାରା ରାତି କେଦାରନାଥ ଧାମରେ ବରଫପାତ ହୋଇଥିଲା, ତଥାପି ଗୁରୁବାର ସକାଳେ ଯାତ୍ରୀଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଏହା ପୂର୍ବରୁ ବୁଧବାର ୫୬୧୪ ଜଣ ଶ୍ରଦ୍ଧାଳୁ ଦର୍ଶନ କରିଥିଲେ । ଯାତ୍ରା ଶେଷ ହେବାକୁ ଆହୁରି ୧୫ ଦିନ ଥିବା ବେଳେ ମୋଟ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଆହୁରି ବଢିବା ନେଇ ଅନୁମାନ କରାଯାଉଛି ।

କେଦାରନାଥ ଧାମର କପାଟ ଅକ୍ଟୋବର ୨୩ରେ ଭାଇ ଦୁଜ ଦିନ ବନ୍ଦ ହେବ । ଏବେ ଯାତ୍ରା ଶେଷ ହେବାକୁ ଆହୁରି ୧୫ ଦିନ ବାକି ରହିଛି ଓ ପ୍ରଶାସନ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛି । ଚଳିତ ବର୍ଷ ଏପ୍ରିଲ ୩୦ରେ ଗଙ୍ଗୋତ୍ରୀ ଓ ୟମୁନୋତ୍ରୀ ଧାମର କପାଟ ଖୋଲିବା ସହ ଯାତ୍ରା ଆରମ୍ଭ ହୋଇଥିଲା । ଏହାପରେ ମେ ୨ରେ କେଦାରନାଥ ଓ ମେ ୪ରେ ବଦ୍ରିନାଥ ଧାମ ଦ୍ୱାର ଭକ୍ତଙ୍କ ଖୋଲି ଦିଆଯାଇଥିଲା । ମୌସୁମୀରେ ଅତିବୃଷ୍ଟି, ବାଦଳ ଫଟା ବର୍ଷା ଓ ଭୂସ୍ଖଳନ ପରି ପ୍ରାକୃତିକ ବିପର୍ଯ୍ୟୟରେ ଚାରିଧାମ ଯାତ୍ରା ପୂରା ପ୍ରଭାବିତ ହୋଇଛି । ଅନେକ ମାର୍ଗ ବନ୍ଦ ହୋଇଯାଇଥିଲା ଓ ଯାତ୍ରୀମାନଙ୍କୁ ବହୁ ଅସୁବିଧା ସାମନା କରିବାକୁ ପଡ଼ିଥିଲା । ଲଗାତାର ବର୍ଷା ସତ୍ତ୍ୱେ ବହୁ ସଂଖ୍ୟାରେ ଭକ୍ତ କେଦରନାଥ ଧାମ ପହଞ୍ଚୁଛନ୍ତି ।